Captain Smit Machhar / ‘ନମାଜ ପାଇଁ ଉଠିଲେ, ପଛରୁ କୁରାଢ଼ିରେ ମାରିଲେ’—କକପିଟ୍ରେ କ’ଣ ଘଟିଥିଲା କହିଲେ କ୍ୟାପ୍ଟେନ୍ ସ୍ମିତ
·1 day ago·3 min read

Key Points
ନମାଜ ପଢ଼ିବାକୁ ଉଠିଥିଲେ କୋ-ପାଇଲଟ୍
କିଛି ମିନିଟ୍ ପରେ କ୍ୟାପ୍ଟେନଙ୍କୁ ଆକ୍ରମଣ
କକପିଟ୍ରେ ଆକ୍ରମଣର ରୋମାଞ୍ଚକର ଘଟଣା କହିଲେ କ୍ୟାପ୍ଟେନ୍

ମଝି ଆକାଶରେ ଉଡ଼ୁଥିଲା ବିମାନ । ସବୁକିଛି ଥିଲା ସ୍ବାଭାବିକ । ହଠାତ୍ କକପିଟ୍ ଭିତରେ ଘଟିଗଲା ଏମିତି ଏକ ଘଟଣା, ଯାହା କ୍ୟାପ୍ଟେନଙ୍କ ସମେତ ବିମାନରେ ଥିବା ୧୭୪ ଜଣଙ୍କ ଜୀବନକୁ ବିପଦରେ ପକାଇଦେଇଥିଲା । ନମାଜ ପଢ଼ିବାକୁ କହି ନିଜ ସିଟ୍ରୁ ଉଠିଥିବା କୋ-ପାଇଲଟ୍ କିଛି ମିନିଟ୍ ପରେ କ୍ୟାପ୍ଟେନଙ୍କୁ କରିଥିଲେ କୁରାଢ଼ିରେ ଆକ୍ରମଣ । ତେବେ ସେହି କିଛି ମିନିଟ୍ରେ କକପିଟ୍ ଭିତରେ ଘଟିଥିଲା କ’ଣ ? କିପରି ବଞ୍ଚିଗଲେ କ୍ୟାପ୍ଟେନ୍ ? ଜାଣନ୍ତୁ ପୂରା ଘଟଣା...
ଫ୍ଲାଇଦୁବାଇ ବିମାନରେ ସେପ୍ଟେମ୍ବର ୩୦ ତାରିଖରେ ଘଟିଥିବା ଆକ୍ରମଣ ଘଟଣାକୁ ନେଇ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିମାନର କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଓମାନୀ କୋ-ପାଇଲଟ୍ ହମାମ ଅଲ୍-ହମ୍ମାମି ନମାଜ ପଢ଼ିବା ପାଇଁ ନିଜ ସିଟ୍ରୁ ଉଠିଥିଲେ । ଏହାର କିଛି ମିନିଟ୍ ପରେ ସେ ପଛପଟୁ କ୍ୟାପ୍ଟେନ୍ ସ୍ମିତଙ୍କ ଉପରେ କୁରାଢ଼ିରେ ଆକ୍ରମଣ କରିଥିଲେ ।
ସ୍ମିତଙ୍କ କହିବା ଅନୁସାରେ, କୋ-ପାଇଲଟ୍ ପଛରେ ନମାଜ ପଢ଼ୁଥିବେ ବୋଲି ସେ ପ୍ରଥମେ ଭାବିଥିଲେ । ଧାର୍ମିକ ବିଶ୍ୱାସକୁ ସମ୍ମାନ କରି ସେ ଜାଣିଶୁଣି ପଛକୁ ବୁଲି ଦେଖିନଥିଲେ । କିନ୍ତୁ ପ୍ରାୟ ୪ରୁ ୫ ମିନିଟ୍ ପରେ ହଠାତ୍ ତାଙ୍କ ମୁଣ୍ଡର ପଛପଟେ ଜୋରଦାର ଆଘାତ ଲାଗିଥିଲା । ଆକ୍ରମଣରେ ବିମାନର ଜରୁରୀକାଳୀନ ପରିସ୍ଥିତି ପାଇଁ ରଖାଯାଇଥିବା କୁରାଢ଼ି ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।
ଗୁରୁତର ଆହତ ସତ୍ତ୍ୱେ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା
ଆକ୍ରମଣ ପରେ ସ୍ମିତଙ୍କ ଆଖି ସାମ୍ନାରେ ସବୁକିଛି ଅନ୍ଧାର ହୋଇଯାଇଥିଲା । ତଥାପି ସେ କକପିଟ୍ର ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ପ୍ରଥମ ଥର ଡୋର୍ ଖୋଲିବା ପରେ କୋ-ପାଇଲଟ୍ ତାହାକୁ ପୁଣି ବନ୍ଦ କରିଦେଇଥିଲେ ଏବଂ ସ୍ମିତ ତଳେ ପଡ଼ିଯାଇଥିଲେ । ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ୍ ହାର ମାନିନଥିଲେ । ନିଜ ପାଖରେ ଆଉ ଗୋଟିଏ ସୁଯୋଗ ଥିବା ଅନୁଭବ କରି ସେ ପୁଣିଥରେ ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଶେଷରେ ନିଜର ସମସ୍ତ ଶକ୍ତି ଲଗାଇ ସେ ଡୋର୍ ଖୋଲିବାରେ ସଫଳ ହୋଇଥିଲେ ।
ଦ୍ୱିତୀୟ ଥର କକପିଟ୍ ଡୋର୍ ଖୋଲିବା ପରେ ବାହାରେ ଥିବା କିଛି ଲୋକ ତୁରନ୍ତ ଭିତରକୁ ପ୍ରବେଶ କରିଥିଲେ ଏବଂ ଆକ୍ରମଣକାରୀ କୋ-ପାଇଲଟ୍ଙ୍କୁ କାବୁ କରିଥିଲେ । ଏହାପରେ ବିମାନକୁ ପୁଣି ନିୟନ୍ତ୍ରଣକୁ ଆଣିବାରେ ସହାୟତା ମିଳିଥିଲା ।
ବିମାନରେ ଥିଲେ ୧୭୪ ଜଣ
ଏହି ଘଟଣା ସମୟରେ ବିମାନରେ ମୋଟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ଥିବା ସୂଚନା ମିଳିଛି । ଅକ୍ଟୋବର ୩ ତାରିଖରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭିଡିଓ କନଫରେନ୍ସ ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସହ କଥା ହୋଇଥିଲେ । ଏହି ଆଲୋଚନା ସମୟରେ ସ୍ମିତ ଆକ୍ରମଣ ପୂର୍ବରୁ ଓ ପରେ କକପିଟ୍ରେ ଘଟିଥିବା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ । ଆକ୍ରମଣରେ ଆହତ ସ୍ମିତଙ୍କୁ ସାଉଦି ଆରବରୁ ସଂଯୁକ୍ତ ଆରବ ଏମିରେଟ୍ସକୁ ନିଆଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ କଥା ହୋଇଥିଲେ ସ୍ମିତ
ଅକ୍ଟୋବର ୨ ତାରିଖରେ ସ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ କଥା ହୋଇଥିଲେ । ଗୁରୁତର ଆହତ ହେବା ସତ୍ତ୍ୱେ ବିମାନରେ ଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସେ ପୁଣିଥରେ ନିଜକୁ ଠିଆ କରିବାକୁ ନିଷ୍ପତ୍ତି ନେଇଥିବା କଥା ମୋଦିଙ୍କୁ କହିଥିଲେ ।

Prime Minister Benjamin Netanyahu in a conversation with the Indian pilot from the flight from Dubai, Captain Smit Machchhar: "You are a hero for Israel, India, and the entire world. I invite Prime Minister @NarendraModi and you to light a flame on Israeli Independence Day." 🇮🇱🇮🇳 During the emotional conversation that took place this evening, the Prime Minister asked Captain Machchhar how it all started, and Machchhar revealed new details about the terrifying moments in the cockpit.
— Prime Minister of Israel (@IsraeliPM) October 3, 2026
ଗୁରୁତର ଆହତ ସତ୍ତ୍ୱେ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା
ଆକ୍ରମଣ ପରେ ସ୍ମିତଙ୍କ ଆଖି ସାମ୍ନାରେ ସବୁକିଛି ଅନ୍ଧାର ହୋଇଯାଇଥିଲା । ତଥାପି ସେ କକପିଟ୍ର ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ପ୍ରଥମ ଥର ଡୋର୍ ଖୋଲିବା ପରେ କୋ-ପାଇଲଟ୍ ତାହାକୁ ପୁଣି ବନ୍ଦ କରିଦେଇଥିଲେ ଏବଂ ସ୍ମିତ ତଳେ ପଡ଼ିଯାଇଥିଲେ । ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ୍ ହାର ମାନିନଥିଲେ । ନିଜ ପାଖରେ ଆଉ ଗୋଟିଏ ସୁଯୋଗ ଥିବା ଅନୁଭବ କରି ସେ ପୁଣିଥରେ ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଶେଷରେ ନିଜର ସମସ୍ତ ଶକ୍ତି ଲଗାଇ ସେ ଡୋର୍ ଖୋଲିବାରେ ସଫଳ ହୋଇଥିଲେ ।
ଦ୍ୱିତୀୟ ଥର କକପିଟ୍ ଡୋର୍ ଖୋଲିବା ପରେ ବାହାରେ ଥିବା କିଛି ଲୋକ ତୁରନ୍ତ ଭିତରକୁ ପ୍ରବେଶ କରିଥିଲେ ଏବଂ ଆକ୍ରମଣକାରୀ କୋ-ପାଇଲଟ୍ଙ୍କୁ କାବୁ କରିଥିଲେ । ଏହାପରେ ବିମାନକୁ ପୁଣି ନିୟନ୍ତ୍ରଣକୁ ଆଣିବାରେ ସହାୟତା ମିଳିଥିଲା ।
ବିମାନରେ ଥିଲେ ୧୭୪ ଜଣ
ଏହି ଘଟଣା ସମୟରେ ବିମାନରେ ମୋଟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ଥିବା ସୂଚନା ମିଳିଛି । ଅକ୍ଟୋବର ୩ ତାରିଖରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭିଡିଓ କନଫରେନ୍ସ ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସହ କଥା ହୋଇଥିଲେ । ଏହି ଆଲୋଚନା ସମୟରେ ସ୍ମିତ ଆକ୍ରମଣ ପୂର୍ବରୁ ଓ ପରେ କକପିଟ୍ରେ ଘଟିଥିବା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ । ଆକ୍ରମଣରେ ଆହତ ସ୍ମିତଙ୍କୁ ସାଉଦି ଆରବରୁ ସଂଯୁକ୍ତ ଆରବ ଏମିରେଟ୍ସକୁ ନିଆଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ କଥା ହୋଇଥିଲେ ସ୍ମିତ
ଅକ୍ଟୋବର ୨ ତାରିଖରେ ସ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ କଥା ହୋଇଥିଲେ । ଗୁରୁତର ଆହତ ହେବା ସତ୍ତ୍ୱେ ବିମାନରେ ଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସେ ପୁଣିଥରେ ନିଜକୁ ଠିଆ କରିବାକୁ ନିଷ୍ପତ୍ତି ନେଇଥିବା କଥା ମୋଦିଙ୍କୁ କହିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories