Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏପ୍ରିଲ ୧୯ରେ ହେବ ସାଧାରଣ ନିର୍ବାଚନ, ଜୁନ ୪ରେ ଭୋଟ ଗଣତି : ନିର୍ବାଚନ କମିଶନର

National

ଏପ୍ରିଲ ୧୯ରେ ହେବ ସାଧାରଣ ନିର୍ବାଚନ, ଜୁନ ୪ରେ ଭୋଟ ଗଣତି : ନିର୍ବାଚନ କମିଶନର

Jitendra Dash
Browse all articles by Jitendra Dash
·2 years ago·1 min read
ଏପ୍ରିଲ ୧୯ରେ ହେବ ସାଧାରଣ ନିର୍ବାଚନ, ଜୁନ ୪ରେ ଭୋଟ ଗଣତି : ନିର୍ବାଚନ କମିଶନର

ଅର୍ଗସ ବ୍ୟୁରୋ : ବାଜିଲା ନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ ଓ ଦିନ । ଘୋଷଣା କଲେ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର । ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ । ଏପ୍ରିଲ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ୪ ତାରିଖରେ ଭୋଟ ଗଣତି କରାଯିବ । ତେବେ ଏ ନେଇ ଦେଶର ନିର୍ବାଚନ ଆୟୋଗ ତରଫରୁ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ : ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ଥିଲେ କଣ କରିବେ : ନିର୍ବାଚନ କମିଶନର 

ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ଏହି ଅବସରରେ ସେ କହିଛନ୍ତି, ୧୯ ଏପ୍ରିଲରେ ଭୋଟ ଆରମ୍ଭ ହେବ । ଏବଂ ଜୁନ୍ ୧ ରେ ଶେଷ ହେବ ଲୋକସଭା ଓ ବିଧାନସଭା ଭୋଟ ଭୋଟ । ଭୋଟ ସରିବା ପରେ ଜୁନ୍ ୪ରେ (ମଙ୍ଗଳବାର) କରାଯିବ ଲୋକସଭା ଓ ବିଧାନସଭା ଭୋଟ ଗଣତି ।    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
General elections will be held on April 19, counting of votes on June 4 | Argus News