Videos
|
National

Ganesh Puja 10 Days Tradition / କାହିଁକି ୧୦ ଦିନ ପର୍ଯ୍ୟନ୍ତ ବିରାଜମାନ କରିଥାନ୍ତି ଗଣପତି ବପ୍ପା? କ'ଣ ରହିଛି ମହାଭାରତ ସହ ଏହାର ସମ୍ପର୍କ?

Subhramjit Ray
Browse all articles by Subhramjit Ray
·52 mins ago·2 min read
କାହିଁକି ୧୦ ଦିନ ପର୍ଯ୍ୟନ୍ତ ବିରାଜମାନ କରିଥାନ୍ତି ଗଣପତି ବପ୍ପା? କ'ଣ ରହିଛି ମହାଭାରତ ସହ ଏହାର ସମ୍ପର୍କ?
Ganesh Puja 10 Days Tradition

Key Points


ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣପତି ମୂର୍ତ୍ତି ସ୍ଥାପନ କରିବାର ପରମ୍ପରା ମହାଭାରତ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ।
ଗଣେଶ ଚତୁର୍ଥୀ ଅବସରରେ ଘରେ ଘରେ ବିରାଜମାନ କରିଥାନ୍ତି ଗଣପତି ବପ୍ପା। ଅନେକ ବପ୍ପାଙ୍କୁ ଦେଢ଼ ଦିନ କେହି କେହି ୩, ୫, ୭ କିମ୍ବା ସମ୍ପୂର୍ଣ୍ଣ ୧୦ ଦିନ ପାଇଁ ମଧ୍ୟ ଘରେ ରଖିଥାନ୍ତି। ହେଲେ କେବେ ଆପଣ କେବେ ଭାବିଛନ୍ତି ବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ସ୍ଥାପନ କରିବାର ୧୦ ଦିନିଆ ପରମ୍ପରା କାହିଁକି ଆରମ୍ଭ ହେଲା? ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁସାରେ ଏହା ପଛରେ ମହାଭାରତ ସହିତ ଜଡି଼ତ ଏକ ଆକର୍ଷଣୀୟ ପୌରାଣିକ ମାନ୍ୟତା ରହିଛି।

ମହାଭାରତ ଲେଖିବାର ଦାୟିତ୍ୱ ନେଇଥିଲେ ଶ୍ରୀଗଣେଶ
ମହର୍ଷି ବେଦ ବ୍ୟାସ ମହାଭାରତ ରଚନା କରିଥିଲେ। ହେଲେ ତାଙ୍କୁ ଜଣେ ଲେଖକଙ୍କ ଆବଶ୍ୟକତା ଥିଲା ଯିଏ ନିରନ୍ତର ଲେଖିପାରିବେ। ଏଥିପାଇଁ ସେ ଭଗବାନ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରିଥିଲେ। ଗଣପତି ଏହି କାର୍ଯ୍ୟ ଗ୍ରହଣ କରିଥିଲେ ଏବଂ ଦିନରାତି ଲେଖିବା ଆରମ୍ଭ କରିଥିଲେ।

ବେଦ ବ୍ୟାସ ଗଣେଶଙ୍କ ଶରୀରରେ ଲଗାଇଥିଲେ ମାଟିର ଲେପ
କୁହାଯାଏ ଯେ ନିରନ୍ତର ଲେଖା ଯୋଗୁଁ ଶ୍ରୀଗଣେଶଙ୍କ ଶରୀରର ତାପମାତ୍ରା ଯେପରି ବୃଦ୍ଧି ନପାଏ ଏବଂ ତାଙ୍କ ଶରୀର ଯେପରି କ୍ଲାନ୍ତ ନହୁଏ ତାହାକୁ ରୋକିବା ପାଇଁ, ବେଦ ବ୍ୟାସ ତାଙ୍କ ଶରୀରରେ ଏକ ମାଟିର ଲେପ ଲଗାଇଥିଲେ। ମହାକାବ୍ୟ ମହାଭାରତ ଲିଖନ କାର୍ଯ୍ୟ ଭାଦ୍ରପଦ ଶୁକ୍ଳ ଚତୁର୍ଥୀ ତିଥିରେ ଆରମ୍ଭ ହୋଇଥିଲା ଏବଂ ଏହା ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଚାଲିଥିଲା।

ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହୋଇଥିଲା ଲିଖନ କାର୍ଯ୍ୟ
ମହାଭାରତ ଲେଖାଯିବା କାର୍ଯ୍ୟ ଦଶମ ଦିନ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହୋଇଥିଲା। ବେଦ ବ୍ୟାସ ଦେଖିଲେ ଯେ ଗଣେଶଙ୍କ ଶରୀର ପ୍ରବଳ ଗରମ ଅନୁଭବ କରୁଛି ଏବଂ ମାଟିର ଲେପ ଶୁଖିଯାଉଥିଲା ଏବଂ ଏହା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ତଳେ ପଡ଼ି ଯାଉଥିଲା। ତାଙ୍କ ଶରୀରକୁ ଥଣ୍ଡା କରିବା ପାଇଁ, ବେଦ ବ୍ୟାସ ଶ୍ରୀଗଣେଶଙ୍କୁ ପବିତ୍ର ଜଳରେ ସ୍ନାନ କରାଇଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଘଟଣାକୁ ଶ୍ରୀଗଣେଶଙ୍କ ପ୍ରତିଷ୍ଠା ଏବଂ ବିସର୍ଜନର ୧୦ ଦିନିଆ ପରମ୍ପରା ସହିତ ଜଡ଼ିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ବର୍ଷ ଗଣେଶ ପୂଜା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ଯାହା ୨୫ ତାରିଖ ଅନନ୍ତ ଚତୁର୍ଦ୍ଦଶୀ ଅବସରରେ ବିସର୍ଜନ ସହ ଶେଷ ହେବ। ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଆଗମନକୁ ନେଇ ଏବେ ଉତ୍ସବ ମୁଖର ହୋଇ ଉଠିଲାଣି ପୁର ପଲ୍ଲୀ ଠାରୁ ନେଇ ସହର ବଜାର। ଆଉ ଏବେ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛିଯ