Gangster Marriage / ଏମିତି ବିବାହ କେବେ ଦେଖିଛନ୍ତି ? ୧୨ ଘଣ୍ଟିଆ ପାରୋଲ୍ରେ ବାହାରିଲେ ଗ୍ୟାଙ୍ଗଷ୍ଟର, ବିଦେଶରୁ ଆସିଲେ ପ୍ରେମିକା
·1 week ago·2 min read

Key Points
ଜେଲରେ ବନ୍ଦୀ ଗ୍ୟାଙ୍ଗଷ୍ଟର
ବିଦେଶରୁ ପହଞ୍ଚିଲେ ପ୍ରେମିକା
ପୋଲିସ୍ ଉପସ୍ଥିତିରେ ହେବ ବିବାହ
ବିଦେଶରୁ ପହଞ୍ଚିଲେ ପ୍ରେମିକା
ପୋଲିସ୍ ଉପସ୍ଥିତିରେ ହେବ ବିବାହ
ଅପରାଧର ଅନ୍ଧକାର ଦୁନିଆରୁ ବିଦେଶ ମାଟିରେ ପ୍ରେମ... ଦୂର ଦେଶର ଏକ ଅଜଣା ଗଳିରୁ ଆରମ୍ଭ ହୋଇଥିବା ଏହି ଅଦ୍ଭୁତ ଏବଂ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଏବେ ସୀମା ପାର ହୋଇ ହରିୟାଣାର ମାଟିରେ ପହଞ୍ଚିଛି । ୨୦୧୮ ମସିହାରେ ପାରୋଲରେ ବାହାରି କାନୁନ୍ ଆଖିରେ ଧୂଳି ଦେଇ କାମ୍ବୋଡ଼ିଆ ପଳାଇଥିଲା ଗ୍ୟାଙ୍ଗଷ୍ଟର ମେନପାଲ ଧିଲ୍ଲା । ସେଠାରେ ଏକ ନାଇଟ୍ କ୍ଲବ୍ ଚଳାଉଥିବା ସମୟରେ ତାଙ୍କର ଭେଟ ହୋଇଥିଲା ଜଣେ କାମ୍ବୋଡ଼ିଆ ଯୁବତୀଙ୍କ ସହ ।
ଭାଷା ଅଲଗା ଥିଲା, ସଂସ୍କୃତି ଅଲଗା ଥିଲା, କିନ୍ତୁ ଦୁଇଟି ଭିନ୍ନ ହୃଦୟ ପରସ୍ପରର ନିକଟତର ହୋଇଥିଲେ । କୌଣସି ଏକ ସିନେମା କାହାଣୀଠାରୁ ମଧ୍ୟ କୌଣସି ଗୁଣରେ କମ୍ ନଥିଲା ସେମାନଙ୍କ ଏହି ପ୍ରେମ କାହାଣୀ । ସମୟ ସହ ସେମାନଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା ଏବଂ ସେମାନେ ଏକାଠି ରହିବା ଆରମ୍ଭ କରିଥିଲେ । ଏହି ସମ୍ପର୍କରୁ ସେମାନଙ୍କର ୪ ସନ୍ତାନସନ୍ତତି ମଧ୍ୟ ହୋଇଥିଲେ ।
କିନ୍ତୁ ଗତ ବର୍ଷ ଅନ୍ତର୍ଜାତୀୟ ଏଜେନ୍ସି ଏବଂ ସିବିଆଇର ମିଳିତ ଅପରେସନରେ କାମ୍ବୋଡ଼ିଆରୁ ଧରାପଡ଼ି ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମେନପାଲ । ଏବେ ସେ ହରିୟାଣାର ଜେଲରେ ଆଜୀବନ କାରାଦଣ୍ଡ କାଟୁଛନ୍ତି । ଜେଲର ଚାରିକାନ୍ଧ ଭିତରେ ବନ୍ଦୀ ଥିଲେ ମଧ୍ୟ ତାଙ୍କ ମନର ରେ ସେହି ବିଦେଶୀ ସାଥୀ ଏବଂ ପିଲାମାନଙ୍କ ପାଇଁ ଏକ ଅହେତୁକ ପ୍ରେମ ରହିଥିଲା । ଶେଷରେ ସେହି ପ୍ରେମ ଦୁଇ ସାଥୀଙ୍କ ମିଳନର ବାଟ ଖୋଲିଛି । କୋର୍ଟଙ୍କଠାରୁ ମାତ୍ର ୧୨ ଘଣ୍ଟାର ପାରୋଲ୍ ପାଇ ଜେଲରୁ ବାହାରିଛନ୍ତି ମେନପାଲ ।
ଏଥି ସହ ପଢନ୍ତୁ: ରେଳ ଷ୍ଟେସନ୍ ଭିଆଇପି ରୁମ୍ ସୋଫାରେ ମିଳିଲା ଓଡ଼ଶ; ଡିଆରଏମ୍ ଙ୍କୁ ନୋଟିସ୍ ଜାରି କଲେ ମାଜିଷ୍ଟ୍ରେଟ୍
ଆଉ ସେପଟେ ସାଗର ପାର ହୋଇ ନିଜ ପିଲାମାନଙ୍କୁ ଧରି ହରିୟାଣାରେ ପହଞ୍ଚିଛନ୍ତି ସେହି କାମ୍ବୋଡ଼ିଆ ଝିଅ ମେଟା ଚାନ୍ । ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ବଳୟ ଭିତରେ, ଭାରତୀୟ ସନାତନ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଜୀବନର ସବୁଠାରୁ କଠିନ ପରିସ୍ଥିତି ଏବଂ ଅପରାଧର କଳା ପୃଷ୍ଠାକୁ ପଛରେ ପକାଇ, ଦୁଃଖ ଓ ସଂଘର୍ଷର ଏହି କାହାଣୀ ଏବେ ଏକ ନୂଆ ଏବଂ ଭାବବିହ୍ୱଳ ମୋଡ଼ ନେଇଛି ।

#WATCH | Jhajjar, Haryana: Gangster Mainpal Badli arrived at the venue under police security for his wedding. The court has granted him 12-hour parole to marry his Cambodian partner. pic.twitter.com/A10WvsnRBM
— ANI (@ANI) September 24, 2026
କିନ୍ତୁ ଗତ ବର୍ଷ ଅନ୍ତର୍ଜାତୀୟ ଏଜେନ୍ସି ଏବଂ ସିବିଆଇର ମିଳିତ ଅପରେସନରେ କାମ୍ବୋଡ଼ିଆରୁ ଧରାପଡ଼ି ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମେନପାଲ । ଏବେ ସେ ହରିୟାଣାର ଜେଲରେ ଆଜୀବନ କାରାଦଣ୍ଡ କାଟୁଛନ୍ତି । ଜେଲର ଚାରିକାନ୍ଧ ଭିତରେ ବନ୍ଦୀ ଥିଲେ ମଧ୍ୟ ତାଙ୍କ ମନର ରେ ସେହି ବିଦେଶୀ ସାଥୀ ଏବଂ ପିଲାମାନଙ୍କ ପାଇଁ ଏକ ଅହେତୁକ ପ୍ରେମ ରହିଥିଲା । ଶେଷରେ ସେହି ପ୍ରେମ ଦୁଇ ସାଥୀଙ୍କ ମିଳନର ବାଟ ଖୋଲିଛି । କୋର୍ଟଙ୍କଠାରୁ ମାତ୍ର ୧୨ ଘଣ୍ଟାର ପାରୋଲ୍ ପାଇ ଜେଲରୁ ବାହାରିଛନ୍ତି ମେନପାଲ ।
ଏଥି ସହ ପଢନ୍ତୁ: ରେଳ ଷ୍ଟେସନ୍ ଭିଆଇପି ରୁମ୍ ସୋଫାରେ ମିଳିଲା ଓଡ଼ଶ; ଡିଆରଏମ୍ ଙ୍କୁ ନୋଟିସ୍ ଜାରି କଲେ ମାଜିଷ୍ଟ୍ରେଟ୍
ଆଉ ସେପଟେ ସାଗର ପାର ହୋଇ ନିଜ ପିଲାମାନଙ୍କୁ ଧରି ହରିୟାଣାରେ ପହଞ୍ଚିଛନ୍ତି ସେହି କାମ୍ବୋଡ଼ିଆ ଝିଅ ମେଟା ଚାନ୍ । ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ବଳୟ ଭିତରେ, ଭାରତୀୟ ସନାତନ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏବେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଜୀବନର ସବୁଠାରୁ କଠିନ ପରିସ୍ଥିତି ଏବଂ ଅପରାଧର କଳା ପୃଷ୍ଠାକୁ ପଛରେ ପକାଇ, ଦୁଃଖ ଓ ସଂଘର୍ଷର ଏହି କାହାଣୀ ଏବେ ଏକ ନୂଆ ଏବଂ ଭାବବିହ୍ୱଳ ମୋଡ଼ ନେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories