Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଚର୍ଚ୍ଚାରେ ଜଗଦୀପ ଧନଖଡ଼, ପେନସନ୍ ପାଇଁ କଲେ ଆବେଦନ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
ପୁଣି ଚର୍ଚ୍ଚାରେ ଜଗଦୀପ ଧନଖଡ଼, ପେନସନ୍ ପାଇଁ କଲେ ଆବେଦନ

Key Points

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ପୁଣି ଚର୍ଚ୍ଚାରେ ଜଗଦୀପ ଧନଖଡ଼ । ପେନସନ୍ ପାଇଁ କଲେ ଆବେଦନ । ମାସିକ ମିଳିପାରେ ୪୨ ହଜାର ପେନସନ ।

ପୁଣି ଚର୍ଚ୍ଚାରେ ଜଗଦୀପ ଧନଖଡ଼, ପେନସନ୍ ପାଇଁ କଲେ ଆବେଦନ
ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଉପରାଷ୍ଟ୍ରପତି ପଦରୁ ଅଚାନକ ଇସ୍ତଫା ଦେବା ପରେ ସେ ଏବେ ପେନସନ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ରାଜସ୍ଥାନ ବିଧାନସଭାରେ ସେ ପେନସନ୍ ପାଇ ଆବେଦନ କରିଛନ୍ତି । କାହିଁକି ନା ଜଗଦୀପ ଧନଖଡ଼, ୧୯୯୩ ମସିହାରେ କଂଗ୍ରେସ ଟିକଟରେ କିଶନଗଡ଼ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ ବିଧାୟକ ଥିବା ଏବେ ପେନସନ୍ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।


ନିୟମ ଅନୁଯାୟୀ, ଜଗଦୀପ ଧନଖଡ଼ ରାଜସ୍ଥାନ ବିଧାନସଭାରୁ ପ୍ରାୟ ୪୨ ହଜାର ଟଙ୍କା ମାସିକ ପେନସନ ପାଇବେ । ରାଜସ୍ଥାନରେ ନେତାମାନଙ୍କ ପାଇଁ ଦୁଇଗୁଣ ଏବଂ ତିନିଗୁଣ ପେନସନର ବ୍ୟବସ୍ଥା ରହିଛି । ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ସାଂସଦ ଏବଂ ବିଧାୟକ ଉଭୟ ହୋଇଥିବେ, ତେବେ ସେ ଉଭୟ ପଦବୀ ପାଇଁ ଅଲଗା ଅଲଗା ପେନସନ ପାଇପାରିବେ। ଏହି କାରଣରୁ ଅନେକ ପୂର୍ବତନ ନେତା ଏକକାଳୀନ ବିଭିନ୍ନ ପଦବୀ ପାଇଁ ପେନସନ ପାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ରାଜସ୍ଥାନ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନି ସ୍ପଷ୍ଟ କରିଛନ୍ତି ଯେ, ଧନଖଡ଼ଙ୍କ ପେନସନ ପାଇଁ ଆବେଦନ କରିଛନ୍ତି । ତାଙ୍କ ଆବେଦନକୁ ବିଧାନସଭା ଗ୍ରହଣ କରିଛି ଏବଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଜଗଦୀପ ଧନଖଡ଼ ନିକଟରେ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ୨୧ ଜୁଲାଇରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଇସ୍ତଫା ବିଷୟରେ ଜଣାଇଥିଲେ। ତାଙ୍କ ଚିଠିରେ ସେ ଇସ୍ତଫାର କାରଣ ସ୍ୱାସ୍ଥ୍ୟ ବୋଲି ଦର୍ଶାଇଥିଲେ । କାର୍ଯ୍ୟକାଳ ବାକି ଥିବା ବେଳେ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ହୋଇଥିଲା ।

Sponsored
Former Vice President Jagdeep Dhankhar Applies for Pension After Resignation Sparks Buzz | Argus News