Videos
|
National

Shocking Incident / ନିଶ୍ଚିହ୍ନ ହୋଇଗଲା ପରିବାର; IIMରୁ ପଢ଼ିଥିବା ସ୍ଵାମୀ ସହ ସ୍ତ୍ରୀ ଓ ଝିଅର ଆତ୍ମହତ୍ୟା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ନିଶ୍ଚିହ୍ନ ହୋଇଗଲା ପରିବାର; IIMରୁ ପଢ଼ିଥିବା ସ୍ଵାମୀ ସହ ସ୍ତ୍ରୀ ଓ ଝିଅର ଆତ୍ମହତ୍ୟା
Couple and Daughter Die by Suicide Over Debt

Key Points

ଶିକ୍ଷିତ ପରିବାର ଚରମ ନିଷ୍ପତ୍ତି ନେଇଗଲା । ରାତିରେ ଚିର ଦିନ ପାଇଁ ଶୋଇଗଲା ପରିବାର । ଏକାସାଙ୍ଗରେ ବାପା ମାଆ ଓ ଝିଅ ଜୀବନ ହାରିଦେଲେ ।
ମୁମ୍ବାଇ: ଟଙ୍କା ଉଧାର ଆଣିଥିଲେ । ଯେଉଁଥିପାଇଁ ରାତିରେ ପରିବାର ଶୋଇ ପାରୁ ନଥିଲା । ଶେଷରେ ଶିକ୍ଷିତ ପରିବାର ଚରମ ନିଷ୍ପତ୍ତି ନେଇଗଲା । ରାତିରେ ଚିର ଦିନ ପାଇଁ ଶୋଇଗଲା ପରିବାର । ଏକାସାଙ୍ଗରେ ବାପା ମାଆ ଓ ଝିଅ ଜୀବନ ହାରିଦେଲେ ।

ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚବଡ଼ରେ । ଯେଉଁଠି ମାତ୍ରାଧିକ ଋଣ ପାଇଁ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା । ଦୁର୍ବିସହ ହୋଇ ପଡ଼ିଥିଲା ଜୀବନ । ବଞ୍ଚିବାର ରାହା ଖୋଜିବା ବଦଳରେ ପରିବାର ସମୂହ ଆତ୍ମହତ୍ୟା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସ୍ତ୍ରୀର ପରକିୟାପ୍ରୀତିରେ ସ୍ୱାମୀ ଦେବେ କି ଭରଣପୋଷଣ ? 

ଏହି ପରିବାର ମୋରୱାଡ଼ିର କରିଶ୍ମା ଗ୍ଲୋରି ସୋସାଇଟିରେ ରହୁଥିଲେ । ବିଷାକ୍ତ ଗ୍ୟାସ୍‌ର ଧୂଆଁରେ କୋଠରୀକୁ ଆବଦ୍ଧ କରି ୩ ଜଣ ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ବିନୋଦ ପିଲ୍ଲେ (୫୦) ଓ ପତ୍ନୀ ସିରଜା ପିଲ୍ଲେ (୪୫) ଓ ଝିଅ ପୂର୍ଣ୍ଣିମା ପିଲ୍ଲେ (୧୯) ।

କେମିତି ଜଣାପଡ଼ିଲା ?

ମୃତ ସିରଜା ପିଲ୍ଲେ କାମ କରୁଥିବା ସ୍କୁଲ୍‌ରେ ଅନେକ ଦିନ ଧରି ଅନୁପସ୍ଥିତ ରହିବାରୁ କର୍ତ୍ତୃପକ୍ଷ ଫୋନ କରିଥିଲେ । ହେଲେ କୌଣସି ଜବାବ ମିଳି ନଥିଲା । ଫଳରେ ସ୍କୁଲ୍ କର୍ତ୍ତୃପକ୍ଷ ସିରଜାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ ।

ଆଉ ସମ୍ପର୍କୀୟ ଓ ପୋଲିସ ସିରଜାଙ୍କ ଘରେ ପହଞ୍ଚି ଯାହା ଦେଖିଲେ ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଲା । ଘର ଭିତରେ ତିନିଜଣ ଅଚେତ ଅବସ୍ଥାରେ ପଡ଼ିଥିଲେ । ତୁରନ୍ତ ତିନିଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା ପୂର୍ବରୁ ବିନୋଦଙ୍କ ମୃତ୍ୟୁ ହୋଇଥିଲା । ବିନୋଦଙ୍କ ପତ୍ନୀ ସିରଜା ଓ ଝିଅ ପୂର୍ଣ୍ଣିମାଙ୍କ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ଵେ ଉଭୟ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି ।

ଶିକ୍ଷିତ ପରିବାରର ମେରୁଦଣ୍ଡ ଭାଙ୍ଗିଦେଲା ଋଣ

ଏହି ପରିବାର ବେଶ୍ ଉଚ୍ଚ ଶିକ୍ଷିତ ଓ ପ୍ରତିଷ୍ଠିତ ଥିଲା । ବିନୋଦ ପିଲ୍ଲେ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIM ଅହମଦାବାଦରୁ କମ୍ପ୍ୟୁଟର ସାଇନ୍ସ ପଢ଼ିଥିବା ବେଳେ ପତ୍ନୀ ସିରଜା ସ୍ଥାନୀୟ ଏକ ପ୍ରତିଷ୍ଠିତ ସ୍କୁଲ୍‌ରେ କୋଅର୍ଡିନେଟର ଥିଲେ । ପୂର୍ଣ୍ଣିମା ଥିଲା ଏକମାତ୍ର ଝିଅ ।

କିନ୍ତୁ ସମାଜ ନଜରରେ ଖୁସି ସ୍ଵଭାବର ଏହି ପରିବାର ଋଣ ଭାରରେ ବୁଡ଼ି ରହିଥିଲା । ଯେଉଁଥିପାଇଁ ୩ ବର୍ଷ ତଳେ ପରିବାର ନେହରୁନଗରରେ ଥିବା ନିଜ ଘରକୁ ବିକ୍ରି କରି ମୋରବାଡ଼ିରେ ଭଡ଼ା ଘରେ ରହିବାକୁ ବାଧ୍ୟ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: କାଶ୍ମୀରରେ ପୁଣି ଆତଙ୍କୀଙ୍କ ସେହି ଘୃଣ୍ୟକାଣ୍ତ; ଧର୍ମ ପଚାରି ଚଲାଇଲେ ଗୁଳି, ୩ବର୍ଷରେ ୩ଥର 

ସମୂହ ଆତ୍ମହତ୍ୟା ପାଇଁ ବିନୋଦ ଜୁନ୍ ୧ରେ ଅନଲାଇନ୍‌ରେ ଏକ ବିଷକ୍ତ ରସାୟନ ମଗାଇଥିଲେ । ଘଟଣା ଦିନ ଘରେ କୋଇଲା ଜାଳି ସେଥିରେ ରସାୟନ ଢାଳି ଦେଇଥିଲେ । ଆଉ ସେହି ଧୂଆଁ ଘରେ ବ୍ୟାପି ଯାଇଥିଲା । ଘରର କବାଟ ଝରକା ବନ୍ଦ ଥିବାରୁ ଧୂଆଁରେ ୩ ଜଣ ଅଣନିଶ୍ଵାସୀ ହୋଇ ଜୀବନ ହାରି ଦେଇଛନ୍ତି । ଆଉ ଘରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରେ ବିନୋଦ ଋଣ ବୋଝ କଥା ଲେଖିଛନ୍ତି ।

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: