Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

World Largest Shivling / ଆସିପାରୁନି ଶିବ ଲିଙ୍ଗ, ଗାଡ଼ିର ଭାର ସହିବାକୁ ସକ୍ଷମ ହେବ କି ଗଣ୍ଡକ ନଦୀରେ ତିଆରି ପୋଲ ?

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଆସିପାରୁନି ଶିବ ଲିଙ୍ଗ, ଗାଡ଼ିର ଭାର ସହିବାକୁ ସକ୍ଷମ ହେବ କି ଗଣ୍ଡକ ନଦୀରେ ତିଆରି ପୋଲ ?
World’s Largest Shivling

Key Points

ଅଧାରାସ୍ତାରେ ଅଟକିଛି ବିଶ୍ୱର ସବୁଠୁ ବଡ଼ ଶିବ ଲିଙ୍ଗ
ଗ୍ରାନାଇଟରେ ପ୍ରସ୍ତୁତ ଏହି ଶିବଲିଙ୍ଗର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ୍
ଅଧାରାସ୍ତାରେ ଅଟକିଛି ବିଶ୍ୱର ସବୁଠୁ ବଡ଼ ଶିବ ଲିଙ୍ଗ। ଗ୍ରାନାଇଟରେ ପ୍ରସ୍ତୁତ ଏହି ଶିବଲିଙ୍ଗର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ୍ । ତାକୁ ପୂର୍ବ ଚମ୍ପାରଣର ନିର୍ମାଣାଧୀନ ବିରାଟ ରାମାୟଣ ମନ୍ଦିରରେ ସ୍ଥାପନ କରାଯିବାର ଅଛି। ସେହି ଉଦ୍ଦେଶ୍ୟରେ ଗତବର୍ଷ ନଭେମ୍ବର ମାସରେ ତାମିଲନାଡୁର ମହାବଳୀପୁରମରୁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। ୫ଟି ରାଜ୍ୟ ଦେଇ ଯାତ୍ରା କରିବା ସମୟରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକେ ଏହାକୁ ପୂଜାର୍ଚ୍ଚନା କରିଥିଲେ । ଏହି ବଡ଼ ଶିବଲିଙ୍ଗ ଏବେ ଅଧାବାଟରେ ଅଟକିଯାଇଛି। ତାମିଲନାଡୁର ମହାବଳୀପୁରମରୁ ବିହାରର ପୂର୍ବ ଚମ୍ପାରଣ ଅଭିମୁଖେ ଆସୁଥିବା ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ ଏବେ ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ଏକ ଚେକପୋଷ୍ଟରେ ଅଟକିଛି ।

ଏହି ଶିବଲିଙ୍ଗ ୩୩ ଫୁଟ ଲମ୍ୱା ହୋଇଥିବାବେଳେ ଓଜନ ୨୧୦ ଟନ୍ । ହେଲେ କାହିଁକି ଆସିପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ବଡ଼ କଥା ହେଉଛି କି, ଶିବଲିଙ୍ଗ ସହ ତାକୁ ଆଣୁଥିବା ଗାଡ଼ିର ଭାର ସହିବାକୁ ଗଣ୍ଡକ ନଦୀରେ ନିର୍ମିତ ପୋଲ ସକ୍ଷମ ହେବ କି ନାହିଁ ସେଥିନେଇ ଯାଞ୍ଚ ଚାଲିଛି । ଇତିମଧ୍ୟରେ ଶିବଲିଙ୍ଗ ନିକଟରେ ସ୍ଥାନୀୟ ଲୋକେ ଭଜନ କୀର୍ତ୍ତନ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଇଞ୍ଜିନିୟରମାନେ ସେହି ପୋଲର ସଂରଚନାଗତ ମଜଭୁତିକୁ ନେଇ ପ୍ରଶ୍ନ ଉଠାଇବାପରେ ଗୋପାଳଗଞ୍ଜ ଜିଲ୍ଲାପାଳ ପୱନ କୁମାର ସିହ୍ନା ଏବଂ ଏସ୍ପି ଅବଧେଶ ଦୀକ୍ଷିତ ପୋଲର ଯାଞ୍ଚ କରିଥିଲେ । ସେଥିରୁ ପୋଲର ବିଭିନ୍ନ ସ୍ଥାନରେ ଫାଟ ଥିବା ଜଣାପଡି଼ଛି ।

ଏଥିସହ ପଢ଼ନ୍ତୁ: ଫେବ୍ରୁଆରୀ ୧ରୁ ନିୟମ ଲାଗୁ, ଟୋଲଗେଟ୍ ରେ ଗଲାବେଳେ ଜରିମାନା ଦେବେ ଗାଡ଼ି ଚାଳକ

ଏହାପରେ ଶିବଲିଙ୍ଗ ସହିତ ଟ୍ରକର ଓଜନକୁ ସହ୍ୟ କରିବାରେ ପୋଲ ସକ୍ଷମ ହେବ କି ନାହିଁ ସେଥିନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ବିହାର ରାଜ୍ୟ ପୋଲ ନିର୍ମାଣ ନିଗମ ଲିମିଟେଡ୍, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଟିମ ପୋଲର ଭାର ବହନ କ୍ଷମତାର ବିସ୍ତୃତ ଅଧ୍ୟୟନ ଲାଗି ଡକାଯାଇଛି ।ଏଥିଲାଗି ଶିବଲିଙ୍ଗ ସହ ତାକୁ ନେଇ ଆସୁଥିବା ବିଶାଳ ଟ୍ରକକୁ ଜାତୀୟ ରାଜପଥ-୨୭ରେ ନାରାୟଣୀ(ଗଣ୍ଡକ) ନଦୀରେ ଥିବା ଜର୍ଜର ଡୁମାରିଆଘାଟ ପୋଲ ଦେଇ ଅତିକ୍ରମ କରିବାକୁ ହେବ । "ଗ୍ରହ ସ୍ଥିତି ଅନୁସାରେ ଜାନୁଆରୀ ୧୭ ଏକ ଶୁଭ ଦିନ ଏବଂ ଏହାକୁ ଶିବରାତ୍ରି ପରି ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଶିବଲିଙ୍ଗ ସ୍ଥାପନ ପାଇଁ ବିଧି ଆରମ୍ଭ ହେବା ସହିତ ହେଲିକପ୍ଟରରୁ ଫୁଲ ପାଖୁଡ଼ା ବର୍ଷା ହେବ, ଏହାପରେ ଅଭିଷେକ ହେବ," ମନ୍ଦିର ଅଧୀକ୍ଷକଙ୍କ ସୂଚନା ।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
World Largest Shivling | World’s largest, 210-tonne shivling reaches Bihar | Argus News | Argus News