Videos
|
National

FSSAI New Rules for Pan Masala / ଏଣିକି ପ୍ଲାଷ୍ଟିକ୍ ପାଉଚ୍‌ରେ ଆଉ ଆସିବ ନାହିଁ ପାନ ମସଲା; FSSAI ପକ୍ଷରୁ ନୂଆ ନିୟମ ଲାଗୁ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଏଣିକି ପ୍ଲାଷ୍ଟିକ୍ ପାଉଚ୍‌ରେ ଆଉ ଆସିବ ନାହିଁ ପାନ ମସଲା; FSSAI ପକ୍ଷରୁ ନୂଆ ନିୟମ ଲାଗୁ
FSSAI New Rules for Pan Masala

Key Points

FSSAI ନିର୍ଦ୍ଦେଶ ଦେଇଛି ଯେ ପାନ ମସଲାର ପାଉଚ୍ ପ୍ୟାକିଂ ପଲିଥିନ୍, ପଲିପ୍ରପିଲିନ୍, ପଲିଷ୍ଟର, ପିଭିସି କିମ୍ବା ଅନ୍ୟାନ୍ୟ ସିନ୍ଥେଟିକ୍ ପଲିମର, କୋ-ପଲିମର୍ କିମ୍ବା ଲାମିନେଟ୍ସରେ ତିଆରି ହେବା ଉଚିତ୍ ନୁହେଁ।
FSSAI New Rules on Plastic Pouch: ପାନ ମସଲା ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଯାହା ଦ୍ୱାରା ଏହାର ମୂଲ୍ୟ ପ୍ରଭାବିତ ହେବା ନେଇ କୁହାଯାଉଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ (FSSAI) ପାନ ମସଲା ପ୍ୟାକେଜିଂ (Pan Masala Packaging) ସମ୍ପର୍କରେ ନୂତନ ଏବଂ କଠୋର ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ ପାନ ମସଲା ପାଉଚ୍‌ (Pan Masala Pouch) ପଲିଏଥିଥିନ୍ (Polyethylene), ପଲିପ୍ରପିଲିନ୍ (Polypropylene), ପଲିଷ୍ଟର (Polyester), PVC, କିମ୍ବା ଅନ୍ୟ ସିନ୍ଥେଟିକ୍ ପଲିମର (synthetic polymers), କୋ-ପଲିମର୍ (Co-Polymers), କିମ୍ବା ଲାମିନେଟ୍‌ (Laminates) ବ୍ୟବହାର କରି ତିଆରି କରାଯିବ ନାହିଁ।

ନୂତନ ନିୟମ ଅନୁସାରେ ପ୍ୟାକେଜିଂରେ ଆଲୁମିନିୟମ୍ ଫଏଲ୍ (Aluminum Foil) ଏବଂ ଧାତୁ ସ୍ତର (Metallized Layers) ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। FSSAI (Food Safety and Standards Authority of India) ଲାଗୁ ହୋଇଥିବା ନୂଆ ନିୟମ ଦ୍ୱାରା ପାନ ମସଲା ନିର୍ମାଣକାରୀ କମ୍ପାନୀ ଠାରୁ ଖୁଚୁରା ବ୍ୟବସାୟୀ ଏବଂ ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇପାରନ୍ତି। ନୂତନ ଆଇନ ୨୦୨୬ ଅଗଷ୍ଟ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇସାରିଛି।

ବର୍ତ୍ତମାନ କେଉଁ ପାଉଚ୍ ରେ ଉପଲବ୍ଧ ହେବ ପାନ ମସାଲା?
FSSAI ପାନ ମସଲା ପାଉଚ୍‌ ପାଇଁ କାଗଜ (Paper), ସେଲୁଲୋଜ୍ (Cellulose), ପେପରବୋର୍ଡ (Paperboard) ଏବଂ ଅନ୍ୟାନ୍ୟ ପ୍ରାକୃତିକ ଭାବରେ ପ୍ରାପ୍ତ ସାମଗ୍ରୀ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛି। ନୂତନ ନିୟମରେ ଏହା ମଧ୍ୟ କୁହାଯାଇଛି ଯେ ପାନ ମସଲାକୁ କାଚ (Glass) କିମ୍ବା ଟିନ୍ କ୍ୟାନ୍ (Tin Containers) ବ୍ୟବହାର କରି ପ୍ୟାକିଂ କରିହେବ।

ଏହା ସହ ପଢନ୍ତୁ: ୧୦୦ ବଦଳରେ ଥିଲା ୭୨% ଅଟା; ବଡ଼ ବିସ୍କୁଟ କମ୍ପାନୀ ପାଇଲା

ପାନ ମସଲା କମ୍ପାନୀ ଲାଗି ବଢିପାରେ ଖର୍ଚ୍ଚ
ନୂତନ ନିୟମ କାର୍ଯ୍ୟକାରୀ ହେବା ଦ୍ୱାରା ନିସନ୍ଦେହରେ ପାନ ମସଲା କମ୍ପାନୀ ଲାଗି ଖର୍ଚ୍ଚ ବଢିଯିବ। ପ୍ୟାକେଜିଂରେ ପରିବର୍ତ୍ତନ ପାଇଁ କଞ୍ଚାମାଲରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହେବ। ଏହାର ଅର୍ଥ ହେଉଛି କାଗଜ, ପେପରବୋର୍ଡ ଏବଂ ସେଲୁଲୋଜ ଭଳି ସାମଗ୍ରୀ ପାଇଁ ଖର୍ଚ୍ଚ ବୃଦ୍ ପାଇବ। ଏହା ସହିତ, ପ୍ୟାକେଜିଂ ମେସିନ ରେ ପରିବର୍ତ୍ତନ ଆବଶ୍ୟକ ହୋଇପାରେ। ଏହା କମ୍ପାନୀର ବଜେଟ୍ ଉପରେ ପ୍ରଭାବ ପକାଇବ ଏବଂ ଖର୍ଚ୍ଚ ବୃଦ୍ଧି କରିବ। ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ। ଏହାର ଫଳସ୍ୱରୂପ, ପାନ ମସଲାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଂରକ୍ଷଣକାରୀଙ୍କ ପାଇଁ ବଢିବ ସମସ୍ୟା
ପ୍ଲାଷ୍ଟିକ୍ ପାଉଚ୍ ଉପରେ ନିଷେଧାଦେଶ ଜାରି ହେବା ଦ୍ୱାରା ପାନ ମସଲାର ସଂରକ୍ଷଣ ଉପରେ ମଧ୍ୟ ପ୍ରଭାବ ପକାଇବ। କାଗଜ ପାଉଚ୍ ଗ୍ରହଣ କରିବା ଦ୍ୱାରା ପାନ ମସଲାର ସେଲଫ୍ ଲାଇଫ୍ (Self Life) ହ୍ରାସ ପାଇବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ, ଦୋକାନୀ ମଧ୍ୟ ସେମାନଙ୍କର ସାମଗ୍ରୀ ବିକ୍ରି କରିବାକୁ ନେଇ ଚାପରେ ରହିବେ। ସେଲଫ୍ ଲାଇଫ୍ ହ୍ରାସ ପାଇବା ଯୋଗୁଁ, ହୋଲସେଲର୍ ଏବଂ ଖୁଚୁରା ବ୍ୟବସାୟୀ ଉଭୟ ସେମାନଙ୍କର ଗଚ୍ଛିତ ପରିମାଣ ହ୍ରାସ କରିବେ। ଏହା ଦୋକାନୀଙ୍କୁ କମ୍ ପରିମାଣର ପାନ ମସଲା ଅର୍ଡ଼ର କରିବାକୁ ବାଧ୍ୟ କରିବ। ଏହା ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି କରିବ। ଏହାର ଅର୍ଥ ହେଉଛି ଦୋକାନୀ ୨ ଗୁଣା କ୍ଷତିଗ୍ରସ୍ତ ହେବେ। ଯାହା ଫଳରେ ଗ୍ରାହକ ପ୍ରଭାବିତ ହେବେ।




No More Plastic Pouches for Pan Masala: FSSAI Mandates Eco-Friendly Packaging | Argus News