Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା

National

ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା

Jitendra Dash
Browse all articles by Jitendra Dash
·2 years ago·1 min read
ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା

ଅର୍ଗସ ବ୍ୟୁରୋ : ହାଇକୋର୍ଟ ଯାଏଁ ଗଲା ଚକୋଲେଟ ଓ ପଟାଟୋ ଚିପ୍ସ ଚୋରି ମାମଲା । ଶକ୍ତ ଦଣ୍ଡ ବଦଳରେ ଏକ ବୃଦ୍ଧାଶ୍ରମରେ ପ୍ରତିଦିନ ୨ ଘଣ୍ଟା ଲେଖାଏଁ ୨ ମାସ ଯାଏଁ ଶ୍ରମଦାନ କରିବାକୁ କହିଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ । ଗୋଆର ଏକ ବିଶ୍ବବିଦ୍ୟାଳୟରେ ଏକ ସମ୍ମିଳନୀ ଚାଲିଥିବା ବେଳେ ୫ ଜଣ ଛାତ୍ର ପଟାଟୋ ଚିପ୍ସ, ଚକୋଲେଟ, ସାନିଟାଇଜର, ପେନ୍, ନୋଟପେଡ୍ ଏବଂ ସେଲଫୋନ ଷ୍ଟାଣ୍ଡ ଚୋରି କରିଥିଲେ । 

ଧରାପଡ଼ିବା ପରେ ଛାତ୍ରମାନେ କହିଥିଲେ ଯେ, ଏସବୁ ଜିନିଷ ସେଠାରେ ଅନାବଶ୍ୟକ ଭାବେ ପଡ଼ିରହିଥିବା ଭାବି ଉଠାଇ ନେଇଥିଲେ । ପରେ ସବୁ ସାମଗ୍ରୀ ଫେରାଇ ଦେବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ କଲେଜର ଷ୍ଟାଣ୍ଡିଂ ପେନେଲ୍ ୫ ଜଣ ଛାତ୍ରଙ୍କୁ ପ୍ରଥମ ସେମିଷ୍ଟାର ପାଇଁ ରେଜିଷ୍ଟ୍ରେସନ କରିବାକୁ ମନା କରିଥିଲେ । ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଲଗାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକଙ୍କ ପାଖରେ ଗୁହାରି କରିବାରୁ ନିର୍ଦ୍ଦେଶକ ୩ ଜଣ ଛାତ୍ରଙ୍କୁ ରେଜିଷ୍ଟ୍ରେନସ ପାଇଁ ଅନୁମତି ଦେଇଥିଲେ ହେଁ ଫାଇନ ପୂରା ଦେବାକୁ କହିଥିଲେ । ପରେ ଦଣ୍ଡରୁ ବର୍ତ୍ତି ନଥିବା ଦୁଇଜଣ ଛାତ୍ର ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ପରୀକ୍ଷାରୁ ବାରଣ ନକରିବାକୁ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ସହ ଦଣ୍ଡ ସ୍ବରୂପ ଏକ ବୃଦ୍ଧାଶ୍ରମରେ ପ୍ରତିଦିନ ୨ ଘଣ୍ଟା ଲେଖାଏଁ ୨ ମାସ ଯାଏଁ ଶ୍ରମଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Sponsored
Goa Bench of Bombay High Court directs two students to do community service; relieves them from strict action by college for stealing | Argus News