ଦିଲ୍ଲୀ ଏୟାରପୋର୍ଟରେ ବିଦେଶୀ ମାଷ୍ଟରସେଫଙ୍କ ରେଷ୍ଟୁରାଣ୍ଟ

Key Points
ଆଜିକା ଡେଟରେ ଲୋକେ ବର୍ଗର ଖାଇବାକୁ ଯେମିତି ଦିଓ୍ବାନା। ଫେମସ ମିସୋଲିନ ଷ୍ଟାର ସେଫ ଗର୍ଡନ ରାମସେ ଭାରତରେ ନିଜର ପ୍ରଥମ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଯେଉଁଥିପାଇଁ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି।
ଆଜିକା ଡେଟରେ ଲୋକେ ବର୍ଗର ଖାଇବାକୁ ଯେମିତି ଦିଓ୍ବାନା। ଫେମସ ମିସୋଲିନ ଷ୍ଟାର ସେଫ ଗର୍ଡନ ରାମସେ ଭାରତରେ ନିଜର ପ୍ରଥମ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଯେଉଁଥିପାଇଁ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ଦିଲ୍ଲୀରେ ଗର୍ଡନ ରାମସେଙ୍କ ଷ୍ଟ୍ରିଟ ବର୍ଗର ନାମରେ ରେଷ୍ଟୁରାଣ୍ଟ ଲଞ୍ଚ ହୋଇଛି। ଲୋକମାନେ ସେଠାକୁ ଯାଇ ସେଫଙ୍କର ସିଗ୍ନେଚର ଡିସ୍ର ମଜା ଉଠାଉଛନ୍ତି। ଗର୍ଡନ ରାମସେ ନିଜ ପର୍ସନାଲିଟି ପାଇଁ ବେଶ ଲୋକପ୍ରିୟ ହୋଇଥିବାବେଳେ ତାଙ୍କର କୁକିଙ୍ଗ ସ୍କିଲ ବି ବହୁତ ଫେମସ। ଏବେ ଭାରତରେ ସେ ଏଣ୍ଟ୍ରି କରିଥିବାବେଳେ ଦିଲ୍ଲୀରେ ଥିବା ଖାଦ୍ୟପ୍ରିୟ ଲୋକ ତାଙ୍କର ଭରପୁର ଫାଇଦା ଉଠାଇଛନ୍ତି। ଦିଲ୍ଲୀବାସୀ ସବୁବେଳେ ଖାଇବାପ୍ରିୟ ହୋଇଥାଆନ୍ତି ଆଉ ଏହି ରେଷ୍ଟୁରାଣ୍ଟ ଓପନିଙ୍ଗ ଯେମିତି ସୋନେ ପେ ସୁହାଗା।
କିନ୍ତୁ ଆପଣ କଣ ଜାଣିଛନ୍ତି ସେଫ ଗର୍ଡନଙ୍କର କେଉଁ କେଉଁ ଫେମସ ଡିସ ରହିଛି? ତେବେ ପ୍ରଥମେ ଚାଲନ୍ତୁ ଜାଣିବା ଗର୍ଡନ ରାମସେଙ୍କୋର ଷ୍ଟ୍ରିଟ ବର୍ଗର ଭାରତରେ କେଉଁଠାରେ ରହିଛି?
ଗାର୍ଡନ ରାମସେଙ୍କର ପ୍ରଥମ ରେଷ୍ଟୁରାଣ୍ଟ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୧ରେ ଖୋଲାଯାଇଛି। ଭାରତରେ କାହିଁକି ନିଜ ରେଷ୍ଟୁରାଣ୍ଟ ଖୋଲିଲେ ବୋଲି କିଛି ଗଣାମଧ୍ୟମ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାମସେଙ୍କ ସିଇଓ ଏଣ୍ଡି ବେନଲକ କହିଛନ୍ତି ଯେ, ଭାରତୀୟ ଖାଇବା ଏବଂ ଭାରତୀୟ ପରମ୍ପରା ସାରା ବିଶ୍ବରେ ପରିଚିତ। ସେଥିପାଇଁ ଭାରତରେ ଆମର ରେଷ୍ଟୁରାଣ୍ଟ ଖୋଲିବା ଏକ ନାଚୁରାଲ ଚଏସ ଥିଲା। ଦିଲ୍ଲୀ ପରେ ମୁମ୍ବାଇରେ ମଧ୍ୟ ଆଉ ଏକ ରେଷ୍ଟୁରାଣ୍ଟ ଶୀଘ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ତେବେ ଗର୍ଡନ ରାମସେ ରେଷ୍ଟୁରାଣ୍ଟର ମେନ୍ୟୁ ବୋଲ୍ଡ ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ତାଙ୍କ ସିଗ୍ନେଚର ଡିସ ରହିଛି କିନ୍ତୁ ସବୁ ଡିସରେ ଦେଶୀ ତଡକା ଦିଆଯାଇଛି। ଯାହାର ନାଁ ହେଉଛି।
-ଗର୍ଡନଙ୍କ ଫ୍ରାଇଡ ଚିକେନ (GFC) ବର୍ଗର
-ତନ୍ଦୁରୀ ବର୍ଗର
-ବଟରନଟ ଭାଜି ବର୍ଗର
-ହଟର ଦୈନ ହେଲ୍ ଫ୍ରାଇଜ (ଚିଲ୍ଲି ଫ୍ରେଞ୍ଚ ଫ୍ରାଇଜ)
-ଏହା ସହିତ କ୍ରିସ୍ପ ବେଗନ ବାଇଟସ, ଫ୍ରେସ ସଲାଡ, ଟଫି ପୁଡିଙ୍ଗ, ମିଲକସେକ ଏବଂ କକଟେଲ ବି ମିଳୁଛି।
ଯଦି ଆମେ ଦିଲ୍ଲୀ ବିମାନବନ୍ଦର କଥା କହିବା ଏହା ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର। ୨୦୨୪ ମସିହାରେ ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୭କୋଟି ୮୦ ଲକ୍ଷ ଲୋକ ଯାତାୟାତ କରିଛନ୍ତି। ଯେଉଁଥିପାଇଁ ସବୁଠାରୁ ବ୍ୟସ୍ତ ବିମାନବନ୍ଦର ବୋଲି ମାନ୍ୟତା ରହିଛି। ନିକଟରେ ଟର୍ମିନାଲ ୧ର ଅପଗ୍ରେଡ କରାଯାଇଥିଲା। ଏବେ ୪ କୋଟି ଯାତ୍ରୀ ଏଠାକୁ ପ୍ରତିଦିନ ଯାତାୟାତ କରୁଛନ୍ତି। ସେଥିପାଇଁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଥମେ ଏହି ରେଷ୍ଟୁରାଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଆଗଲା। ରାମସେଙ୍କ ସିଇଓ କହିଛନ୍ତି ଭାରତୀୟ ଏୟାରପୋର୍ଟ ହେଉଛି ଆମ କୁକିଙ୍ଗ ଯାତ୍ରାର ନୂଆ ମଞ୍ଚ। ଆଉ ଆମେ ଉତ୍ସାହିତ ଅଛୁ ଯେ, ଲୋକ ଏହି ଖାଇବାକୁ ବହୁତ ଭଲ ପାଇବା ଦେଉଛନ୍ତି। ଦିଲ୍ଲୀ ବୁଲିବାକୁ ଯଦି କେବେ ପ୍ଲାନ କରୁଛନ୍ତି ତେବେ ଏହି ଟେଷ୍ଟି ବର୍ଗର ନିଶ୍ଚିତ ଥରେ ଟ୍ରାଏ କରନ୍ତୁ।