Accident / ଗ୍ୟାଙ୍ଗ ଓ୍ୱାର, ବାଇକ୍ ଆରୋହୀଙ୍କୁ ପିଟିଲା କାର୍
·7 months ago·2 min read

Key Points
ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ
ବାଇକ୍ ଆରୋହୀଙ୍କୁ ପିଟିଲା କାର୍
ବାଇକ୍ ଆରୋହୀଙ୍କୁ ପିଟିଲା କାର୍
ଆଗ ପଛ ହୋଇ ମାଡି ଆସିଲା ଦୁଇଟି କାର। ଗୋଟିଏ ଥାର୍ ଅନ୍ୟଟି ସ୍ୱିଫ୍ଟ। ଦେଖୁ ଦେଖୁ ଆଖି ସାମ୍ନାରେ ଗୋଟି ଗୋଟି କରି ବାଇକ୍ ଉପରେ ଚଢ଼ିଗଲା କାର। ହେଲେ ପୋଲିସ କାହାକୁ ଧରିପାରିଲାନାହିଁ। ଏଭଳି ଘଟଣା ଘଟିଛି ରାଜସ୍ଥାନର କୋଟପୁଟଲି-ବେହରୋର ଅଞ୍ଚଳରେ । ଦୁଇଟି ଅପରାଧୀ ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଛି । ବାଂସୁର ସହରର ହରସୋରା ରୋଡରେ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି । ଶୁକ୍ରବାର ଦିନ ପୋଲିସ ହାତରେ ଲାଗିଥିଲା ଏକ ସିସିଟିଭି ଫୁଟେଜ୍ । ଯାହାକୁ ଆଧାର କରି ସବୁ ସତ ସାମ୍ନାକୁ ଆଣିଛି ପୋଲିସ ।
ପୋଲିସର ସୂଚନାନୁସାରେ, ଦୁଇଟି ଗାଡ଼ି, ଗୋଟିଏ ଥାର ଏବଂ ଗୋଟିଏ ସ୍ୱିଫ୍ଟ ଏକ ମୋଟର ସାଇକେଲରେ ଯାଉଥିବା ତିନି ଜଣ ଲୋକଙ୍କ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲା। ପ୍ରଥମେ ଥାର ଗାଡିଟି ଆଟାକ୍ କରିଥିଲା । ବାଇକରେ ଯାଉଥିବା ଲୋକମାନେ ତଳେ ପଡିଯାଇଥିଲେ । ପୁଣି ପଛପଟୁ ସ୍ୱିପ୍ଟ ଆସି ଗୋଡେଇ ଗୋଡେଇ ବାଇକ ଆରୋହୀଙ୍କୁ ମାରିବାକୁ ଚେଷ୍ଟା କରିଥିଲା। ବାଇକ ଆରୋହୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଦିନ ଦ୍ୱ ପ୍ରହରରେ ଏଭଳି ମାଡପିଟ ଚାଲିଥିଲା। ହେଲେ କେହି ଏହାକୁ ଅଟକାଇ ପାରିନଥିଲେ।
ଏଥିସହ ପଢ଼ନ୍ତୁ: ଭାରତର କଳାପାଣୀ-ଲିପୁଲେଖ-ଲିମ୍ପିଆଧୁରାକୁ ନେପାଳ କହୁଛି ମୋର
ପୋଲିସ ଏହା ମଧ୍ୟ କହିଛି ଯେ, ମହିପାଲ ଗୁର୍ଜର ନାମକ ବ୍ୟକ୍ତି ଏକ ପିସ୍ତଲ ବାହାର କରି ଥାର ଉପରକୁ ଗୁଳି ଚଳାଇଥିଲେ। ଯେତେବେଳେ ସ୍ୱିଫ୍ଟ ପୁଣି ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଗୁର୍ଜର ନାମକ ବ୍ୟକ୍ତି ଜଣଙ୍କ ପାଖରେ ଥିବା ଏକ କାନ୍ଥ ଉପରେ ଚଢ଼ି ଗାଡ଼ି ଉପରକୁ ବାରମ୍ୱାର ଗୁଳି ଚଳାଇ ଚାଲିଥିଲେ। ଯାହା ଫଳରେ ଆକ୍ରମଣକାରୀମାନେ ପଛକୁ ହଟିଯାଇଥିଲେ । ବାଇକ୍ ଚାଳକମାନେ ପଳାଇବା ପରେ, ଥାର ଏବଂ ସ୍ୱିଫ୍ଟରେ ଥିବା ଲୋକମାନେ ତଳକୁ ଓହ୍ଲାଇ ମୋଟର ସାଇକେଲକୁ ଲୁହା ରଡ୍ ସାହାଯ୍ୟରେ ଭାଙ୍ଗି ଦେଇଥିଲେ। ଯାହା ଫଳରେ ଆଖପାଖରେ ଆତଙ୍କ ସୃଷ୍ଟି ହୋଇଥିଲା।
ପୋଲିସ ଏହା ବି କହିଛି, ଆକ୍ରମଣର କାରଣ ପୁରୁଣା ଶତ୍ରୁତା କାରଣରୁ ହୋଇଥାଏ ବୋଲି ମନେ ହେଉଛି। ଯଦିଓ ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦୁଇଟି ଗାଡ଼ିରେ ପ୍ରାୟ ଆଠରୁ ଦଶ ଜଣ ଲୋକ ଉପସ୍ଥିତ ଥିଲେ। ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ, ପୋଲିସ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଏକ ଫୋରେନସିକ୍ ଦଳ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ଖୁବ ଶୀଘ୍ର ସେମାନଙ୍କୁ ଧରିବାରେ ସଫଳ ହେବ ପୋଲିସ। ଏହାସହ କେଉଁ କାରଣ ପାଇଁ ଏଭଳି ମାଡପିଟ ହେଉଥିଲେ ତାହା ମଧ୍ୟ ସାମ୍ନାକୁ ଆସିଯିବ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: