Chhattisgarh High Profile Theft / ଆଇଫୋନ ପାଇଁ ଚୋରି କଲା ଆରଟିଓ ଅଧିକାରୀଙ୍କ ଝିଆରୀ, ପ୍ରେମିକକୁ ଦେଲା କାର ଓ ସୁନା ବିସ୍କୁଟ
·8 months ago·3 min read

Key Points
ନିଜ ଘରୁ ଚୋରି କଲା ଝିଅ
ପ୍ରେମିକକୁ ଦେଲା ଦାମୀ କାର୍
ମିଶିକି ଚୋରି କରିବାର ରଚିଥିଲେ ପ୍ଲାନ
ପ୍ରେମିକକୁ ଦେଲା ଦାମୀ କାର୍
ମିଶିକି ଚୋରି କରିବାର ରଚିଥିଲେ ପ୍ଲାନ
ପ୍ରେମ ଏକ ଭାବନାକୁ ବୁଝାଇଥାଏ। ପ୍ରେମ ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ କୁହାଯାଏ। କୁହାଯାଏ ପ୍ରେମ ପାଇଁ କିଏ କିଛି ବି କରିପାରେ। ଏଇ ଯେମିତି ଜଣେ ପ୍ରେମିକା ତା ପ୍ରେମିକ ପାଇଁ ଘରୁ ଚୋରି କରିବାକୁ ବି ପଛାଇଲା ନାହିଁ। ଚୋରି କରି ପ୍ରେମିକକୁ ଦେଲା ୨୫ ଲକ୍ଷର କାର୍। ଛତିଶଗଡ଼ର ଜଶପୁରରେ ଘଟିଥିବା କୋଟି କୋଟି ଟଙ୍କାର ହାଇପ୍ରୋଫାଇଲ୍ ଚୋରି ଆଇଫୋନ୍ ଲୋଭରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି। ବେଆଇନ ଭାବରେ କୌଣସି ଜିନିଷକୁ ପାଇବାର ମୋହ ସମୟେ ସମୟେ ଅପରାଧ କରିବାକୁ ବାଧ୍ୟ କରିଥାଏ। ଏହି ଅପରାଧ ଛୋଟରୁ ଆରମ୍ଭ ହୋଇ କ୍ରମେ ବିଶାଳ ରୂପ ଧାରଣ କରିଥାଏ।
ସେହିପରି ଏକ ଘଟଣା ଛତିଶଗଡ଼ର ଜଶପୁରରେ ଘଟିଥିବା ଦେଖିବାକୁ ମିଳିଛି। ଜଣେ ଆରଟିଓ ଅଧିକାରୀଙ୍କ ଝିଆରୀ ଆଇଫୋନ ପାଇଁ ଘରୁ ଚୋରି କରିଥିବା ଜଣାଯାଇଛି।ଆରଟିଓ ଅଧିକାରୀଙ୍କ ଝିଆରୀ ପ୍ରଥମେ ଆଇଫୋନ୍ କିଣିବା ପାଇଁ ଘରୁ ଚୋରି କରିଥିଲେ ବି ତାଙ୍କର ଏହି ଅପରାଧକୁ କେହି ଦେଖିପାରି ନଥିଲେ, ଯାହାଫଳରେ ତାଙ୍କର ସାହାସ ବଢିଥିଲା। ଶେଷରେ ସେ ନିଜ ଘରୁ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଚୋରି କରିନେଇଥିଲେ। ଚୋରି କରିଥିବା ପ୍ରେମିକା ହେଉଛନ୍ତି ମିନଲ। ଏହି ଅପରାଧରେ କେବଳ ମିନଲ ସାମିଲ ନଥିଲ, ତାଙ୍କ ପ୍ରେମିକ ଅନିଲ ପ୍ରଧାନ ମଧ୍ୟ ଏହି ଅପରାଧରେ ତାଙ୍କୁ ସହଯୋଗ କରିଥିଲେ। ମିନଲ କେମିତି ଚୋରି କରିବେ ସେ ସବୁର ପ୍ଲାନ ଦେଉଥିଲେ ତାଙ୍କ ପ୍ରେମିକ।
ପ୍ରଥମ ଥର ଚୋରି କରି ଧରା ନପଡ଼ିବାରୁ ସେ ଦ୍ୱିତୀୟ ଥର ଚୋରି କରିବାକୁ ସାହାସ କରିଥିଲେ। ଦ୍ୱିତୀୟ ଥରରେ ସେ ତିନି ଲକ୍ଷ ଟଙ୍କା ଚୋରି କରିଥିଲେ। ମିନଲ ଏତେ ସର୍ତକତାର ସହ ଚୋରି କରୁଥିଲେ ଯେ, ସେ ଚୋରି କରୁଥିବା ନେଇ ଘର ଲୋକ ଜାଣିପାରୁ ନଥିଲେ। ଫଳରେ ସେ ତୃତୀୟ ଥର ପାଇଁ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲେ। ତୃତୀୟ ଥରରେ ସେ ସବୁଠାରୁ ବଡ଼ ଚୋରି କରିଥିଲେ। ଯେଉଁଥିରେ ସେ ତାଙ୍କ ଜେଜେମାଙ୍କ ରୁମର ଚାବି ଚୋରି କରି ସମ୍ପୂର୍ଣ୍ଣ ସୁଟକେସ୍ ନେଇ ଫେରାର ହୋଇଯାଇଥିଲେ । ଏହି ସୁଟକେସରେ ପ୍ରାୟତଃ ୧୫ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଓ ବହୁତ ମୁଲ୍ୟବାନ ଅଳଙ୍କାର ରହିଥିଲା, ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ହେବ।
ଏଥିସହ ପଢ଼ନ୍ତୁ: ଜୁସ୍ରେ ପରିସ୍ରା ଓ ଛେପ ପକାଇ ରୁଟି କରୁଥିଲା ରୋଷେୟା: ଧରିଲା ପୋଲିସ, ଆଉ ତାପରେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୋରି ଟଙ୍କାରେ ମିନଲ ତାଙ୍କ ପରୁଷ ବନ୍ଧୁଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଏକ ଦାମୀ କାର ଉପହାର ଦେଇଥିଲେ। ଏହା ବ୍ୟତୀତ ସେମାନେ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ରାୟପୁରରେ ଏକ ବିଳାସପୂର୍ଣ୍ଣ ଭିଲା ବୁକ୍ କରିଥିଲେ। ମାତ୍ର ତିନି ଦିନ ମଧ୍ୟରେ ସେମାନେ ଏଥିରେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ଏବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫୧. ୮୨ ଲକ୍ଷ ଟଙ୍କାର ଜିନିଷ ଜବତ କରାଯାଇଛି, ଯେଉଁଥିରେ ୮୬,୦୦୦ ନଗଦ ଟଙ୍କା, ଗୋଟିଏ କାର, ତିନୋଟି ସୁନା ବିସ୍କୁଟ, ତିନୋଟି ମଙ୍ଗଳସୂତ୍ର ଏବଂ ଗୋଟିଏ ଆଇଫୋନ୍ ରହିଛି। ବୁଲିବାକୁ ଯାଇଥିବା ବେଳେ ଟଙ୍କା ଓ ସୁନା ଗହଣା ଥିବା ସୁଟ୍କେସ୍ ଚୋରି ହୋଇଯାଇଥିବା ନେଇ ପୁଲିସକୁ କହିଛନ୍ତି ମିନଲ। ସତ କ’ଣ ଜାଣିବା ପାଇଁ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାଟି ଘଟିଥିଲା ଜଶପୁର ଜିଲ୍ଲାରେ ରହୁଥିବା ପରିବହନ ଅଧିକାରୀ ବିଜୟ ନିକୁଞ୍ଜଙ୍କ ଘରେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ,ବିଜୟଙ୍କ ଝିଆରୀ ମିନଲ୍ ନିକୁଞ୍ଜ ପ୍ରଥମେ ଆଇଫୋନ୍ କିଣିବା ପାଇଁ ଚୋରି କରିଥିଲେ। ସେ ଘରେ ଥିବା ଆଲମାରିରୁ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରିଥିଲେ। ଯେତେବେଳେ କିଛି ଦିନ ପର୍ଯ୍ୟନ୍ତ କେହି ଏହି ହଜିଥିବା ଟଙ୍କାକୁ ଖୋଜି ନଥିଲେ, ସେତେବେଳେ ମିନାଲଙ୍କ ସାହସ ବଢ଼ିଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories