Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେପିରେ ସାମିଲ ହେବା ଗର୍ବର ବିଷୟ : ପୂର୍ବତନ ବାୟୁସେନା ମୁଖ୍ୟ

National

ବିଜେପିରେ ସାମିଲ ହେବା ଗର୍ବର ବିଷୟ : ପୂର୍ବତନ ବାୟୁସେନା ମୁଖ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେପିରେ ସାମିଲ ହେବା ଗର୍ବର ବିଷୟ : ପୂର୍ବତନ ବାୟୁସେନା ମୁଖ୍ୟ

ଅର୍ଗସ ବ୍ୟୁରୋ : ଦେଶରେ ବଢୁଛି ବିଜେପିର ଶକ୍ତି । ଗତ କାଲି ମାର୍ଚ୍ଚ ୨୪ ତାରିଖରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିୟା ଏବଂ ୱାଇଏସଆରସିପିର ନେତା ବରପ୍ରସାଦ ରାଓ ବେଲ୍ଲାପଲ୍ଲୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଏହି ଦୁଇ ନେତା ଆଜି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର 

ଏହି ଅବସରରରେ ବରପ୍ରସାଦ ରାଓ ବେଲ୍ଲାପଲ୍ଲୀ କହିଛନ୍ତି, ବିଜେପିରେ ସାମିଲ ହେବା ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଂଶସା କରିବା ସହ, ଏହି କାରଣରୁ ସେ ବିଜେପିରେ ସାମିଲ ହେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେହିପରି ଆରକେଏସ୍ ଭଦୌରିଆ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତର ଲୋକଙ୍କୁ ନୂଆ ଆତ୍ମବିଶ୍ୱାସ ମିଳିଛି । ସେନାର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହା ବେଶ ଜରୁରୀ । ମୋଦୀଙ୍କ ନେତୃତ୍ୱରେ ଭାରତ ଅଦ୍ଭୁତପୂର୍ବ ବିକାଶ କରୁଛି ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former IAF chief R.K.S. Bhadauria, YSRCP leader Varaprasad Rao join BJP ahead of Lok Sabha polls | Argus News