Heartwarming Teacher Story / ଫି ପାଇଁ ସ୍କୁଲ ଛାଡ଼ିଥିଲା ଝିଅ: ପରେ ଏମିତି କଲେ ପ୍ରଧାନଶିକ୍ଷକ… ଯାହା ଆପଣଙ୍କ ହୃଦୟକୁ ଛୁଇଁବ
·7 months ago·3 min read

Key Points
ଏକ ହୃଦୟସ୍ପର୍ଶୀ ଭିଡିଓ ବର୍ତ୍ତମାନ ଇନଷ୍ଟାରେ ଭାଇରାଲ ହୋଇଛି। ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଅନଲାଇନରେ ପ୍ରଭାବିତ କରିଛି। କାହାଣୀ ହେଉଛି ଜଣେ କିଶୋରୀ ଝିଅର ଯିଏ ବହୁତ ଗରିବ। ଘରେ ଆର୍ଥକ ଅବସ୍ଥା ଜମା ବି ଭଲ ନୁହେଁ।
"ଗୁରୁଙ୍କୁ ନ ମଣିବ ନର
ଗୁରୁ ହିଁ ସାକ୍ଷାତ ଈଶ୍ବର"
ଏହି କଥା କହିବାର ଏକ ମାର୍ମିକ ତତ୍ତ୍ବ ରହିଛି। ନିଶ୍ଚିତ ଏହି ଗୁରୁ-ଶିଷ୍ୟଙ୍କ ଷ୍ଟୋରୀ ଆପଣଙ୍କ ହୃଦୟକୁ ଛୁଇଁବ। ଜୀବନରେ ଶିକ୍ଷାର ମୂଲ୍ୟ ଜଣେ ଗୁରୁ ତାର ଶିକ୍ଷ୍ୟକୁ ଭଲ ଭାବେ ବୁଝାଇଛନ୍ତି।
ଏକ ହୃଦୟସ୍ପର୍ଶୀ ଭିଡିଓ ବର୍ତ୍ତମାନ ଇନଷ୍ଟାରେ ଭାଇରାଲ ହୋଇଛି। ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଅନଲାଇନରେ ପ୍ରଭାବିତ କରିଛି। କାହାଣୀ ହେଉଛି ଜଣେ କିଶୋରୀ ଝିଅର ଯିଏ ବହୁତ ଗରିବ। ଘରେ ଆର୍ଥକ ଅବସ୍ଥା ଜମା ବି ଭଲ ନୁହେଁ। ସ୍ଥିତି ଖରାପ ଥିଲେ ବି ସବୁବେଳେ ପାଠ ପଢ଼ିବାକୁ ସ୍କୁଲ ଯାଉଥିଲା। କିଛି ଦିନ ପରେ ଏଭଳି ଏକ ଦିନ ଏମିତି ବି ଆସିଲା ଯେ, ଝିଅଟି ଆଉ ପାଠ ପଢ଼ିବାକୁ ସ୍କୁଲକୁ ଗଲା ନାହିଁ। 15 ଦିନ ଧରି ସ୍କୁଲରେ ଅନୁପସ୍ଥିତ ରହିଲା କାରଣ ତାଙ୍କ ପରିବାର କେବଳ ₹500 ଟଙ୍କା ଫି ଦେଇପାରୁ ନଥିଲେ। ଝିଅଟି ଭାବିଲା ଘରର ଅବସ୍ଥା ଯେମିତି ପଇସା ମାଗିବ ବା କାହାକୁ। ଆଉ ସବୁ କଥାକୁ ମନରେ ରଖି ଘର ଲୋକଙ୍କୁ ସାହାଯ୍ୟ କରିବାକୁ କ୍ଷେତରେ କାମ କରିବା ଆରମ୍ଭ କଲା। ଭାବିଲା ଯେ, "ମୋ ପାଇଁ ପାଠ ପଢ଼ା ବୋଧେ ସରିଗଲା।" ଆଉ କେବେ ସ୍କୁଲକୁ ଫେରିବେ ନାହିଁ।
ଏହାସହ ପଢ଼ନ୍ତୁ: ମାତ୍ର ୨୧ମାସ ବୟସରେ, ରତ୍ନଗିରିର ବେଦ ସରଫାରେ ହେଲେ ସର୍ବକନିଷ୍ଠ ସନ୍ତରଣକାରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଲେ ପ୍ରବେଶ
କାହାଣୀରେ ଆସିଲା ଆଉ ଏକ ଟ୍ବିଷ୍ଟ ସ୍କୁଲର ପ୍ରିନ୍ସିପାଲ୍ ଛାତ୍ରୀଙ୍କର ଦୀର୍ଘ ଅନୁପସ୍ଥିତି ଦେଖିଲେ କାହିଁକି ଆସୁନି ବୋଲି ବୁଝିବାକୁ ସେ ପ୍ରଥମେ ତାଙ୍କ ଘରକୁ ଆସିଲେ ଏବଂ ସେ କ୍ଷେତରେ କାମ କରୁଥିବା ଜାଣିବା ପରେ ସିଧା କ୍ଷେତକୁ ଗଲେ। ତାଙ୍କୁ କାଦୁଅରେ ଲୁଚି ରହିଥିବା ଦେଖି, ସେ ଧୀରେ ଧୀରେ ପଚାରିଲେ ଯେ ସେ ସ୍କୁଲକୁ ଆସିବା କାହିଁକି ବନ୍ଦ କରିଦେଲୁ। ଶିକ୍ଷକଙ୍କୁ କ୍ଷେତରେ ଦେଖି ଛାତ୍ରୀ ଜଣକ ପୁରା ଡରିଯାଇଥିଲେ। କଣ କହିବେ ବି ଭାବି ପାରୁ ନଥିଲେ। ଶିକ୍ଷକ ବାରମ୍ବାର ପଚାରିବାରୁ ଛାତ୍ରୀ ଜଣ କହିଲେ କି ଫି ଦେବା ପାଇଁ ଆମ ଘରେ ଟଙ୍କା ନାହିଁ ସାର୍। ଆମ ଘରର ଆର୍ଥିକ ଅବସ୍ଥା ବହୁତ ଖରାପ। ଆଉ ଏଥିପାଇଁ ମୁଁ ନିଷ୍ପତ୍ତି ନେଲି ଯେ, ପାଠ ପଢ଼ିବାକୁ ଆସିବିନି। ପରିବାର ଲୋକଙ୍କୁ ସାହାଯ୍ୟ କରିବି ଭାବିଥିଲି। ପଇସା ହେଲେ ପଢ଼ିବାକୁ ଆସିବି।
ଏହାସହ ପଢ଼ନ୍ତୁ: ବିମାନ ବିଳମ୍ବ ମଧ୍ୟରେ ଇଣ୍ଡିଗୋ ପାଇଲଟଙ୍କ ଇମୋସନାଲ ମେସେଜ ଭାଇରାଲ: ଯାତ୍ରୀ ବି କଲେ ପ୍ରଶଂସା
ଶିକ୍ଷକ ତୁରନ୍ତ ତାଙ୍କୁ ଆଶ୍ୱସ୍ତ କରି କହିଲେ, "ଏହି ଫି ପାଇଁ ତୁମେ ପାଠ ପଢ଼ା ଛାଡ଼ିଦେବ।" ତୁମେ କେବଳ ପାଠ ପଢ଼ିବାକୁ ଆସ। ତୁମଠାରୁ କେବେ ପଇସା ନିଆଯିବ ନାହିଁ। ସାର୍ଙ୍କର ଏହି କଥା ପଦିଏ ଶୁଣି ଝିଅଟି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ସାନ୍ତ୍ୱନା ଦେଲେ ଏବଂ ପରଦିନ ସ୍କୁଲକୁ ଫେରିବା ପାଇଁ ଉତ୍ସାହିତ କଲେ।
ଆଉ ଏହି ମୁହୂର୍ତ୍ତ ଇଣ୍ଟରନେଟରେ ଦର୍ଶକମାନଙ୍କୁ ଗଭୀର ଭାବରେ ପ୍ରଭାବିତ କଲା। ଲୋକମାନେ ପ୍ରଧାନଶିକ୍ଷକଙ୍କ କରୁଣା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ, ତାଙ୍କୁ ଜଣେ ପ୍ରକୃତ ଶିକ୍ଷକ ବୋଲି କହିଥିଲେ ଯିଏ କେବଳ ପାଠ ପଢ଼ନ୍ତି ନାହିଁ ବରଂ ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଅନେକ ମତ ଦେଇଥିଲେ ଯେ ଯଦି ପ୍ରତ୍ୟେକ ବିଦ୍ୟାଳୟରେ ଏପରି ବୁଝୁଥିବା ପ୍ରଧାନଶିକ୍ଷକ ଥାଆନ୍ତେ, ତେବେ ଦାରିଦ୍ର୍ୟ ହେତୁ କୌଣସି ପିଲା ଶିକ୍ଷା ହରାନ୍ତା ନାହିଁ। ଏହି ଘଟଣା ଆମକୁ ଏକ କଥା ଶିଖାଉଛି ପ୍ରକୃତ ଶିକ୍ଷା କେବଳ ପୁସ୍ତକରେ ମିଳେ ନାହିଁ, ଏହା ମାନବିକତା, ଦୟା ଏବଂ ସହାନୁଭୂତିରୁ ମଧ୍ୟ ଆସିଥାଏ। ଆଜିକାଲି ଦୁନିଆରେ ଏଭଳି ଶିକ୍ଷକ ମିଳିବା କଷ୍ଟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories