ଗଗନଯାନ ମିଶନ, ୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ

ଅର୍ଗସ ବ୍ୟୁରୋ : ଗଗନଯାନ ମିଶନରେ ମହାକାଶ ଯିବାକୁ ୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା କରାଗଲା । ଭାରତୀୟ ବାୟୁସେନାର ୪ ପାଇଲଟ ଯିବେ ମହାକାଶ । ଗ୍ରୁପ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ ନାୟାର, ଗ୍ରୁପ କ୍ୟାପଟେନ ଅଜିତ୍ କ୍ରିଷ୍ଣନ୍ , ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା ଯିବେ ମହାକାଶ । ଏହି ୪ ମହାକାଶଚାରୀଙ୍କୁ ଆଷ୍ଟ୍ରୋନେଟ ୱିଙ୍ଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ପାଇଲଟଙ୍କ ନାମ ଘୋଷଣା ହେବ
ତେବେ ଏହି ଅବସରରେ ଭାରତବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ, ଏହି ୪ଜଣ ମହାକାଶଚାରୀ କେବଳ ବ୍ୟକ୍ତି ନୁହନ୍ତି, ୧୪୦ କୋଟି ଲୋକଙ୍କ ଶକ୍ତି। ପ୍ରଥମଥର ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ଏଥିପାଇଁ ସାରା ଦେଶର ଶୁଭକାମନା , ଶୁଭେଚ୍ଛା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।