Cancer Risk / ଖବରକାଗଜରେ ବରା, ପକୁଡି ଖାଉଥିଲେ ସାବଧାନ୍, ଆପଣଙ୍କୁ ହୋଇପାରେ କ୍ୟାନ୍ସର, ଦୋକାନୀଙ୍କ ଉପରେ ହୋଇପାରେ ଜୋରଦାର ଚଢ଼ାଉ
·2 months ago·2 min read

Key Points
ଖବରକାଗଜରେ ଖାଦ୍ୟ ଖାଉଛନ୍ତି କି?
ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ମହଙ୍ଗା ପଡ଼ିବ
ଏନେଇ କଟକଣା ଜାରି କରିଛି FSSAI
ଏପରିକି ଧରାପଡ଼ିଲେ ହେବ ଜରିମାନା
ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ମହଙ୍ଗା ପଡ଼ିବ
ଏନେଇ କଟକଣା ଜାରି କରିଛି FSSAI
ଏପରିକି ଧରାପଡ଼ିଲେ ହେବ ଜରିମାନା
ଭୁବନେଶ୍ବର,୦୭/୦୬: ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ମହଙ୍ଗା ପଡ଼ିବ । କାରଣ ଏନେଇ କଟକଣା ଜାରି କରିଛି FSSAI । ଏପରିକି ଧରାପଡ଼ିଲେ ହେବ ଜରିମାନା । ଯଦି ଆପଣ ରାସ୍ତାକଡ଼ରୁ ଗରମ ଗରମ ପକୁଡ଼ି,ସିଙ୍ଗଡ଼ା କିମ୍ବା ଅନ୍ୟ ଖାଦ୍ୟ ଜିନିଷ କିଣିବା ବେଳେ ତାହା ଖବରକାଗଜରେ ପ୍ୟାକ୍ ହୋଇଥିବା ଦେଖୁଛନ୍ତି, ତେବେ ସାବଧାନ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କାଳ ହୋଇପାରେ । ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ଏବଂ ପରଶିବା ଉପରେ କଟକଣା ଜାରି କରିଛି ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ- FSSAI । ଏଣିକି କୌଣସି ଖାଦ୍ୟ ବ୍ୟବସାୟୀ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁମ୍ବାଇରେ ଜଣେ ବଡ଼ାପାଉ ବିକ୍ରେତାଙ୍କୁ ଖବରକାଗଜରେ ଖାଦ୍ୟ ପ୍ୟାକ୍ କରୁଥିବା ଅବସ୍ଥାରେ ଧରାଯାଇଥିଲା । ଏହି ଘଟଣା ପରେ FSSAI ଏବଂ ବୃହତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ- BMC ମିଳିତ ଭାବେ ଚଢ଼ଉ କରିଥିଲେ । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ FSSAI ପଶ୍ଚିମାଞ୍ଚଳ ଶାଖା ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ସତର୍କ କରାଇ ଦେଇଛି । ଖବରକାଗଜ କୌଣସି ପ୍ରକାରେ ଖାଦ୍ୟ ପ୍ୟାକିଂ ପାଇଁ ଉପଯୁକ୍ତ ନୁହେଁ
ପୁରୁଣା ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଇବା କାହିଁକି ବିପଦପୂର୍ଣ୍ଣ ?
ଖବରକାଗଜରେ ବ୍ୟବହୃତ କାଳିରେ ବିଭିନ୍ନ ପ୍ରକାରର ବିଷାକ୍ତ ରାସାୟନିକ ପଦାର୍ଥ ରହିଥାଏ
ଏଥିରେ ସଲଭେଣ୍ଟ, ରଙ୍ଗ ଓ ଭାରୀ ଧାତୁ ରହିଥାଏ, ଯାହା ଶରୀର ପାଇଁ ବିପଦପୂର୍ଣ୍ଣ
ଅଧିକାଂଶ ସମୟରେ ଖବର କାଗଜରେ ଗରମ କିମ୍ବା ତେଲିଆ ଖାଦ୍ୟ ପରଶା ଯାଇଥାଏ
ଉତ୍ତାପ ଯୋଗୁଁ କାଗଜର କାଳି ଓ ରାସାୟନିକ ପଦାର୍ଥ ତରଳି ଖାଦ୍ୟ ସହ ମିଶିଯିବାର ଆଶଙ୍କା ଥାଏ
ଏହା ଦ୍ୱାରା ଶରୀରରେ କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି
ବିଶେଷ କରି ଶିଶୁ, ଗର୍ଭବତୀ ମହିଳା ଓ ବୟସ୍କଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ
ତେଣୁ ଏଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ ପୁରୁଣା ଖବର କାଗଜରେ ଖାଦ୍ୟ ଖାଇବା ଅତ୍ୟନ୍ତ କ୍ଷତିକାରକ
ପଢନ୍ତୁ ଏହି ଖବର: ଟଙ୍କା ଦେଇ ଫଳ ନୁହେଁ, ଆପଣ କିଣୁଛନ୍ତି କ୍ୟାନସର୍ !
ଖବରକାଗଜ କିମ୍ବା ପ୍ରିଣ୍ଟ ହୋଇଥିବା କାଗଜରେ ମୋଡ଼ା ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସାଜିପାରେ ବଡ଼ ବିପଦ। ଏପରି ଅଭ୍ୟାସ ଦୀର୍ଘ ଦିନ ଧରି ଜାରି ରହିଲେ ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ମଧ୍ୟ ବଢ଼ାଇଦିଏ ବୋଲି ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
FSSAI ଅନୁଯାୟୀ, ବ୍ୟବସାୟୀମାନେ ତୁରନ୍ତ ଖବରକାଗଜ ବଦଳରେ, ବଟର ପେପର, ଫୁଡ୍ ଗ୍ରେଡ୍ ପ୍ୟାକିଂ ସିଟ୍ ସହ ପ୍ରମାଣିତ ପେପର ବ୍ୟାଗ୍ ବା କଣ୍ଟେନର ବ୍ୟବହାର କରିବା ଆବଶ୍ୟକ । ଖାଦ୍ୟ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣ ଯଦି କୌଣସି ଦୋକାନରେ ଖବର କାଗଜରେ ଖାଦ୍ୟ ପ୍ୟାକ୍ କରୁଥିବା ଦେଖନ୍ତି, ତେବେ ତାହାକୁ ନିର୍ଭୟରେ ବିରୋଧ କରନ୍ତୁ । ନିଜ ପରିବାର ଓ ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପାଇଁ ସଚେତନ ହୁଅନ୍ତୁ । ଆଗାମୀ ଦିନରେ ଦୋକାନ ମାନଙ୍କରେ ଏନେଇ ପ୍ରଶାସନର ଚଢ଼ଉ ଜୋରଦାର ହେବ ବୋଲି ଜଣାପଡ଼ିଛି ।
Related Topics
Explore more stories