ହୁରୁନ୍ ଇଣ୍ଡିଆ ଧନୀ ତାଲିକା 2024ର ଶୀର୍ଷରେ ଗୌତମ ଆଦାନୀ

ଅର୍ଗସ ବ୍ୟୁରୋ: ହୁରୁନ୍ ଇଣ୍ଡିଆ ଧନି ତାଲିକା ୨୦୨୪କୁ ନେଇ ଚର୍ଚ୍ଚା। ଶୀର୍ଷରେ ଅଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଓ ତାଙ୍କ ପରିବାର। ୩୧ ଜୁଲାଇ ୨୦୨୪ ସୁଦ୍ଧା ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୯୫ ପ୍ରତିଶତ ବୃଦ୍ଧି ସହ ଏହା ୧୧.୬ ଲକ୍ଷ କୋଟିରେ ପହଞ୍ଚିଛି। ଯାହାଫଳରେ ସେ ମୁକେଶ ଅମ୍ବାନୀଙ୍କୁ ଅତିକ୍ରମ କରି ଦେଶର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୫ ପ୍ରତିଶତ ଅଭିବୃଦ୍ଧି ସହ ଏହା ୧୦.୧୪ ଲକ୍ଷ କୋଟିରେ ସୀମିତ ରହିଛି । ହିଣ୍ଡେନବର୍ଗ ରିପୋର୍ଟ ଯୋଗୁଁ ହୋଇଥିବା କ୍ଷତି ଭରଣା ପରେ ଆଦାନୀଙ୍କୁ ଏହି ସଫଳତା ମିଳିଛି ।
୨୦୨୩ ରିପୋର୍ଟ ଅନୁସାରେ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୫୭ ପ୍ରତିଶତ ଅବନତି ସହ ଏହା ୪.୭୪ ଲକ୍ଷ କୋଟି ରହିଥିଲା। ଏବଂ ଅମ୍ବାନୀ ୮.୦୮ ଲକ୍ଷ କୋଟି ସହ ସମ୍ପତ୍ତି ତାଲିକାରେ ଆଗରେ ରହିଥିଲେ । ଆମେରିକାର ସର୍ଟସେଲର ହିଣ୍ଡେନବର୍ଗର ଅଭିଯୋଗ ଯୋଗୁଁ ଆଦାନୀଙ୍କ ସମ୍ପତ୍ତିରେ ଦ୍ରୁତ ଅବନତି ଘଟିଥିଲା। ତେବେ ଆଦାନୀ ଗ୍ରୁପ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିବା ସହ ସେବି ପକ୍ଷରୁ ତଦନ୍ତରେ ଅଭିଯୋଗ ନେଇ କୌଣସି ପ୍ରମାଣ ମିଳିନଥିଲା।
ଏହାଛଡା ଶୀର୍ଷରେ ଥିବା ୫ ଧନୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଶିବ ନାଦର ଏବଂ ପରିବାର, ଚତୁର୍ଥ ସ୍ଥାନରେ ସାଇରସ୍ ଏସ୍ ପୁନାୱାଲା ଏବଂ ପରିବାର ଏବଂ ପଞ୍ଚମ ସ୍ଥାନରେ ଦିଲ୍ଲୀପ ସାଂଘଭୀ ରହିଛନ୍ତି।
ହୁରୁନ୍ ଇଣ୍ଡିଆର ଏହି ତାଲିକାରେ ବଲିଉଡର କିଙ୍ଗ୍ ସାହାରୁଖ୍ ଖାନ୍ ଏବଂ ଅମିତାଭ ବଚ୍ଚନ ମଧ୍ୟ ସାମିଲ୍ ଅଛନ୍ତି। ସାହାରୁଖ ଖାନଙ୍କ ସମ୍ପତ୍ତି ୭,୩୦୦ କୋଟି ରହିଛି। ହୁରୁନ୍ ଇଣ୍ଡିଆ ଧନି ତାଲିକାରେ ୨୧ ବର୍ଷୀଯ କୌବଲ୍ୟ ବୋହରା ଦେଶର ସବୁଠୁ କନିଷ୍ଠ ଅରବପତି ହୋଇଛନ୍ତି ।
ଦେଶରେ ଅବରପତିଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଛି । ଏହି ସଂଖ୍ୟା ୧୩ ବର୍ଷ ତଳେ ଥିବା ସଂଖ୍ୟାଠୁ ୬ ଗୁଣା ଅଧିକ। ତଥ୍ୟ ମୁତାବକ ଦେଶରେ ୧,୫୩୯ ଲୋକଙ୍କ ସମ୍ପତ୍ତି ୧ ହଜାର କୋଟିରୁ ଅଧିକ। ଏହି ବର୍ଷ ତାଲିକାରେ ୨୭୨ ଜଣ ନୂଆ ଅବରପତି ସାମିଲ୍ ହୋଇଛନ୍ତି। ତଥ୍ୟ ଅନୁସାରେ ଗତବର୍ଷ ଭାରତରେ ପ୍ରତି ୫ ଦିନରେ ଏକ ନୂଆ ବ୍ୟକ୍ତି ଅବରପତି ହୋଇଛନ୍ତି । ହୁରୁନ୍ ଇଣ୍ଡିଆର ଏହି ଧନୀ ତାଲିକା ୩୧ ଜୁଲାଇ ସୁଦ୍ଧା ସମ୍ପତ୍ତି ତଥ୍ୟ ଉପରେ ଆଧାରିତ। ତାଲିକାରେ ମୁମ୍ବାଇରୁ ସର୍ବାଧିକ ୩୮୬ ଧନୀ ବ୍ୟକ୍ତି ରହିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର