Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pollution Certificate / ଫେବ୍ରୁଆରୀ ୧ରୁ ନିୟମ ଲାଗୁ, ଟୋଲଗେଟ୍ ରେ ଗଲାବେଳେ ଜରିମାନା ଦେବେ ଗାଡ଼ି ଚାଳକ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଫେବ୍ରୁଆରୀ ୧ରୁ ନିୟମ ଲାଗୁ,  ଟୋଲଗେଟ୍ ରେ ଗଲାବେଳେ ଜରିମାନା ଦେବେ ଗାଡ଼ି ଚାଳକ
Pollution Certificate

Key Points

ରିଚାର୍ଜ ହେବନି ଫାସଟ୍ୟାଗ୍
ବୀମା ,ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଫାସଟ୍ୟାଗ୍ କାମ କରିବ ନାହିଁ
ଟୋଲଗେଟ୍ ରେ ଗଲାବେଳେ ଜରିମାନା ଗାଡି ଚାଳକଙ୍କୁ ଦେବାକୁ ପଡିବ
ବୀମା, ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଫାସଟ୍ୟାଗ୍ ରିଚାର୍ଜ ହେବନି । ଯଦି ଗାଡିରେ କିଛି ଜରିମାନା ଅଛି,ବୀମା ନାହିଁ,ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ ତେବେ ଫାସଟ୍ୟାଗ୍ କାମ କରିବ ନାହିଁ । ଏଥିପାଇଁ ଟୋଲଗେଟ୍ ରେ ଗଲାବେଳେ ଜରିମାନା ଗାଡି ଚାଳକଙ୍କୁ ଦେବାକୁ ପଡିବ । ଫେବ୍ରୁଆରୀ ୧ରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବେ ଓଡ଼ିଶା ସରକାର । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ଟୋଲଗେଟ୍ ରେ ସମସ୍ୟା ହେବ ନାହିଁ । ସେହିପରି ଏପ୍ରିଲ ୧ରୁ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଫିଟ୍ ନେସ ଯାଂଚ ବେଳେ ବାହାନ ଯାଂଚ ବାଧ୍ୟତାମୂଳକ କରାଯାଇଛି । ଗାଡି ମାଲିକ ଚାଲାଣ ଦେଇଥିଲେ, ଗାଡିର ବୀମା ଥିଲେ ହିଁ ଫିଟନେସ ଓ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ।

ଗାଡିର ପରମିଟ୍ ଦେବାବେଳେ ବି ଏହାକୁ ଲାଗୁ କରିବାକୁ ନିୟମ କରାଯାଇଛି । ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡ୍ ଲାଇନ୍ । ନିୟମ କଡ଼ା ହେବା ପରେ ପୁରା ଦମରେ ମାତିଛନ୍ତି ଦଲାଲ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକେ ବ୍ୟସ୍ତ ହେଉଛନ୍ତି, ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଉଛନ୍ତି ଦଲାଲ, ହେଉଛନ୍ତି ମାଲାମାଲ୍ । ଓଡ଼ିଶାରୁ ନେଇ ୟୁପି, ହରିୟାଣା, ରାଜସ୍ଥାନ ଯାଏଁ ଏମାନେ ଅଛନ୍ତି ଆକ୍ଟିଭ୍ । ଜଣେ ଜଣେ ଦଲାଲ ଦିନକୁ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ରାଜ୍ୟ ବାହାରର ଦଲାଲଙ୍କ ମାଧ୍ୟମ ସାଜିଛନ୍ତି ଆମ ରାଜ୍ୟର ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଓ କମନ ସର୍ଭିସ୍ ସେଣ୍ଟର ।

ଏଥିସହ ପଢ଼ନ୍ତୁ: କୋର୍ଟରେ ମାଦୁରୋ, ହାତ ଯୋଡ଼ି କହିଲେ ଏସବୁ ଥିଲା ପ୍ଲାନ...

ବଡ଼ କଥା ହେଲା ପଲ୍ୟୁସନ ସେଣ୍ଟରକୁ ଗାଡ଼ି ନେବା ଦରକାର ନାହିଁ । ଚାଲାଣ ଥିଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ହୋଇପାରିବା କଥା ନୁହେଁ । ଗାଡ଼ିର ଫାଇନ୍ ଥିଲେ ବି ମିଳିଯାଉଛି ପ୍ରମାଣପତ୍ର । କିନ୍ତୁ ଘରେ ବସି କେବଳ ଫୋନ୍ କଲ୍ ଓ ହ୍ବାଟସଆପ୍ ମାଧ୍ୟମରେ ହୋଇଯାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ । ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା ମାତିଥିବା ଏ ପଲ୍ୟୁସନ୍ ଦଲାଲଙ୍କ ବାବଦରେ ଆମ ରାଜ୍ୟର ପରିବହନ ବିଭାଗ ପାଖରେ ଖବର ଅଛି ତ ? ଯଦି ଅଛି ତେବେ ଆଗକୁ ଏହି ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pollution Certificate | FASTag to Stop Working Without Insurance & Pollution Certificate | Argus News | Argus News