Videos
|
National

Narendra Modi / PM ଦେବେ ବଡ଼ ଉପହାର, ଶସ୍ତା ହେବ ଅନେକ ଜିନିଷ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
PM ଦେବେ ବଡ଼ ଉପହାର, ଶସ୍ତା ହେବ ଅନେକ ଜିନିଷ

Key Points

ଦେଶବାସୀଙ୍କୁ ଟ୍ୟାକ୍ସ ଆଶ୍ୱସ୍ତି ପାଇଁ GST କାଉନସିଲ୍ ବୈଠକ
ବ୍ୟବସାୟୀ, ଉଦ୍ୟୋଗୀଙ୍କ ସହ ସାଧାରଣ ଜନତାଙ୍କ ବଡ଼ ଆଶା
ସରଳୀକରଣ ହେବ GST, ବଦଳିବ ସ୍ଲାବ୍, କମିବ ଦର
ଚାଷୀ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ମିଳିବ ପ୍ରୋତ୍ସାହନ
ରାଜସ୍ବ ଭରଣା ପାଇଁ ଅଣ ବିଜେପି ଶାସିତ ରାଜ୍ୟର ଦାବି

ଜିଏସଟି ସରଳୀକରଣ ପାଇଁ ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ଜିଏସଟି ପରିଷଦ ବୈଠକ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଲୋଚନା । ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପିଏମ୍ ମୋଦି ବଡ଼ ଘୋଷଣା କରି କହିଥିଲେ ଦୀପାବଳିରେ ଦେଶବାସୀଙ୍କୁ ମିଳିବ ବଡ଼ ଭେଟି । ଆଉ ଏବେ ଆରମ୍ଭ ହୋଇଯାଇଛି ତାର ପ୍ରସ୍ତୁତି। ବ୍ୟବସାୟୀ, ଉଦ୍ୟୋଗୀ ଓ ସାଧାରଣ ଜନତାଙ୍କ ବଡ଼ ଆଶା ରହିଛି । ଆସନ୍ତାକାଲି ନୂଆ ପ୍ରସ୍ତାବ ଉପରେ ବାଜିବ ମୋହର ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୬ତମ ଜିଏସଟି କାଉନସିଲ ବୈଠକରେ ନୂଆ GST ସ୍ଲାବକୁ ନେଇ କରାଯାଇଛି ଆଲୋଚନା । ଆସନ୍ତାକାଲି ନୂଆ ପ୍ରସ୍ତାବ ଉପରେ ମୋହର ବାଜିବ। ଦ୍ରବ୍ୟ ଓ ସେବା କର ପ୍ରକ୍ରିୟାକୁ ସରଳ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଜିଏସଟିରେ ଥିବା ୪ଟି ସ୍ଲାବକୁ ହଟାଯାଇ ଦୁଇଟି ସ୍ଲାବ ରଖାଯିବ । ଯେଉଁ ଦ୍ରବ୍ୟ ଉପରେ ୨୮% ଜିଏସଟି ଲାଗୁ କରାଯାଇଛି ତାକୁ ୧୮%କୁ ହ୍ରାସ କରାଯାଇପାରେ ।


ଏହାସହ ପଢ଼ନ୍ତୁ:- ରିଲିଜ୍ ପାଇଁ ମମତାଙ୍କୁ 'ହାତ ଯୋଡ଼ି' ନେହୁରା ହେଲେ ବିବେକ ଅଗ୍ନିହୋତ୍ରୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପିର ୧୮% ଜିଏସଟି ଲାଗୁ ହେଉଥିବା ସାମଗ୍ରୀ ଉପରେ ୧୨% କିମ୍ବା ୫% ଜିଏସଟି ଲାଗୁ ହୋଇପାରେ । ଟିଭି, ଏସି, ଫ୍ରିଜ, ୱାଂଶି ମେସିନ, ସିମେଣ୍ଟ ଶସ୍ତା ହୋଇପାରେ । କପଡ଼ା, ପୋଷାକ, ଜୋତା, ଚପଲ, ଷ୍ଟେସନାରୀ ଆଇଟମ୍, ଘରକରଣା ଜିନିଷ ଦାମ ବି କମିପାରେ । ଦୁଇ ଚକିଆ ଯାନ, କାର, ଘର ନିର୍ମାଣ ସାମଗ୍ରୀର ମୂଲ୍ୟରେ ହୋଇପାରେ ହ୍ରାସ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଫଳ ଜୁସ, ଆଇସକ୍ରିମ୍, ପନିର, ପିଜା ଉପରୁ ଜିଏସଟି ୫%କୁ କମିପାରେ । ନବୀକରଣ ଯୋଗ୍ୟ ଇନ୍ଧନକୁ ପ୍ରୋତ୍ସାହନ ଦେବାକୁ ସୌରଶକ୍ତି ଚାଳିତ ସାମଗ୍ରୀ ଉପରେ ଜିଏସଟି ୫%କୁ ଖସିପାରେ । ଏନେଇ ନୂଆଦିଲ୍ଲୀରେ ୨ ଦିନିଆ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା ।

ଅନ୍ୟପଟେ ତମାଖୁ ଓ ଦାମୀ ଅଟୋମୋବାଇଲ ଉପରେ ୪୦% ଜିଏସଟି ଲାଗିପାରେ । ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ପୂର୍ବପରି ଜିଏସଟି ସ୍ଲାବର ନୂତନ ବ୍ୟବସ୍ଥାରୁ ବାହାରେ ରଖାଯାଇପାରେ । ଯାହା ମଧ୍ୟବିତ୍ତ ପରିବାରକୁ ବଡ଼ ଫାଇଦା ଦେବ। ଅଟୋମୋବାଇଲ୍, ୧୨ଶହ ସିସିରୁ କମ୍ ସାଧାରଣ କାର, ୩୫୦ ସିସିରୁ କମ୍ ମୋଟର ସାଇକେଲ, ଅଟୋପାର୍ଟସ ଉପରୁ ଜିଏସଟି ୨୮%ରୁ ୧୮ %କୁ କମିପାରେ ।

ହୋଟେଲ ବିଲ୍ ଓ ଫିଲ୍ମ ଟିକେଟ ଉପରେ ଜିଏସଟି ୧୨ ପ୍ରତିଶତରୁ ୫%କୁ କମିପାରେ । କ୍ୟାନସର ଔଷଧ ଉପରୁ ଜିଏସଟି ଛାଡ ହୋଇପାରେ। ଔଷଧ ଓ ଅନ୍ୟ ମେଡିକାଲ ସାମଗ୍ରୀ ଉପରେ ଜିଏସଟି ୧୨ରୁ ୫%କୁ କମିପାରେ । ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମରୁ ହଟିପାରେ ଜିଏସଟି। ପ୍ରସାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ହୋଇପାରେ ମହଙ୍ଗା। ଏଗୁଡିକରେ ୪୦ ପ୍ରତିଶତ ଜିଏସଟି ଲାଗୁ ହୋଇପାରେ। ୨୫ଶହ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ଜିଏସଟି ୧୨ରୁ ୧୮ ପ୍ରତିଶତକୁ ବଢିପାରେ । ସେପଟେ ଜିଏସଟି ପରିବର୍ତ୍ତନ ପରେ ହେବାକୁ ଥିବା ରାଜସ୍ବ ଭରଣା ପାଇଁ ଦାବି କରିଛନ୍ତି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।


ଏହାସହ ପଢ଼ନ୍ତୁ:- ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର, BRICSକୁ ଦେଖି ଥରିଲାଣି !


ଯେତେବେଳ ଭାରତ ପ୍ରତି ବଡ଼ ଚ୍ୟାଲେଂଜ ଆସିଛି ସେତେବେଳେ ତାହାର କଡ଼ା ମୁକାବିଲା କରାଯାଇଛି । ପୂର୍ବତନ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଖାଦ୍ୟ ଯୋଗାଣ ବନ୍ଦ କରିଦେବା ପରେ ଷାଠିଏ ଦଶକରେ ଭାରତରେ ଆରମ୍ଭ ହୋଇଥିଲା ଗ୍ରୀନ୍ ରିଭୋଲ୍ୟୁସନ୍ ବା ସବୁଜ ବିପ୍ଳବ । ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥିଲା ଭାରତ । ଠିକ୍ ସେହିପରି ଟ୍ରମ୍ପଙ୍କ ଟାରିଫ୍ ଓ୍ବାରର ମୁକାବିଲା ପାଇଁ ଜିଏସଟିରେ ବଡ଼ ପରିବର୍ତ୍ତନ ଅଣାଯାଇ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ସହ ବିକଶିତ ଭାରତ ଓ ସମୃଦ୍ଧ ଭାରତ ପାଇଁ ଲକ୍ଷ୍ୟ ରଖିଛନ୍ତି ପିଏମ୍ ମୋଦି ।

Related Topics

Explore more stories