ଖୋଲୁଛି ଆର ଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ପାପର ପେଡ଼ି

Key Points
- ଖୋଲୁଛି ଆର ଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ପାପର ପେଡ଼ି
- ଶବ ତସ୍କରୀ,ମେଡ଼ିସିନ ଚାଲାଣ ଏବଂ ସେକ୍ସ ରାକେଟ ଭଳି କାମରେ ଥିଲେ ମାଷ୍ଟରମାଇଁଣ୍ଡ
- ମେଡ଼ିକାଲ କଲେଜକୁ ବିଭିନ୍ନ ଅନୈତିକ କାମର ହବରେ କରିଥିଲେ ପରିଣତ
- ଆପଣାଉଥିଲେ ହିଂସା ଆଚରଣ,ଛାତ୍ରଛାତ୍ରୀଙ୍କୁ ଦେଉଥିଲେ ମାନସିକ ନିର୍ଯ୍ୟାତନା
- କାହା ବଳରେ ବଳୀୟାନ ଥିଲେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ?
- କାହିଁକି ବାରମ୍ବାର ସନ୍ଦୀପଙ୍କୁ ସୁରକ୍ଷା ଦେଉଥିଲା ପୋଲିସ ପ୍ରଶାସନ ?
- ସନ୍ଦୀପଙ୍କ ମୁଣ୍ଡ ଉପରେ ଥିଲା କି ମମତା ଦିଦିଙ୍କ ହାତ ?
ଅର୍ଗସ ବ୍ୟୁରୋ : କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ତଥ୍ୟ । ଖୋଲୁଛି ଆର ଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ପାପର ପେଡ଼ିର ଗୋଟିଏ ପରେ ଗୋଟିଏ ପୃଷ୍ଠା । କଲେଜରେ ଶବ ତସ୍କରୀଠୁ ଆରମ୍ଭ କରି ସରକାରୀ ମେଡ଼ିସିନ ଚାଲାଣ ଏବଂ ବିଭିନ୍ନ ସେକ୍ସ ରାକେଟ ଚଲାଉଥିବାର ଆସିଛି ବଡ଼ ଅଭିଯୋଗ । ବିଭିନ୍ନ ଅନୈତିକ କାମର ହବରେ ପରିଣତ କରିଥିଲେ କଲେଜକୁ । ଆପଣାଉଥିଲେ ହିଂସା ଆଚରଣ,ଛାତ୍ରଛାତ୍ରୀଙ୍କୁ ଦେଉଥିଲେ ମାନସିକ ନିର୍ଯ୍ୟାତନା । ଯାହାର EXCLUSIVE ଭିଜୁଆଲ୍ ଲାଗିଛି ଅର୍ଗସ୍ ହାତରେ । ଅବଶ୍ୟ ଦୃଶ୍ୟଟି କିଛିଦିନ ପୂର୍ବର । କିନ୍ତୁ ସନ୍ଦୀପଙ୍କ ଏପରି କିଛି କାମ ପାଇଁ ଛାତ୍ରଛାତ୍ରୀମାନେ ଅନେକ ବାର ତାଙ୍କୁ ରାସ୍ତାରେ ଦଉଡ଼ାଇଥିଲେ । ଅନେକବାର ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ ସନ୍ଦୀପ । ହେଲେ କୋଲକାତା ପୋଲିସ ସନ୍ଦୀପକୁ ବଞ୍ଚାଇବା ସହ ସୁରକ୍ଷା ଦେଇଥିଲେ ।ଏବେ ଆରଜି କର ମେଡ଼ିକାଲ କଲେଜ ଘଟଣା ପାଇଁ ପୁରା ଦେଶ ସଦମାରେ । ଏତେବଡ଼ ଘଟଣା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ପରେ ମଧ୍ୟ ସନ୍ଦୀପ ଘୋଷଙ୍କ ଉପରେ ଆକ୍ସନ ନାଁରେ କେବଳ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଏଠି ବଡ଼ ପ୍ରଶ୍ନ କାହିଁକି କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ନିଆଯାଉନି କିଛି କାର୍ଯ୍ୟାନୁଷ୍ଠାନ ? କାହା ବଳରେ ବଳୀୟାନ ସନ୍ଦୀପ ଘୋଷ ? କାହିଁକି ବାରମ୍ବାର ସନ୍ଦୀପଙ୍କୁ ସୁରକ୍ଷା ଦେଉଛି କୋଲକାତା ପୋଲିସ ? ସନ୍ଦୀପଙ୍କ ମୁଣ୍ଡ ଉପରେ ଅଛି କି ଦିଦିଙ୍କ ହାତ ?
ଅଧିକ ପଢନ୍ତୁ : ଅଭିଯୁକ୍ତ ସନ୍ଦୀପ ଘୋଷଙ୍କ ଖୋଲୁଛି ପାପ ପେଡିର ଗୁମର
ଏପଟେ ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ପରେ ସିବିଆଇ ରୁଜୁ କରିଛି ମାମଲା...ଏକକାଳୀନ ୧୫ଟି ସ୍ଥାନରେ ରେଡ଼ ଆରମ୍ଭ କରିଛି ସିବିଆଇର ଏଣ୍ଟି କରପସନ୍ ଟିମ୍ ...ସନ୍ଦୀପଙ୍କ ନିଜ ବାସଭବନ,ଶ୍ବଶୁର ଘର, ବନ୍ଧୁ ବାନ୍ଧବଙ୍କ ଘର ସହ ଆର ଜି କର ମେଡ଼ିକାଲ କଲେଜର ବିଭିନ୍ନ ଭିଭାଗରେ ଛାପା ମାରିଛି ଟିମ୍... ସନ୍ଦୀପଙ୍କ ଅତି ଖାସ ଦେବାଶିଷ ସୋମଙ୍କ ଘରେ ମଧ୍ୟ ପହଁଚିଛି ସିବିଆଇ ଟିମ୍
ସେପଟେ କୋଲକାତା ଲଜ୍ଜାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଆଜି ହୋଇଛି ପଲିଗ୍ରାଫ ଟେଷ୍ଟ ...CBI,CBFL,କୋଲକାତା ଓ ଦିଲ୍ଲୀର ଅଭିଜ୍ଞ ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମର ପ୍ରଶ୍ନରେ ଝାଳନାଳ ହୋଇଛି ସଞ୍ଜୟ ...ଖୁବଶୀଘ୍ର ଅନ୍ୟ ସସପେକ୍ଟ ମାନଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯିବ...ଆଉ ସାମ୍ନାକୁ ଆସିବ ଘଟଣାର ପ୍ରତ୍ୟେକଟି ଅଡ଼ୁଆ ସୂତାର ଖିଅ
📱 Get Argus News App
✨