Humpback Whale Harm / ସମୁଦ୍ର କୂଳରେ ଫସିଛି ତିମି, ୨୫ ଦିନ ହେଲା ତିମିକୁ ବଞ୍ଚାଇବାକୁ ଚାଲିଛି ପ୍ରୟାସ
·4 months ago·2 min read

Key Points
ସମୁଦ୍ର କୂଳରେ ୨୫ ଦିନ ହେଲା ଫସି ରହିଛି ବିଶାଳ ତିମି
୨୫ ଦିନ ହେଲା ବଞ୍ଚାଇବାକୁ ଚାଲିଛି ପ୍ରୟାସ
୨୫ ଦିନ ହେଲା ବଞ୍ଚାଇବାକୁ ଚାଲିଛି ପ୍ରୟାସ
ସମୁଦ୍ର କୂଳରେ ଫସିଛି ତିମି। ଦୀର୍ଘ ୨୫ ଦିନ ହେଲା ବିଶାଳ ତିମି ଫସିରହିଛି। ୨୫ ଦିନ ହେଲାଣି ବଞ୍ଚାଇବାକୁ ଚାଲିଛି ଶେଷ ପ୍ରୟାସ।ତିମିକୁ ମରିବାକୁ ଛାଡ଼ିବା ଅପେକ୍ଷା, ବଞ୍ଚାଇବାକୁ ଶେଷ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଦଳ । ସମୁଦ୍ର କୂଳରେ ପ୍ରାୟ ୨୫ ଦିନ ହେଲା ଫସିରହିଛି ୪୪ ଫୁଟର ବିଶାଳ ତିମି । ସମୁଦ୍ର ଭିତରକୁ ଯାଇପାରୁନି, କୂଳରେ ବଞ୍ଚିବାକୁ ସଂଘର୍ଷ କରୁଛି । ସରକାର ଉଦ୍ଧାରକାରୀ ଟିମ୍ ପଠାଇଛନ୍ତି ସତ, କିନ୍ତୁ ତିମିକୁ ଗଭୀର ସମୁଦ୍ରକୁ ଫେରାଇବା ସହଜ ହୋଇପାରୁନି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସତରେ କଣ ସଫଳ ହେବ ଶେଷ ପ୍ରୟାସ ? ଆସନ୍ତୁ ଜାଣିବା ପ୍ରକୃତରେ ଘଟଣା କ’ଣ ।
ଏଥିସହ ପଢ଼ନ୍ତୁ: ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ !
ପରିବେଶ ମନ୍ତ୍ରୀ ଟିଲ ବ୍ୟାକହାଉସ୍ କହିଛନ୍ତି, ତିମିଟି ବଞ୍ଚିଥିବା ଯାଏଁ ଉଦ୍ଧାର କରିବାକୁ ଚେଷ୍ଟା କରାଯିବ । ଏବେ ‘ଟିମି’କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି, କିନ୍ତୁ ତାର ଅବସ୍ଥା ବହୁତ ଖରାପ ଅଛି । ଏହା ପୂର୍ବରୁ ସ୍ଥାନୀୟ ଅଧିକାରୀ କହିଥିଲେ ଯେ, ଏବେ ତିମିକୁ ଉଦ୍ଧାର କରିବା ସମ୍ଭବ ନୁହେଁ । Humpback Whaleକୁ ବଞ୍ଚାଇବା ପାଇଁ ନୂଆ ରେସକ୍ୟୁ ପ୍ଲାନ ଦୁଇ ଜଣ ବ୍ୟବସାୟୀ ଦେଇଛନ୍ତି ବୋଲି ଏଏଫପିରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ନୂଆ ଯୋଜନାରେ, ତିମିକୁ ଏକ ପବନ ଭର୍ତ୍ତି ଗଦି (air-filled cushions) ସାହାଯ୍ୟରେ ଉପରକୁ ଉଠାଯିବ ଏବଂ ପରେ ଫ୍ଲୋଟିଂ ପ୍ଲାଟଫର୍ମ ମାଧ୍ୟମରେ ଗଭୀର ସମୁଦ୍ରକୁ ନିଆଯିବ ।
.ବଞ୍ଚିପାରିବ ତ ତିମି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକଙ୍କ ଦାବି ପରେ, ପ୍ରଶାସନ ବିଭିନ୍ନ ଯୋଜନା କରିଥିଲା । ପ୍ରଥମେ ବୋଟ୍ ସାହାଯ୍ୟରେ ତିମିଟିକୁ ଟାଣି ଟାଣି ବାହାର କରିବାକୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ଅଭିଯାନକୁ ବନ୍ଦ କରିଦେଇଥିଲା ପ୍ରଶାସନ । ଏହା ଦ୍ବାରା ତିମିର ବଞ୍ଚିବା କଷ୍ଟକର ହୋଇଥାନ୍ତା । ଏହାରି ମଧ୍ୟରେ ବୁଧବାର ଜର୍ମାନୀର ଅଧିକାରୀ ମାନେ ଶେଷ ଥର ପ୍ରୟାସ କରିବାକୁ ଉଦ୍ଧାରକାରୀ ଦଳକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ।
.କେମିତି ଫସିଲା ତିମି ?
୧୩.୫ ମିଟର (୪୪ ଫୁଟ) ଲମ୍ବା ହମ୍ପବ୍ୟାକ୍ ତିମିଟି ପ୍ରଥମେ ୨୩ ମାର୍ଚ୍ଚରେ ଲୁବେକ୍ ସହର ନିକଟସ୍ଥ ସମୁଦ୍ର କୂଳରେ ଫସି ଯାଇଥିଲା। ଏହା ପୂର୍ବରୁ ତିମିଟି, ସେହି ସ୍ଥାନରେ ଫସିଥିଲା ଏବଂ ଆପେ ଆପେ ଗଭୀର ସମୁଦ୍ରକୁ ଫେରିଯାଇଥିଲା । ଏଥର ମଧ୍ୟ ତିମିଟି ନିଜକୁ ମୁକ୍ତ କରି ଫେରିଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏପ୍ରିଲ ୧ରେ ତିମି ଶରୀରରେ ଗଭୀର ଆଘାତ ଲାଗିଥିବା ନେଇ ଦେଖିବାକୁ ପାଇଥିଲେ ଉଦ୍ଧାରକାରୀ ଦଳ । ଏଥର ତିମିଟି ଯେମିତି ସାହାଯ୍ୟ ପାଇଁ ବ୍ୟକୁଳ ହେଉଥିଲା । ଏନେଇ ଖବର ପ୍ରସାରଣ ହେବା ପରେ, ତିମି ପ୍ରତି ଜର୍ମାନୀର ଲୋକମାନେ ଦୟା ମନୋଭାବ ପୋଷଣ କରିଥିଲେ । ଏପରିକି ଲୋକମାନେ ଏହାର ନାଁ ‘ଟିମି’ ବୋଲି ଦେଇଦେଲେ । ଲୋକେ ରାସ୍ତାକୁ ଓହ୍ଲାଇ, ତିମିକୁ ବଞ୍ଚାଇବା ପାଇଁ ଦାବି କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories