ଏଥର ଦୁର୍ଘଟଣାରୁ ରକ୍ଷା କରିବ ଚଷମା

ଅଧିକ ପଢନ୍ତୁ : ଏଥର ଦୁର୍ଘଟଣାରୁ ରକ୍ଷା କରିବ ଚଷମା । ଏହି ଚଷମା ପିନ୍ଧିବା ମାତ୍ରେ ଆପଣ ଗାଡି ଚଳାଇବା ବେଳେ ଦୁର୍ଘଟଣାରୁ ନିଜକୁ ସତର୍କ କରିବେ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ହେଲେ ଏହା ସତ ଏବଂ ପ୍ରମାଣିତ । ଏହି ଚଷମାରେ ସେନ୍ସର ବ୍ୟବହାର କରାଯାଇଛି । ଯେତେବେଳେ ଗାଡି ଚଳାଇବା ବେଳେ ଆପଣଙ୍କୁ ନିଦ ଆସିବ ସେତେବେଳେ , ଚଷମାଟି ନିଦକୁ ୩ ସେକେଣ୍ଡ ଭିତରେ ହିଁ ଡିଟେକ୍ଟ କରି ଆଲାର୍ମ ଦ୍ୱାରା ଚାଳକଙ୍କୁ ସତର୍କ କରାଇବ ।
ଅଧିକ ପଢନ୍ତୁ : ୟୁଟ୍ୟୁବରୁ ସହଜରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି , ଜାଣନ୍ତୁ କିଛି ଟିପ୍ସ....
ଏହି ସ୍ବତନ୍ତ୍ର ପ୍ରକାର ଚଷମାକୁ ଆବିଷ୍କାର କରିଛନ୍ତି ଆସାମ କାଲିଆବୋରର ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ର କୌଶିକ ନିଓଗୀ ଏବଂ ଶଶାଙ୍କ ଦାସ । ଉଭୟ ଆରୁଡିନୋ ମାଇକ୍ରୋ ଛୋଟ ବ୍ୟାଟେରୀ ଏବଂ IBA ସେନ୍ସର ବ୍ୟବହାର କରି ଚଷମା ବନାଇଛନ୍ତି । ଯାହା ଖୁବ ହାଲୁକା ହୋଇଥିବାରୁ ଏହାକୁ ଚାଳକ ମାନେ ମଧ୍ୟ ବହୁ ସହଜରେ ପିନ୍ଧିପାରିବେ । ଏହା ନିଶ୍ଚିତ ଭାବେ ଗାଡି ଚାଳକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେମାନେ ଦାବି କରି କହିଛନ୍ତି ।

