Videos
|
National

Shocking News / ଡିପ୍ରେସନ୍ ନେଇଗଲା ମହିଳା ଡାକ୍ତରଙ୍କ ଜୀବନ; ୧୮ ମାସ ତଳେ ହୋଇଥିଲା ଛାଡ଼ପତ୍ର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଡିପ୍ରେସନ୍ ନେଇଗଲା ମହିଳା ଡାକ୍ତରଙ୍କ ଜୀବନ; ୧୮ ମାସ ତଳେ ହୋଇଥିଲା ଛାଡ଼ପତ୍ର
Psychiatrist Jumps from 7th Floor

Key Points

ହମିକା ନିଜେ ଅନ୍ୟଙ୍କୁ ଅବସାଦରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଉଥିବା ବେଳେ ନିଜେ କିଭଳି ଏତେ ଡିପ୍ରେସନକୁ ପଳାଇଲେ ତାହା ସବୁଠୁ ବଡ଼ ପ୍ରଶ୍ନ ।
ନୂଆଦିଲ୍ଲୀ: ଡାକ୍ତରଙ୍କ ଆତ୍ମହତ୍ୟା । ୭ ମହଲା କୋଠାରୁ ଡେଇଁ ଜୀବନ ହାରିଲେ ଡାକ୍ତର । ମାନସିକ ରୋଗ ବିଶେଷଜ୍ଞ ହମିକା ଅଗ୍ରହୱାଲ ୭ ମହଲା କୋଠାରୁ ଡେଇଁ ଜୀବନ ହାରି ଦେଇଛନ୍ତି । ଗାଜିଆବାଦର ରାଜନଗର ଏକ୍ସଟେନସନରେ ରବିବାର ରାତିରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ରବିବାର ରାତିରେ ମାନସିକ ରୋଗ ବିଶେଷଜ୍ଞ ହମିକା ରହୁଥିବା କୋଠାର ସପ୍ତମ ମହଲାରୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ହମିକାଙ୍କ ମୃତ୍ୟୁ ହୋଇଛି । ହମିକାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲ୍ ନିଆ ଯାଇଥିଲା । ମେଡିକାଲ୍‌ରେ ଡାକ୍ତର ମୃତ ଘୋଷଣା କରିନ୍ତି ।

ଏଥିସହ ପଢ଼ନ୍ତୁ: ନିଶ୍ଚିହ୍ନ ହୋଇଗଲା ପରିବାର; IIMରୁ ପଢ଼ିଥିବା ସ୍ଵାମୀ ସହ ସ୍ତ୍ରୀ ଓ ଝିଅର ଆତ୍ମହତ୍ୟା 

ବିବାହ ବିଛେଦରୁ ଅବସାଦ

କୁହାଯାଉଛି ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ହମିକା ଅନେକ ଦିନରୁ ଅବସାଦ ବା ଡିପ୍ରେସନ୍‌ରେ ଥିଲେ । ମୃତ ଡକ୍ଟର ହମିକାଙ୍କ ପିତା ଆର୍ ଚନ୍ଦ୍ରା ସହରର ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଅଟନ୍ତି ।

ତାଙ୍କ କହିବା ଅନୁସାରେ, ପ୍ରାୟ ୧୮ ମାସ ତଳେ ଡକ୍ଟର ହମିକା ତାଙ୍କ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ଆଉ ସେବେଠୁ ହମିକା ଡିପ୍ରେସନ୍ ଦେଇ ଗତି କରୁଥିଲେ । ରାଜନଗର ଏକ୍ସଟେନସନର ଅଫିସର୍ ସିଟି-୨ରେ ଏକାକୀ ରହୁଥିଲେ ହମିକା ।

ନିଜେ ଜଣ ମାନସିକ ରୋଗ ବିଶେଷଜ୍ଞ ହୋଇଥିବା ଲୋକଙ୍କ କାଉନସେଲିଂ କରୁଥିଲେ । କିନ୍ତୁ ଛାଡ଼ପତ୍ର ଦୁଃଖକୁ ହମିକା ଭୁଲି ପାରିନଥିଲେ । ଆଉ ଶେଷରେ ଅବସାଦରେ ରହି ଏତେ ବଡ଼ ପଦକ୍ଷେପ ନେଇଗଲେ ।

ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, "ବର୍ତ୍ତମାନ ସମସ୍ତ ଦିଗରୁ ତଦନ୍ତ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳର ସାକ୍ଷ୍ୟ ଓ ପରିବାରର ବୟାନ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ । ତେବେ ହମିକାଙ୍କ ପ୍ଲାଟ୍‌ରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ ।"

ହମିକାଙ୍କ ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ବାପାମାଆଙ୍କୁ ପଚରାଉଚରା କରିଛି । ହମିକାଙ୍କ ପଡ଼ୋଶୀଙ୍କ ଠାରୁ ପୋଲିସ ତଥ୍ୟ ନେଇଛି । ଭିନ୍ନ ଭିନ୍ନ ଦିଗରୁ ପୋଲିସ ଛାଭିନ୍ କରୁଛି । କାରଣ ହମିକା ନିଜେ ଅନ୍ୟଙ୍କୁ ଅବସାଦରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଉଥିବା ବେଳେ ନିଜେ କିଭଳି ଏତେ ଡିପ୍ରେସନକୁ ପଳାଇଲେ ତାହା ସବୁଠୁ ବଡ଼ ପ୍ରଶ୍ନ ।

ଏଥିସହ ପଢ଼ନ୍ତୁ: ସେ ଟଙ୍କା ଦେଇଥିଲେ, ତା'ପରେ ଯୌନ ସମ୍ପର୍କ ପାଇଁ କହିଥିଲେ,ଆକାଂକ୍ଷାଙ୍କ ବଡ଼ ଖୁଲାସା 

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: