Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଆ ଝିଅ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଆ ଝିଅ

Key Points

  • ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଆ ଝିଅ
  • ଓଜସ୍ଵୀ ଭାଷଣ ଶୁଣି ଖୁସିରେ ଗଦଗଦ ହେଲେ ରାଜନାଥ
  • ବିଶ୍ଵ ଦେଖିଲା ବର୍ଣ୍ଣାଳୀଙ୍କ ଦମଦାର ଭାଷଣ

ଅର୍ଗସ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଆ ଝିଅ । ହଠାତ୍‌ ଏ କଥା ଶୁଣିବା ପରେ ଆପଣ ଭାବୁଥିବେ ଆମେ ମିଛ କହୁଛୁ । ପ୍ରତିରକ୍ଷା ମନ୍ତ୍ରୀ ତ ରାଜନାଥ ସିଂ । ଓଡ଼ିଆ ଝିଅ କେମିତି ହେଲେ ? ଆମେ ବି ପ୍ରଥମେ ବୁଝିବାକୁ ସମୟ ନେଇଥିଲୁ । ହେଲେ ସତ ଜାଣିବା ପରେ ଗର୍ବରେ ଛାତି ଫୁଲାଇଥିଲୁ...ଭାରତ ମାତା କି ଜୟ...ଭାରତ ମାତା ଜିନ୍ଦାବାଦ ନାରା ପକାଇଥିଲୁ । ଆଉ ଓଡ଼ିଆ ହିସାବରେ ଆଖିରୁ ଝରିଥିଲା ଖୁସିର ଅଶ୍ରୁ । ଥରେ ଶୁଣନ୍ତୁ କେମିତି ରାଷ୍ଟ୍ରୀୟ ମଂଚରେ ସମସ୍ତଙ୍କ ମନ କିଣିଲେ ବର୍ଣ୍ଣାଳୀ ।
ବର୍ଣ୍ଣାଳୀ ସାହୁ । ବୟସ-୧୮ ହେବ । ଦ୍ଵାଦଶ ଶ୍ରେଣୀର ଛାତ୍ରୀ । ସିଡିଏ ସେକ୍ଟର -୬ରେ ଥିବା ଡିଏଭି ସ୍କୁଲରେ ସେ ପାଠ ପଢୁଛନ୍ତି । ହେଲେ ସେ ଯେଉଁ ମହାନ କାମ କରିଛନ୍ତି ତାହାକୁ ନେଇ କେବଳ କଟକ କି ଓଡ଼ିଶା ନୁହେଁ ବରଂ ପୂରା ଦେଶରେ ଜୋର ଧରିଛି ଚର୍ଚ୍ଚା ।

ମଞ୍ଚ ଥିଲା ରାଷ୍ଟ୍ରୀୟ, ବରେଣ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ପ୍ରୋଜେକ୍ଟ ବୀର ଗାଥାର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ ଦିଲ୍ଲୀର ଡିଆରଡିଓ ଭବନରେ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀକୁ ହାତ ଠାରି ଜଣେ ଛାତ୍ରୀଙ୍କୁ ଡାକିଥିଲେ ରାଜନାଥ ସିଂ । କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଭାଷଣ ଦେବାକୁ । ରାଜନାଥଙ୍କ ଏପରି ମନ୍ତବ୍ୟ ପରେ ବର୍ଣ୍ଣାଳୀ ଆରମ୍ଭ କରିଥିଲେ ଅଭିଭାଷଣ । ଆପଣ ବି ଶୁଣନ୍ତୁ ଏହି ଅଭିଭାଷଣକୁ ।
 

 ରାଷ୍ଟ୍ରୀୟ ମଞ୍ଚରେ ଓଡ଼ିଆ ଝିଅର ଭାଷଣ ଶୁଣି ନେତାମନ୍ତ୍ରୀଙ୍କ ଠାରୁ ବଡ଼ ବଡ଼ ଅଫିସର ଛିଡ଼ା ହୋଇ ଦେଇଥିଲେ କରତାଳି । ଆଉ ଏ ଦୃଶ୍ୟ ଦେଖିବା ପରେ ଗର୍ବରେ ଫାଟି ପଡିଥିଲା ପ୍ରତିଟି ଓଡ଼ିଆର ଛାତି । ପୁଣି ଥରେ ଶୁଣନ୍ତୁ ସେହି ବକ୍ତବ୍ୟ । ଯେଉଁ ବକ୍ତବ୍ୟର ପ୍ରତିଟି ଶବ୍ଦ ଚିତ୍କାର କରି କହୁଛି ଆଜି ଓଡ଼ିଆଙ୍କୁ ମିଳିଛି ସ୍ଥାନ...ସିଏ ପୁଣି ରାଷ୍ଟ୍ରୀୟ ମଞ୍ଚରେ, ବିଶ୍ବ ମଞ୍ଚରେ । ତେବେ ମୋଦି ସରକାରରେ ସବୁବେଳେ ଓଡ଼ିଆଙ୍କୁ ମିଳିଆସିଛି ଗୁରୁତ୍ବ । ଏବେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ବାଳୁଛନ୍ତି ଓଡ଼ିଆ । ଯାହାକି ଦେଶ ସ୍ବାଧୀନତାପରେ କେବେ ବି ଦେଖିବାକୁ ମିଳିନଥିଲା। ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚିତ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆଙ୍କୁ ଭେଟିଦେଇଥିଲେ ସର୍ବଶ୍ରେଷ୍ଠ ସମ୍ମାନ। ସେହିପରି ନିଜ  ମନ୍ତ୍ରୀ ପରିଷଦରେ ମଧ୍ୟ ବହୁ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ଦେଇ ଓଡ଼ିଆଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମୋଦି ସରକାରରେ 9 ବର୍ଷର ରେକର୍ଡ ସମୟ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳିଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଦଳ ଓ ସରକାରରେ ଜଣେ କ୍ରଇସେସ ମ୍ୟାନେଜର ଭାବେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇ ଆସିଛନ୍ତି ଧର୍ମେନ୍ଦ୍ର। ମୋଦି ସରକାରର ପ୍ରଥମ ପାଳିରେ ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ଦ୍ବିତ୍ବୀୟ ପାଳିରେ ପ୍ରଥମେ ପ୍ରତାପ ଷଡ଼ଙ୍ଗୀ ଓ ଏବେ ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁନ୍ତି । ଆଉ ଏତିକି ବେଳେ ବର୍ଣ୍ଣାଳୀଙ୍କୁ ଯେମିତି ରାଜନାଥ ଡାକି ଭାଷଣ ଦେବାକୁ କହିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଆଙ୍କୁ ସବୁଠି ଅଧିକ ପ୍ରାଥମିକତା ଦେଉଛି ମୋଦି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
For one day, an odia girl is in charge of the Ministry of Defence | Argus News