ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ
·2 years ago

ଅର୍ଗସ ବ୍ୟୁରୋ : ଖରା ଦିନ ଆରମ୍ଭ ନ ହେଉଣୁ ଜଳିଲାଣି ଘର । ଆଜି ଦିଲ୍ଲୀରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଭୟାବହ ଅଗ୍ନିକାଣ୍ଡ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏଭଳି ଘଟଣା ଦେଖିହାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ନଗର ଗୀତା କଲୋନୀରେ । ଏହି ଅଗ୍ନିକାଣ୍ଡ ଚାରି ମହଲା କୋଠା ସର୍ମ୍ପୂଣ୍ଣ ଭଶ୍ମିଭୂତ ହୋଇଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ଅଗ୍ନିକାଣ୍ଡରେ ମୋଟ ୯ ଜଣ ଆହତ ହୋଇଛନ୍ତି । ଏଥିରେ ୩ ଜଣ ପୁରୁଷ , ୪ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କୁ ନିକଟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କିଛି ସମୟ ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: