FSSAI Cancels Licenses / ୫ଟି କମ୍ପାନୀର ଲାଇସେନ୍ସ ବାତିଲ୍ କଲା FSSAI, ବିସଲାରି ଉପରେ ହେବ ଆକ୍ସନ
·37 mins ago·3 min read

Key Points
Bisleri ପାଣି ପିଉଥିଲେ ସାବଧାନ
ଲାବ ଟେଷ୍ଟରୁ ମିଳିଲା ସାଂଘାତିକ ତଥ୍ୟ
FSSAI ନେଲା ବଡ଼ ଆକ୍ସନ
୫ଟି କମ୍ପାନୀର ଲାଇସେନ୍ସ ବାତିଲ୍ କଲା FSSAI
ଲାବ ଟେଷ୍ଟରୁ ମିଳିଲା ସାଂଘାତିକ ତଥ୍ୟ
FSSAI ନେଲା ବଡ଼ ଆକ୍ସନ
୫ଟି କମ୍ପାନୀର ଲାଇସେନ୍ସ ବାତିଲ୍ କଲା FSSAI
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନକୁ ନେଇ ଆକ୍ସନ ମୋଡ୍ରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ଗୁରୁତର ଅନିୟମିତତା ଧରାପଡ଼ିବା ପରେ ୫ଟି ସ୍ୱାସ୍ଥ୍ୟସେବା ଓ ନ୍ୟୁଟ୍ରାସ୍ୟୁଟିକାଲ୍ କମ୍ପାନୀର ଲାଇସେନ୍ସକୁ ତୁରନ୍ତ ସ୍ଥଗିତ କରାଯାଇଛି। ଏହି ତାଲିକାରେ ବେଦାନ୍ତ ରେ ମେଡିଜ୍ ପ୍ରାଇଭେଟ୍ ଲିମିଟେଡ୍, ଲୁସିଡ୍ ହେଲ୍ଥକେୟାର, ଏମ୍ବିକୋ ଆୟୁର୍ବେଦିକ ହେଲ୍ଥକେୟାର, ଭିଟାମେଡିକ୍ ହେଲ୍ଥ ନ୍ୟୁଟ୍ରାସ୍ୟୁଟିକାଲ୍ସ ଏବଂ ଆଡୋରିଆଲ୍ ହେଲ୍ଥକେୟାର ରହିଛନ୍ତି।
ଖାଦ୍ୟ ସୁରକ୍ଷା ଆଇନ, ୨୦୦୬ ଅନୁଯାୟୀ ହୋଇଥିବା ଯାଞ୍ଚରେ କମ୍ପାନୀଗୁଡ଼ିକରେ ଅନେକ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ଖରାପ ପରିମଳ ବ୍ୟବସ୍ଥା, ଅନୁପଯୁକ୍ତ ଉତ୍ପାଦ ସଂରକ୍ଷଣ, ଅବଧି ଶେଷ ହୋଇଥିବା ଉପାଦାନର ବ୍ୟବହାର ଏବଂ ଭ୍ରାମକ ସୂଚନା ଭଳି ଅନିୟମିତତା ଚିହ୍ନଟ ହୋଇଛି।
ଅନ୍ୟ କମ୍ପାନୀରେ ବି ଗୁରୁତର ତ୍ରୁଟି
ଲୁସିଡ୍ ହେଲ୍ଥକେୟାରରେ ଅପରିଷ୍କାର ପରିବେଶ, ଖରାପ ସଂରକ୍ଷଣ, ଅପର୍ଯ୍ୟାପ୍ତ ଆଲୋକ ଓ କୀଟନିୟନ୍ତ୍ରଣର ଅଭାବ ଚିହ୍ନଟ ହୋଇଥିଲା। କର୍ମଚାରୀଙ୍କ ପାଇଁ ଆବଶ୍ୟକ ପରିମଳ ସୁବିଧା ଏବଂ ବାଧ୍ୟତାମୂଳକ FoSTaC ତାଲିମର ଅଭାବ ମଧ୍ୟ ଥିଲା। ଏଠାରେ ୧୦ଟି ଉତ୍ପାଦକୁ ବୈଧ ଅନୁମୋଦନ କିମ୍ବା NOC ବିନା ପୁନଃ ଲେବଲ୍ କରାଯାଉଥିବା ଜଣାପଡ଼ିଥିଲା। କମ୍ପାନୀର ଅନୁପାଳନ ସ୍କୋର ଥିଲା ୨୭ ପ୍ରତିଶତ।
ପଢନ୍ତୁ ଏହି ଖବର: Bisleri ପାଣି ପିଉଥିଲେ ସାବଧାନ...! ଲାବ ଟେଷ୍ଟରୁ ମିଳିଲା ସାଂଘାତିକ ତଥ୍ୟ…

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏମ୍ବିକୋ ଆୟୁର୍ବେଦିକ ହେଲ୍ଥକେୟାରରେ ଖରାପ କାନ୍ଥ ଓ ମହଲା, ଅପର୍ଯ୍ୟାପ୍ତ ବାୟୁ ଚଳାଚଳ, କୀଟପତଙ୍ଗ ଆକ୍ରମଣ ଏବଂ ଅପରିଷ୍କାର ଉପକରଣ ଦେଖିବାକୁ ମିଳିଥିଲା। ଅବଧି ଶେଷ ହୋଇଥିବା ଉପାଦାନ ମଧ୍ୟ ଚିହ୍ନଟ ହୋଇଥିଲା। ଏହାର ଅନୁପାଳନ ସ୍କୋର ଥିଲା ୪୬ ପ୍ରତିଶତ।
ଭିଟାମେଡିକ୍ ହେଲ୍ଥ ନ୍ୟୁଟ୍ରାସ୍ୟୁଟିକାଲ୍ସର ଲାଇସେନ୍ସପ୍ରାପ୍ତ ପରିସର ବନ୍ଦ ଥିବା ବେଳେ ଅନୁମୋଦିତ ଠିକଣା ବଦଳରେ ଅନ୍ୟ ସ୍ଥାନରୁ କାର୍ଯ୍ୟ ଚାଲିଥିବା ଜଣାପଡ଼ିଥିଲା। ସେହିପରି ଆଡୋରିଆଲ୍ ହେଲ୍ଥକେୟାରର ଲାଇସେନ୍ସପ୍ରାପ୍ତ ବ୍ୟବସାୟିକ ସ୍ଥାନ ଠାବ କରାଯାଇପାରିନଥିଲା। ଭ୍ରାମକ ସୂଚନା ଦେବାର ଅଭିଯୋଗ ମଧ୍ୟ ରହିଛି।
ବିସଲେରି ପାଣିରେ ବ୍ରୋମେଟ୍, PAHକୁ ନେଇ ବିବାଦ
ଅନ୍ୟପଟେ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ବ୍ରାଣ୍ଡ ବିସଲେରିକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ବିସଲେରି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ର ପାଣି ନମୁନା ପରୀକ୍ଷାରେ ଅସୁରକ୍ଷିତ ଘୋଷିତ ହେବା ପରେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ FSSAI ଅନୁମୋଦନ ଦେଇଛି।
ପ୍ରାଥମିକ ଯାଞ୍ଚରେ ପାଣିରେ ବ୍ରୋମେଟ୍ର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଜଣାପଡ଼ିଥିଲା। ଅନୁମୋଦିତ ସୀମା ପ୍ରତି ଲିଟରରେ ୧୦ ମାଇକ୍ରୋଗ୍ରାମ୍ ଥିବା ବେଳେ ଏକ ନମୁନାରେ ୧୨ ମାଇକ୍ରୋଗ୍ରାମ୍ ବ୍ରୋମେଟ୍ ମିଳିଥିବା କମ୍ପାନୀ ସୂତ୍ରରୁ ଜଣାପଡ଼ିଛି। କମ୍ପାନୀର ଆବେଦନ ପରେ ନମୁନାକୁ ରେଫରାଲ୍ ଲ୍ୟାବ୍କୁ ପଠାଯାଇଥିଲା। ସେଠାରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ (PAH) ମଧ୍ୟ ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପରବର୍ତ୍ତୀ ପରୀକ୍ଷାରେ ମଧ୍ୟ ନମୁନାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।
ତେବେ ବିସଲେରି କହିଛି, ଏହି ସମସ୍ୟା ୨୦୨୫ ସେପ୍ଟେମ୍ବରରେ ଗୋଆ ପ୍ଲାଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ ସହ ଜଡ଼ିତ। ସେହି ବ୍ୟାଚ୍ର ୬ଟି ନମୁନା ମଧ୍ୟରୁ ୫ଟି ମାନଦଣ୍ଡ ପୂରଣ କରିଥିବା ବେଳେ ଗୋଟିଏ ନମୁନାରେ ବ୍ରୋମେଟ୍ର ମାତ୍ରା ଅଧିକ ଥିଲା ବୋଲି କମ୍ପାନୀ ଦାବି କରିଛି। ଏହାସହ ନିଜସ୍ୱ ଯାଞ୍ଚ ଓ ଉତ୍ପାଦନ ପ୍ରକ୍ରିୟାରେ ୯୦ରୁ ଅଧିକ ଗୁଣବତ୍ତା ପରୀକ୍ଷା କରାଯାଉଥିବା କହି ପାଣି ପିଇବା ପାଇଁ ସୁରକ୍ଷିତ ବୋଲି ସ୍ପଷ୍ଟୀକରଣ ଦେଇଛି।

ଏବେ FSSAIର ଏହି କଡ଼ା ଆକ୍ସନ ପରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ଗୁଣବତ୍ତାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିୟମ ଉଲ୍ଲଂଘନକାରୀ ସଂସ୍ଥା ବିରୋଧରେ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ଯାଞ୍ଚ ସମୟରେ ବେଦାନ୍ତ ରେ ମେଡିଜ୍ର ପରିସରରେ ଅପରିଷ୍କାର ପରିବେଶ, କ୍ଷତିଗ୍ରସ୍ତ ଗଠନ, ଜଳବନ୍ଦୀ, ଅପର୍ଯ୍ୟାପ୍ତ ଆଲୋକ ଏବଂ ଖରାପ କୀଟନିୟନ୍ତ୍ରଣ ବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଆୟୁଷ ଓ FSSAI ଲାଇସେନ୍ସପ୍ରାପ୍ତ ଉତ୍ପାଦକୁ ଉପଯୁକ୍ତ ପୃଥକୀକରଣ ବିନା ଏକାଠି ସଂରକ୍ଷଣ ଓ ପ୍ରକ୍ରିୟାକରଣ କରାଯାଉଥିଲା। ଅବଧି ଶେଷ ହୋଇଥିବା ଖାଦ୍ୟ ସ୍ୱାଦ ଏବଂ ବୈଧ ଲାଇସେନ୍ସ ବିନା ପ୍ରସ୍ତୁତ ଉତ୍ପାଦ ମଧ୍ୟ ମିଳିଥିଲା। FoSCoS ଅନୁପାଳନ ଯାଞ୍ଚରେ କମ୍ପାନୀକୁ ମାତ୍ର ୧୨ ପ୍ରତିଶତ ସ୍କୋର ମିଳିଥିଲା।
Related Topics
Explore more stories