|
logo
Live

Argus News - ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ !

Crime

Child Burnt in Tandoor / ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ !

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ !
Wedding Horror

Key Points

ବିବାହ ଭୋଜିରେ ରସଗୋଲା ଖାଇବାରୁ ରାଗ । ୧୧ ବର୍ଷର ବାଳକକୁ ଟାଣିନେଲେ, ତନ୍ଦୁର୍ ଚୁଲା ପାଖରେ ଛିଡ଼ା କରାଇବା ବେଳେ ଘଟିଗଲା ବଡ଼ ଅଘଟଣ ।
ଲକ୍ଷ୍ନୌ: ରାତି ବଢ଼ୁଥିଲା, ବିବାହ ଭୋଜିରେ ଅତିଥି ବଢ଼ୁଥିଲେ । ଜମି ଆସୁଥିଲା ଭୋଜିର ଆସର । ଆଉ ଠିକ୍ ସେହି ସମୟରେ ହଠାତ୍ ଶୁଭିଲା ଏକ ଛୁଆର ଚିତ୍କାର । ମୋତେ ବଞ୍ଚାଅ... ମୋତେ ବଞ୍ଚାଅ... କେହି ନିଆଁରୁ ମୋତେ ବାହାର କରିଦିଅ ।

ଦେଖୁ ଦେଖୁ ଚହଳ ପଡ଼ିଗଲା । ଉପସ୍ଥିତ ଅତିଥି ଛୁଆକୁ ତନ୍ଦୁର୍ ଚୁଲାରୁ ୧୧ ବର୍ଷର ବାଳକକୁ ଟାଣି ଆଣିଲେ । ସେତେବେଳେକୁ ମୁହଁରୁ ଅଣ୍ଟା ଯାଏ ପୋଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ନାବାଳକକୁ ମେଡିକାଲ୍ ନେଇ ଯାଇଥିଲେ ପରିବାର ଲୋକେ ।

ଏଥିସହ ପଢ଼ନ୍ତୁ: ଫେସବୁକରେ ବନ୍ଧୁତା ସ୍ଥାପନ କରି ମହିଳାଙ୍କୁ ଟାର୍ଗେଟ; ଲୁଟିଲା ଲକ୍ଷ ଲକ୍ଷ

ରସଗୋଲା ପାଇଁ ତନ୍ଦୁର୍ ଚୁଲାକୁ...

ତେବେ ବିବାହ ଭୋଜିରେ କିଭଲି ତନ୍ଦୁର୍ ଚୁଲାରେ ପଡ଼ିଲା ନାବାଳକ । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଏହି ଅମାନୁଷିକ ଘଟଣା ଘଟିଛି । ୧୧ ବର୍ଷୀୟ ବାଳକ ତାର ଆଈ ସହ ଏକ ବିବାହ ଭୋଜିକୁ ବୁଧବାର ଯାଇଥିଲା । ଭୋଜିରେ ବାଳକଟି ଗୋଟିଏ ପରେ ଗୋଟିଏ ରସଗୋଲା ଖାଉଥିଲା ।

ଏହା ଦେଖି ରାଗି ଯାଇଥିଲା କ୍ୟାଟରିଂ ଦାୟିତ୍ଵରେ ଥିବା ଠିକାଦାର । କ୍ୟାଟରିଂ ବୟ ଛୁଆଟିକୁ ଧମକାଇବା ସହ ତନ୍ଦୁର୍ ଚୁଲା ନିକଟକୁ ଟାଣି ନେଇଥିଲେ । ଆଉ ସେହି ସମୟରେ ଛୁଆଟି ନିଜ ଉପରୁ ନିୟନ୍ତ୍ରଣ ହରାଇବାରୁ ତନ୍ଦୁର୍ ଚୁଲାକୁ ଖସି ପଡ଼ିଥିଲା ।

ତନ୍ଦୁର୍ ଚୁଲାରେ ପଡ଼ିବା ମାତ୍ରେ ଛୁଆ ଚିତ୍କାର କରିଥିଲା । ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରାଯାଇ ଅଯୋଧ୍ୟା ମେଡିକାଲ୍ କଲେଜକୁ ନିଆ ଯାଇଥିଲା । ସେଠାରୁ ନାବାଳକକୁ ଲକ୍ଷ୍ନୌ ମେଡିକାଲ୍ କଲେଜ ନିଆଯାଇଥିବା ବେଳେ ଏବେ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏଥିସହ ପଢ଼ନ୍ତୁ: ଏମିତି ଏକ ଗାଁ; ପିଲାଙ୍କୁ ଭଡ଼ାରେ ନେଇ ଦିଆଯାଉଥିଲା ଚୋରି ତାଲିମ; ୬ ଗିରଫ

ଏହି ଅଘଟଣ ପରେ ଅଭିଯୁକ୍ତ କ୍ୟାଟରିଂ ବୟ ଫେରାର୍ ହୋଇ ଯାଇଛି । ସୂଚନା ପାଇ ପୋଲିସ ବିବାହ ଭୋଜିରେ ପହଞ୍ଚିଛି । ଛୁଆର ମାମୁଙ୍କ ଅଭିଯୋଗ କ୍ରମେ କ୍ୟାଟରିଂର ତନ୍ଦୁର ୱାର୍କର ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ଘଟଣାକୁ ନେଇ ଡିଏସ୍‌ପି ସ୍ଵର୍ଣ୍ଣିମା ସିଂହ କହିଛନ୍ତି, "ଛୁଆ ପୋଡ଼ିଯିବା ମମଲାରେ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଅଭିଯୁକ୍ତକୁ ଶୀଘ୍ର ଧରିବାରେ ସଫଳ ହେବୁ । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯ (୧) (ହତ୍ୟା ପାଇଁ ପ୍ରୟାସ)ରେ ମାମଲା ରୁଜୁ କରିଛି ପୋଲିସ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Child Burnt in Tandoor: ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ ! | Argus News