Calcium Carbide in Fruits / ଟଙ୍କା ଦେଇ ଫଳ ନୁହେଁ, ଆପଣ କିଣୁଛନ୍ତି କ୍ୟାନସର୍ !
·1 hour ago·3 min read

Key Points
ବଜାରରେ ମିଳୁଥିବା ସୁନ୍ଦର ଫଳ ନେଇପାରେ ଆପଣଙ୍କ ଜୀବନ !
ରୋଗୀ ଓ ଶିଶୁଙ୍କୁ କଦଳୀ-ଆମ୍ବ ଖୁଆଉଥିଲେ ସାବଧାନ
ସତେଜ ଫଳ ନାଁରେ ବିକ୍ରି ହେଉଛି ‘ସ୍ଲୋ ପଏଜନ’ !

ଭୁବନେଶ୍ଵର: ଆପଣ ବଜାରରୁ ବହୁତ ଆଗ୍ରହରେ କିଣୁଥିବା ହଳଦିଆ ଟହଟହ କଦଳୀ ଏବଂ ପାଚିଲା ସୁଆଦିଆ ଆମ୍ବ କେଉଁଠି ଆପଣଙ୍କ ପରିବାର ପାଇଁ ‘କାଳ’ ସାଜୁନି ତ ? ଆପଣ ନିଜ ପିଲା, ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର ଭାବି ଯେଉଁ ଫଳ ଖାଇବାକୁ ଦେଉଛନ୍ତି, ସେଥିରେ ଅସାଧୁ ବ୍ୟବସାୟୀମାନେ ଜହର ମିଶାଉନାହାନ୍ତି ତ ?
ଓଡ଼ିଶା ବଜାରରେ ବିକ୍ରି ହେଉଥିବା କଦଳୀ ଓ ଆମ୍ବରେ ମିଶୁଛି ମାରାତ୍ମକ କ୍ୟାମିକାଲ୍ "କ୍ୟାଲସିୟମ କାର୍ବାଇଡ୍" । କଦଳୀ ସବୁକୁ ସତେଜ ରଖିବା ପାଇଁ ବ୍ୟବହାର ହେଉଛି ଏହି ତରଳ ବିଷ । ଯାହା କଦଳୀ ଓ ଅନ୍ୟ ସବୁ ଫଳ ପଚାଇବାକୁ ବ୍ୟବହାର କରୁଛନ୍ତି ବ୍ୟବସାୟୀ । ଇଏ କେବଳ ଭୁବନେଶ୍ବର ନୁହେଁ ସାରା ରାଜ୍ୟରେ ଚାଲିଛି ଏମିତି ସାଂଘାତିକ ଖେଳ ।
ଏଥିସହ ପଢ଼ନ୍ତୁ: ଖାଇବା ପରେ ନିଦ ଆସିବାର କାରଣ କଣ ଜାଣନ୍ତୁ...
ସ୍ୱାସ୍ଥ୍ୟକର ଫଳ ଭାବି ପ୍ରତିଦିନ ରୋଗୀ, ବୟସ୍କ, ଗର୍ଭବତୀ ମହିଳା, ଶିଶୁ ଏବଂ କ୍ରୀଡ଼ାବିତମାନେ ପ୍ରଚୁର ପରିମାଣରେ କଦଳୀ ଖାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି, ଏହି ବିଶ୍ୱାସ ଭିତରେ ଲୁଚି ରହିଛି ସାଂଘାତିକ ଜହର ।
ରାଜ୍ୟରେ ପ୍ରତିଦିନ ପ୍ରାୟ ୪୦ ଟନ୍ କଦଳୀ ଦରକାର, ଉତ୍ପାଦିତ ହୁଏ ମାତ୍ର ୨ ଟନ୍ । ଓଡ଼ିଶାରେ କଦଳୀ ଚାହିଦାର ମାତ୍ର ୨ ପ୍ରତିଶତ ଉତ୍ପାଦନ ହୁଏ । ୯୦ ପ୍ରତିଶତରୁ ଅଧିକ କଦଳୀ ଆନ୍ଧ୍ର ଓ ବେଙ୍ଗଲରୁ ଆମଦାନୀ ହୁଏ । ବାହାର ରାଜ୍ୟରୁ କଦଳୀ ଗାଡ଼ିରେ ଓଡ଼ିଶା ଆସିବାକୁ ପ୍ରାୟ ଦୁଇ ଦିନ ଲାଗେ ।
ତେଣୁ ବ୍ୟବସାୟୀ ସେଠାରୁ କଞ୍ଚା କଦଳୀ ଓ କଞ୍ଚା ଆମ୍ବ ଆଣି ଗୋଦାମରେ ରଖନ୍ତି । ଆଉ ତା’ପରେ ଆରମ୍ଭ ହୁଏ ଅସାଧୁ କାରବାର । ମାତ୍ର ୩ ଦିନ ଭିତରେ ଜୋର ଜବରଦସ୍ତ ଫଳକୁ ପଚାଇବା ପାଇଁ ବ୍ୟବହାର କରାଯାଏ ମାରାତ୍ମକ ‘କ୍ୟାଲସିୟମ କାର୍ବାଇଡ୍’ । କଦଳୀରେ କାର୍ବାଇଡ୍ ପାଉଡର ଦେଇ ଅଖା ବସ୍ତାରେ ଘୋଡ଼ାଇ ରଖାଯାଏ, ଯାହା ଦ୍ୱାରା ଏହା ରାତାରାତି ହଳଦିଆ ଟହଟହ ଦେଖାଯାଏ ।
ଆସନ୍ତୁ ଜାଣିବା ଏହି କାର୍ବାଇଡ୍ ଆପଣଙ୍କ ଶରୀରକୁ କେମିତି ଧୀରେ ଧୀରେ ମୃତ୍ୟୁ ମୁଖକୁ ଠେଲି ଦିଏ । ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, "ଫଳ ପଚାଇବାକୁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଡ୍ରୁ ମାରାତ୍ମକ ‘ଏସିଟିଲିନ୍ ଗ୍ୟାସ’ ନିର୍ଗତ ହୁଏ । କେବଳ ସେତିକି ନୁହେଁ, ଏଥିରୁ ଆର୍ସେନିକ ଓ ଫସଫରସ୍ ଭଳି ସାଙ୍ଘାତିକ ବିଷାକ୍ତ ଗ୍ୟାସ୍ ବାହାରେ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । କାର୍ବାଇଡ୍ ଦ୍ୱାରା ପଚାଯାଇଥିବା କଦଳୀ କିମ୍ବା ଆମ୍ବ ଖାଇଲେ, ତୁରନ୍ତ ପେଟ ଯନ୍ତ୍ରଣା ଏବଂ ପାଟି ଜଳିବା ଭଳି ଲକ୍ଷଣ ଦେଖାଯାଏ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶା ପାଇଁ ବଡ଼ ସ୍ୱାସ୍ଥ୍ୟ ଚେତାବନୀ: ଡାଏବେଟିସ୍ ଓ ରକ୍ତଚାପ ଫାଶରେ ଯୁବପିଢ଼ି
ସବୁଠାରୁ ଭୟଙ୍କର କଥା ହେଲା, ଯଦି ଆପଣ ଲଗାତାର ଏହି ଫଳ ଖାଉଛନ୍ତି, ତେବେ କ୍ୟାନସର୍ ହେବାର ଆଶଙ୍କା ଶତପ୍ରତିଶତ ବଢ଼ିଯାଏ । ଏହାସହ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ । ତେବେ ଏହି ବିଷରୁ ବଞ୍ଚିବାର ଉପାୟ କ’ଣ ?
ଡାକ୍ତରଙ୍କ ପରାମର୍ଶ

- ବଜାରରୁ କିଣି ଆଣୁଥିବା ଫଳକୁ ପ୍ରଥମେ ପାଣିରେ ଅତିକମରେ ୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଧୋଇ ଦିଅନ୍ତୁ ।
- ପାଣିରେ ସାମାନ୍ୟ ଭିନେଗାର ମିଶାଇ କିଛି ସମୟ ରଖିବା ପରେ ଧୋଇଲେ ଆହୁରି ଭଲ ।
- ଆମ୍ବ ଖାଇବା ବେଳେ ଚୋପାକୁ ସିଧାସଳଖ ପାଟିରେ ନ ଲଗାଇ, ପ୍ରଥମେ ଚାମଚ ସାହାଯ୍ୟରେ ଭିତର ଅଂଶ ବାହାର କରି ଖାଆନ୍ତୁ ।
- କାରଣ ଏହି ଚୋପା ଦେଇ ହିଁ ଆର୍ସେନିକ ଓ ଫସଫରସ୍ ଗ୍ୟାସ୍ ମଣିଷ ଶରୀର ଭିତରକୁ ପ୍ରବେଶ କରେ ଓ ମାରାତ୍ମକ ରୋଗ ସୃଷ୍ଟି କରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories