Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅକାଳୀ ଦଳ ମୁଖ୍ୟ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ

National

ଅକାଳୀ ଦଳ ମୁଖ୍ୟ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଅକାଳୀ ଦଳ ମୁଖ୍ୟ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ

ଅର୍ଗସ ବ୍ୟୁରୋ : ଅମୃତସର ସ୍ବର୍ଣ୍ଣ ମନ୍ଦିର ପରିସରରେ ଗୁଳିମାଡ । ଶିରୋମଣି ଅକାଳୀ ଦଳ ମୁଖ୍ୟ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବିର ସିଂ ବାଦଲଙ୍କୁ ଟାର୍ଗେଟ୍ କରି ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ସୁଖବୀର । ଆକ୍ରମଣକାରୀଙ୍କୁ ଗିରଫ କଲା ପୋଲିସ । ଶ୍ରୀ ଅକାଳ ତଖତ୍ ସାହିବର ନିର୍ଦ୍ଦେଶ ଅନୁସାରେ ସିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ସ୍ବର୍ଣ୍ଣ ମନ୍ଦିର ପରିସରରେ ସେବା କରୁଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଏହି ସମୟରେ ତାଙ୍କୁ ଟାର୍ଗେଟ କରି ଗୁଳିମାଡ ହୋଇଥିଲା । ୬୨ ବର୍ଷ ବୟସ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଖବୀର ସିଂଙ୍କ ଅକାଳୀ ଦଳ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା । ସେହି ସମୟରେ କରିଥିବା ଭୁଲ୍ ପାଇଁ ଅକାଳ ତଖତ୍ ସାହିବ ପକ୍ଷରୁ ଦଣ୍ଡାଦେଶ ଦିଆଯାଇଛି । ଅମ୍ରିତସର ସ୍ବର୍ଣ୍ଣ ମନ୍ଦିର ପରିସରରେ ଚପଲ ଓ ବାସନ ସଫା କରିବାକୁ ତାଙ୍କୁ କୁହାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Deputy Chief Minister Sukhbir Singh Badal was targeted and attacked | Argus News