Videos
|
National

Indian Citizenship Law / 'ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତା ପରିଚୟ ନୁହେଁ'

Subhramjit Ray
Browse all articles by Subhramjit Ray
·2 weeks ago·3 min read
'ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତା ପରିଚୟ ନୁହେଁ'
Indian Citizenship Law

Key Points

ଗୌହାଟି ହାଇକୋର୍ଟ ରାୟ ଦେଇଛନ୍ତି ଯେ କେବଳ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଦ୍ୱାରା ଭାରତୀୟ ନାଗରିକତା ପ୍ରମାଣ କରିହେବ ନାହିଁ।
Gauhati High Court on Indian Citizenship: ଭାରତୀୟ ନାଗରିକତା ପ୍ରମାଣ କରିବାକୁ ନେଇ ଦାଏର ହୋଇଥିବା ଏକ ଆବେଦନର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଗୌହାଟି ହାଇକୋର୍ଟ। ଏକ ରିଟ୍ ପିଟିସନ୍ ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି ଯେ ଆବେଦନକାରୀ ୧୬ ଦସ୍ତାବିଜ ଉପସ୍ଥାପନ କରିଥିଲେ। ହେଲେ ସେଥିମଧ୍ୟରୁ କୌଣସି ଗୋଟିଏ ହେଲେ ତାଙ୍କର ଭାରତୀୟ ନାଗରିକତା ପ୍ରମାଣ କରି ପାରିନଥିଲା।

ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏହି ୧୬ ଦଲିଲ୍ ଆବେଦନକାରୀଙ୍କୁ ପ୍ରମାଣ କରିବାକୁ ସାହାଯ୍ୟ କରିନଥିଲା ଯେ ସେ ୧୯୬୪ ବିଦେଶୀ ଆଇନ, ଧାରା ୯ ଅନୁଯାୟୀ ତାଙ୍କର ଦାୟିତ୍ୱ ପୂରଣ କରିଛନ୍ତି। ଯାହାର ଅର୍ଥ ହେଉଛି ତାଙ୍କୁ ଏହା ପ୍ରମାଣ କରିବାକୁ ଯେ ସେ ଜଣେ ଭାରତୀୟ ନାଗରିକ ଏବଂ ବିଦେଶୀ ନୁହଁନ୍ତି। ଯଦି ଜଣେ ବ୍ୟକ୍ତିଙ୍କ ବିଦେଶୀ ନାଗରିକ ହୋଇଥିବା ସନ୍ଦେହ କରାଯାଏ, ତାହେଲେ ତାଙ୍କର ନାଗରିକତା ପ୍ରମାଣ କରିବାର ଦାୟିତ୍ୱ ସେହି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ରହିଛି। ଏହି ନିର୍ଦ୍ଦେଶ ଗତ ଜୁନ୍ ୩୦ ତାରିଖରେ ବିଚାରପତି କଲ୍ୟାଣ ରାୟ ସୁରାନା ଏବଂ ଶମିମା ଜାହାନଙ୍କ ଖଣ୍ଡପୀଠ ଦେଇଥିଲେ।

କୋର୍ଟ୍ ରେ ୧୬ ଦଲିଲ୍ ଉପସ୍ଥାପନ କରିଥିଲେ ଆବେଦନକାରୀ
ଭାରତୀୟ ନାଗରିକତାକୁ ଗୌହାଟି ହାଇକୋର୍ଟ ଦେଇଥିବା ଆଦେଶରେ ଆହୁରି କୁହାଯାଇଛି, "ଯଦିଓ ଆବେଦନକାରୀ ୧୬ ଦସ୍ତାବିଜ ଉପସ୍ଥାପନ କରିଥିଲେ, ହେଲେ ଏହା ତାଙ୍କୁ ଜଣେ ଭାରତୀୟ ନାଗରିକ ବୋଲି ପ୍ରମାଣିତ କରିବାରେ ସହାୟକ ହୋଇନଥିଲା। ସେ ୧୬ ଦଲିଲ ଦେବା ପରେ ମଧ୍ୟ ନିଜକୁ ଜଣେ ଭାରତୀୟ ନାଗରିକ ଏବଂ ସେ ବିଦେଶୀ ନୁହଁନ୍ତି ବୋଲି ପ୍ରମାଣିତ କରିବା ପାଇଁ ଧାରା ୯ ଅନୁଯାୟୀ ତାଙ୍କର ଦାୟିତ୍ୱ ପୂରଣ କରିଛନ୍ତି।

ଏହି ମାମଲାରେ ଆବେଦନକାରୀ ଅମିନୁଲ ହକ୍ ୧୯୫୧ ମସିହାର ଜାତୀୟ ନାଗରିକ ପଞ୍ଜିକାର (NRC) ଏକ କପି ଦାଖଲ କରିଥିଲେ। ଯେଉଁଥିରେ ତାଙ୍କ ଜେଜେବାପା ଏବଂ ପିତାଙ୍କ ନାମ ଥିଲା। ସେ ୧୯୬୬ ମସିରୁ ୨୦୧୭ ପର୍ଯ୍ୟନ୍ତ ଭୋଟର ତାଲିକାର ପ୍ରମାଣିତ କପି, ୧୯୭୩ ପର୍ଯ୍ୟନ୍ତ ଜମି କ୍ରୟ କରିବାର ଦସ୍ତାବିଜ, ଏକ ପ୍ୟାନ୍ କାର୍ଡ, ଏକ ଭୋଟର ପରିଚୟ ପତ୍ର ଏବଂ ଏକ ସ୍କୁଲ ସାର୍ଟିଫିକେଟ ମଧ୍ୟ ଦାଖଲ କରିଥିଲେ। ଆସାମରେ NRC ଗତ ୨୦୧୯ ରେ ଶେଷ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଏହାକୁ ସୂଚିତ କରାଯାଇ ନାହିଁ। କିଏ ପ୍ରକୃତ ଭାରତୀୟ ନାଗରିକ ଏବଂ କିଏ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ତାହା ନିର୍ଣ୍ଣୟ କରିବା ପାଇଁ ଏହା ଏକ ପ୍ରମୁଖ ଦଲିଲ୍ ହେବା କଥା।

ଏହା ସହ ପଢନ୍ତୁ: 'ନ୍ୟାୟପାଳିକାରେ ମଧ୍ୟ ହେଉଛି ଦୁର୍ନୀତି; ବିଚାରପତି ପବିତ୍ର ଗାଈ ନୁହଁନ୍ତି'

କ'ଣ ରହିଛି ପୁରା ଘଟଣାକ୍ରମ?
ଏହି ମାମଲାରେ ଅମିନୁଲ ହକ୍‌ଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନ ସାମିଲ ରହିଥିଲା। ଯିଏ ତାଙ୍କୁ ବିଦେଶୀ ଘୋଷଣା କରିବା ପାଇଁ ୨୦୧୯ ଫେବୃଆରୀ ୨୮ ତାରିଖରେ ଗୌହାଟି ଫରେନର୍ସ ଟ୍ରିବ୍ୟୁନାଲ (Foreigners Tribunal Gauhati) ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

ଏହି ମାମଲାରେ ପ୍ରଥମେ ଫରେନର୍ସ ଟ୍ରିବ୍ୟୁନାଲ ଏବଂ ପରେ ହାଇକୋର୍ଟରେ, ଅମିନୁଲ ହକ୍ ଦାବି କରିଥିଲେ ଯେ ତାଙ୍କ ପରିବାର ପିଢ଼ି ପରେ ପିଢ଼ି ଧରି ଆସାମରେ ରହି ଆସୁଛନ୍ତି। ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ, ସେ ୧୯୫୧ NRC, ୧୯୬୬ ଏବଂ ପରବର୍ତ୍ତୀ ଭୋଟର ତାଲିକା, ୧୯୭୩ ମସିହାର ଏକ ଜମି ବିକ୍ରୟ ଦସ୍ତାବିଜ, ତାଙ୍କର PAN କାର୍ଡ, EPIC, ସ୍କୁଲ୍ ସାର୍ଟିଫିକେଟ୍ ଏବଂ ପରିବାର କାଗଜପତ୍ର ଉପସ୍ଥାପନ କରିଥିଲେ।

ଏହା ବ୍ୟତୀତ ଅମିନୁଲ ହକ୍‌ଙ୍କ ପିତା କୋର୍ଟରେ ହାଜର ହୋଇ ତାଙ୍କୁ ତାଙ୍କ ପୁଅ ବୋଲି ଦାବି କରିଥିଲେ। ହେଲେ ତଥାପି କୋର୍ଟ କହିଥିଲେ ଯେ ବୈଧ ଏବଂ ପ୍ରାସଙ୍ଗିକ ଦସ୍ତାବିଜ ପ୍ରମାଣ ବିନା କେବଳ ମୌଖିକ ସାକ୍ଷ୍ୟ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ନୁହେଁ।

ପୂର୍ବରୁ ୨୦୧୯ ଫେବୃଆରୀ ମାସରେ ଆସାମର କାମରୂପ ସ୍ଥିତ ଏକ ବିଦେଶୀ ଟ୍ରିବ୍ୟୁନାଲ୍ ହକ୍‌ଙ୍କୁ ବିଦେଶୀ ବୋଲି ଘୋଷଣା କରିଥିଲେ। ସେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ହକ୍ କହିଥିଲେ ଯେ ଦାରିଦ୍ର୍ୟ ହେତୁ ସେ ଗୌହାଟିରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ଆଜାରା ଥାନା ଅନ୍ତର୍ଗତ ବୋରବୋରି ଗ୍ରାମରେ ଏକ ଭଡ଼ା ଘରେ ରହୁଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PAN Card, Voter ID Not Proof of Citizenship: Gauhati High Court | Argus News