Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

National

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

Jitendra Dash
Browse all articles by Jitendra Dash
·2 years ago·3 min read
ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା କରାଯାଇଛି । ଏହି କାରବାରର ଏକ ଅଂଶ ଭାବରେ, ଭାୟାକମ୧୮ ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ରେ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ ।

ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ନିୟନ୍ତ୍ରଣ ରେ ରହିବ ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ୧୬.୩୪ ପ୍ରତିଶତ ମାଲିକାନା , ଭାୟାକମ୧୮ ର ୪୬.୮୨ ପ୍ରତିଶତ ଓ ଡିଜନିର ୩୬.୮୪ ପ୍ରତିଶତ ମାଲିକାନା ରହିବ । ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡ଼ିଆ ଆସେଟ ଯୋଗଦାନ କରିପାରେ । ଶ୍ରୀମତୀ ନୀତା ଏମ ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ହେବେ ଏବଂ ଶ୍ରୀ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବରେ ଏହି ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ ।

ଭାରତରେ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁ ପାଇଁ ଏହି ମିଳିତ ଉଦ୍ୟୋଗ ଏକ ଅଗ୍ରଣୀ ଟିଭି ଏବଂ ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ହେବ ଯେଉଁଥିରେ ମନୋରଞ୍ଜନରେ କଲର୍ସ, ଷ୍ଟାରପ୍ଲସ୍‌, ଷ୍ଟାରଗୋଲ୍ଡ ଏବଂ କ୍ରୀଡାରେ ଷ୍ଟାର୍ ସ୍ପୋର୍ଟସ୍ ଏବଂ ସ୍ପୋର୍ଟସ୍ ୧୮ ଭଳି ଆଇକନିକ୍ ମିଡିଆ ସମ୍ପତ୍ତି ଏକତ୍ର ହେବାସହିତ ଜିଓସିନେମା ଏବଂ ହଟଷ୍ଟାର ମାଧ୍ୟମରେ ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରମୁଖ ଇଭେଣ୍ଟ ଏକତ୍ରିତ ହେବ । ଏହି ମିଳିତ ଉଦ୍ୟୋଗରେ ସମଗ୍ର ଭାରତରେ ୭୫୦ ନିୟୁତରୁ ଉର୍ଦ୍ଧ୍ୱ ଦର୍ଶକ ରହିବେ ଏବଂ ଏହା ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟମାନଙ୍କ ଚାହିଦା ମଧ୍ୟ ପୂରଣ କରିବ ।

ଭାରତରେ ଡିଜନିର ଚଳଚ୍ଚିତ୍ର ଏବଂ ପ୍ରଡକ୍ସନ୍ ବିତରଣ ପାଇଁ ଏହି ମିଳିତ ଉଦ୍ୟୋଗକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯିବ ଏବଂ ୩୦୦୦୦ରୁ ଅଧିକ ଡିଜନି ବିଷୟବସ୍ତୁକୁ ଲାଇସେନ୍ସ ସହିତ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ସମ୍ଭାର ବିକଳ୍ପ ପ୍ରଦାନ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜେଭି ବିଷୟରେ ସୂଚନା ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଡି ଅମ୍ବାନୀ କହିଛନ୍ତି ଯେ "ଏହା ଏକ ଯୁଗାନ୍ତକାରୀ ଚୁକ୍ତି ଯାହା ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି । ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବରେ ସମ୍ମାନ ଦେଇ ଆସିଛୁ ଏବଂ ଏହି ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ ଗଠନ ସହିତ ବେଶ ଉତ୍ସାହିତ ଯେ ଆମ ବିସ୍ତୃତ ବିଷୟବସ୍ତୁ ସମ୍ଭାର, ସୃଜନଶୀଳ ପ୍ରବୃତ୍ତି ଏବଂ ବଜାର ଅଭିଜ୍ଞତା ବଳରେ ସମଗ୍ର ଦେଶରେ ଦର୍ଶକଙ୍କ ନିକଟରେ ଶ୍ରେଷ୍ଠ ବିଷୟବସ୍ତୁ ସୁଲଭ ମୂଲ୍ୟରେ ପହଞ୍ଚାଇବାରେ ଏହା ସାହାଯ୍ୟ କରିବ ।

ଅଧିକ ପଢନ୍ତୁ ଭାରତ ଖବର

ୱାଲ୍ଟ ଡିଜନି କମ୍ପାନୀର ସିଇଓ ବବ ଆଇଗର କହିଛନ୍ତି, “ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ବଜାର, ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ଉତ୍ସାହିତ ଅଛୁ । ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବରେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ୍ ସେବା ଏବଂ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ । 

Argus Whatsapp Channel Mobile Top
Sponsored
Giant collaboration: Reliance and Disney unite to form a joint venture | Argus News