Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗଗନଙ୍କ ସଫଳତା କାହାଣୀ ; ଦିନରେ ମଜୁରୀ କାମ, ରାତିରେ ପାଠପଢା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଗଗନଙ୍କ ସଫଳତା କାହାଣୀ ; ଦିନରେ ମଜୁରୀ କାମ, ରାତିରେ ପାଠପଢା

Key Points

  • ମଜୁରିଆରୁ IIT cracker
  • ଦିନରେ ମଜୁରୀ କାମ, ରାତିରେ ପାଠପଢା
     

ଅର୍ଗସ ବ୍ୟୁରୋ : ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଗଗନ । ଯାହାଙ୍କ ପାଖରେ ପାଠ ପଢିବା ପାଇଁ ଉପଯୁକ୍ତ ସମ୍ବଳ ନାହିଁ । ଦିନେ ନଖଟିଲେ ଦୁଇଦିନ ଉପାସ ରହିବାକୁ ପଡେ । ତାଙ୍କୁ ଦେଖୁଥିବା ଅନ୍ୟ ଲୋକମାନେ ଭାବନ୍ତି ବୋଧେ ଏମାନଙ୍କ ପାଇଁ ଡାକ୍ତର ଟିଏ ହେବା , ଇଞ୍ଜିନିଅର ହେବା ସ୍ବପ୍ନ । କିନ୍ତୁ ସେମାନେ ହିଁ ପ୍ରକୃତରେ ପ୍ରମାଣ କରି ଦେଖାନ୍ତି ଇଚ୍ଛାଶକ୍ତି ଥିଲେ ଦୂନିଆରେ ଅସମ୍ଭବ ବୋଲି କିଛି ଶବ୍ଦ ହିଁ ନାହିଁ ।

 କୁହାଯାଏ, ସଫଳତା ବେଶି ଦୂର ନୁହେଁ, ଯଦି ଆପଣଙ୍କ ମନରେ ତାକୁ ପାଇବା ପାଇଁ ସେତିକି ନିଷ୍ଠା ଆଉ ପରିଶ୍ରମ କରିବାର ଇଚ୍ଛା ଶକ୍ତି ଅଛି । କିନ୍ତୁ ସଫଳତା ପାଇବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି । ଗଗନ ବି ସେମାନଙ୍କ ଭିତରୁ ଜଣେ । ଯିଏ ଆଇଆଟିରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖିଥିଲେ । 
ଉତ୍ତରପ୍ରଦେଶ ଆଲିଗଡ ଜିଲ୍ଲା ଅତ୍ରାୱଲି ସହରର ଗଗନ ଜଣେ ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି । ୬ ଜଣଙ୍କୁ ନେଇ ତାଙ୍କର ପରିବାର । ବାପା ଗୋଦାମରେ ଗ୍ୟାସ ଏଜେନ୍ସିର ଗୋଦାମରେ ଦିନ ମଜୁରିଆ ଭାବେ କାମ କରନ୍ତି । ସେଥିରୁ ଯେତିକି ରୋଜଗାର କରନ୍ତି, ସେଥିରେ ତାଙ୍କ ପରିବାର ଚଳେ । ପରେ ପରେ ତାଙ୍କର ଦୁଇ ପୁଅ ମଧ୍ୟ ସେଠାରେ କାମ କରିବାକୁ ଲାଗିବା । ପ୍ରତିଦିନ ପାଖାପାଖି ୨୫୦ ଗ୍ୟାସ ସିଲିଣ୍ଡର ଉଠାଉଥିଲେ । ଏ ବାବଦକୁ ତାଙ୍କୁ ୩୫୦ ଟଙ୍କା ମିଳୁଥିଲା । ହେଲେ ମନରୁ ପାଠ ପଢିବାର ଇଚ୍ଛା କମି ନଥିଲା । ଦିନରେ ମଜୁରିଆ ଭାବେ କାମ କରି ରାତିରେ ଫୋନରେ ୟୁଟ୍ୟୁବରେ ପାଠ ପଢୁଥିଲା । ଦୀର୍ଘ ୧ ବର୍ଷର କଠିନ ପରିଶ୍ରମ ପରେ ସେ ଆଇଆଇଟି କ୍ରାକ କରିଥିଲେ । ଜେଇ ଆଡଭାନ୍ସ ପରୀକ୍ଷାରେ ସେ ଅଲ ଇଣ୍ଡିଆ ରାଙ୍କରେ ୫ ହଜାର ୨୮୬ ରାଙ୍କରେ ରହିଛନ୍ତି । ଫିଜିକ୍ସ ୱାଲାର ସିଇଓ ଅଲେଖ ପାଣ୍ଡେଙ୍କ ସହ ଏକ କଥାବାର୍ତ୍ତାରେ ସେ ଏପରି କହିଛନ୍ତି ।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ଜୁଲିମୋଲଙ୍କ ସଂଘର୍ଷ କାହାଣୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହାପରେ ଅଲେଖ ପାଣ୍ଡେ ତାଙ୍କୁ ୪ ଲକ୍ଷ ଟଙ୍କାର ସ୍କଲାରସିପ ଦେବା ସହ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ସେହି ଫିଜିକ୍ସ ୱାଲାରେ ହିଁ ଚାକିରି ଦେବାପାଇଁ କହିଥିଲେ । ତେବେ ସୋସିଆଲ ମିଡିଆରେ ଗଗନଙ୍କ ସଫଳତାର କାହାଣୀ ସମସ୍ତଙ୍କ ହୃଦୟସ୍ପର୍ଶ କରିଛି । ଯାହାକୁ ନେଇ ଜଣେ ଲେଖିଛନ୍ତି, ପ୍ରକୃତରେ ଗଗନ ସଫଳତା ଗଗନ ଛୁଇଁଗଲା । 

Sponsored
Gagan's success story; Wages work during the day, study at night | Argus News