Goa Parasailing Accident Video / ମୃତ୍ୟୁ ମୁହଁରୁ ଫେରିଆସିଲେ ପର୍ଯ୍ୟଟକ; ଭିଡ଼ିଓ ଭାଇରାଲ
·18 hours ago·2 min read

Key Points
ବାଗା ବେଳାଭୂମିର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଗୋଆ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
Goa Baga Beach Viral Video: ଗୋଆ ବାଗା ବେଳାଭୂମିର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଗୋଆ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ଏଠାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ପାରାସେଲିଂ ରଶି ମଝି ଆକାଶରେ ଛିଣ୍ଡି ଯାଉଥିବାର ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ସିଧା ମୃତ୍ୟୁ ମୁହଁରୁ ଫେରି ଆସିବା ସହ ଆରବ ସାଗରର ଲହରୀରେ ଭାସି ଯାଇଥିଲେ। ଏହି ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଟଚମଟ ସୃଷ୍ଟି କରିଛି।
ଗୋଆର ସୌନ୍ଦର୍ଯ୍ୟ ଏବଂ ଏହାର ଜଳକ୍ରୀଡା ପର୍ଯ୍ୟଟକଙ୍କୁ ମୋହିତ କରିଥାଏ। ହେଲେ ବର୍ତ୍ତମାନ ସ୍ଥାନୀୟ ବାଗା ବିଚ୍ରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଜଣେ ପର୍ଯ୍ୟଟକ ପାରାସେଲିଂ କରିବା ବେଳେ ହଠାତ୍ ଗୋଟିଏ ଝଟକାରେ ଏହାର ରଶି ଛିଣ୍ଡି ଯାଇଥିଲା। ବ୍ୟକ୍ତି ଜଣକ ବେଶ ଉଚ୍ଚରୁ ଅସହାୟ ଭାବରେ ଆସି ସମୁଦ୍ରରେ ପଡ଼ି ଯାଇଲେ। ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ରହିଥିବା ଡଙ୍ଗା ଚାଳକ ତତକ୍ଷଣାତ ତାଙ୍କୁ ଉଦ୍ଧାର କରିଥିଲେ। ନଚେତ୍ କାହାଣୀ ଭିନ୍ନ ହୋଇ ଯାଇଥାନ୍ତା। ଏହି ଭିଡିଓ ଏବେ ଇଣ୍ଟରନେଟ୍ ରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଦେଖିବା ପରେ ଲୋକେ ପଚାରୁଛନ୍ତି ଯେ ଆମେ କ'ଣ ଏପରି ବେପରୁଆ ପାରାସେଲିଂ ଅପରେଟରଙ୍କ ପାଇଁ ଆମର ଜୀବନକୁ ବାଜିରେ ଲଗାଇ ପାରିବା?
ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ଦୁଃସାହସିକତା ନାମରେ କାହାର ଜୀବନକୁ ବିପଦରେ ପକାଇ ଦିଆଯାଇଛି। ବିଗତ କିଛି ମାସର ରେକର୍ଡ ଉପରେ ନଜର ପକାଇଲେ ଆଶ୍ଚର୍ଯ୍ୟ ଲାଗୁଛି। ଗତ ବର୍ଷ ଗୋଆର କେରି ପଠାର ଅଞ୍ଚଳରୁ ପାରାସେଲିଂ ପାଇଁ ଉଡ଼ାଣ ଭରିଥିବା ପୁଣେର ଜଣେ ମହିଳା ଏବଂ ତାଙ୍କ ପ୍ରଶିକ୍ଷକ ଏକ ଘାଟିରେ ପଡ଼ି ପ୍ରାଣ ହରାଇଥିଲେ। ସେହିପରି, ଜଣେ ପ୍ରଶିକ୍ଷାର୍ଥୀ ପାରାଗ୍ଲାଇଡର ନିୟନ୍ତ୍ରଣ ହରାଇ ଟିହରି ହ୍ରଦର ବରଫ ପାଣିରେ ପଡ଼ିଯାଇଥିଲେ।
ଭିଡ଼ିଓ ଦେଖିବା ପରେ ତାତି ଉଠିଲେ ଲୋକେ
ଲୋକେ ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଦେଖିୂବା ପରେ ତାତି ଉଠିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ଗୋଆର ପାରାସେଲିଂ ଅପରେଟରଙ୍କ ନଜର କେବଳ ଟଙ୍କା ଉପରେ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସେମାନେ ସେତେ ଗୁରୁତ୍ୱ ଦେଉନାହାଁନ୍ତି। ଏପରି ମାନସିକତା ଦୁଃସାହସିକ କ୍ରୀଡ଼ାକୁ ଏକ ପ୍ରକାର ମୃତ୍ୟୁର ଫାଶରେ ପରିଣତ କରିଦେଇଛି। ଦୁଃସାହସିକ କାର୍ଯ୍ୟ କରିବା ଏକ ଭଲ କଥା, ଯେକୌଣସି ଅପରେଟରଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା ଆପଣଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୋଇପାରେ। ଗୋଆ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ ରହିଛି। ଆପଣ ଆପଣଙ୍କ ଯାତ୍ରାର ଉପଭୋଗ କରନ୍ତୁ। ହେଲେ କୌଣସି ପାରାସେଲିଂ ଭଳି କୌଣସି ଦୁଃସାହସିକ କ୍ରୀଡ଼ାର ମଜା ନେବାକୁ ହେଲେ ପ୍ରଥମେ ଆପଣ ଏଥିପାଇଁ ବ୍ୟବହୃତ ହେଉଥିବା ଉପକରଣ ଏବଂ ଅପରେଟରଙ୍କ ବିଶ୍ୱସନୀୟତା ଯାଞ୍ଚ କରିବାକୁ କେବେ ଭୁଲନ୍ତୁ ନାହିଁ।

ଦୁଃସାହସିକତା ନା ମୃତ୍ୟୁ ଫାଶ?📍Goa: On March 29, a parasailing cable snapped during the activity, leading to a frightening incident. The video raises concerns about safety standards in adventure sports. pic.twitter.com/9t0Gn2GLe6
— Deadly Kalesh (@Deadlykalesh) March 30, 2026
ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ଦୁଃସାହସିକତା ନାମରେ କାହାର ଜୀବନକୁ ବିପଦରେ ପକାଇ ଦିଆଯାଇଛି। ବିଗତ କିଛି ମାସର ରେକର୍ଡ ଉପରେ ନଜର ପକାଇଲେ ଆଶ୍ଚର୍ଯ୍ୟ ଲାଗୁଛି। ଗତ ବର୍ଷ ଗୋଆର କେରି ପଠାର ଅଞ୍ଚଳରୁ ପାରାସେଲିଂ ପାଇଁ ଉଡ଼ାଣ ଭରିଥିବା ପୁଣେର ଜଣେ ମହିଳା ଏବଂ ତାଙ୍କ ପ୍ରଶିକ୍ଷକ ଏକ ଘାଟିରେ ପଡ଼ି ପ୍ରାଣ ହରାଇଥିଲେ। ସେହିପରି, ଜଣେ ପ୍ରଶିକ୍ଷାର୍ଥୀ ପାରାଗ୍ଲାଇଡର ନିୟନ୍ତ୍ରଣ ହରାଇ ଟିହରି ହ୍ରଦର ବରଫ ପାଣିରେ ପଡ଼ିଯାଇଥିଲେ।
ଭିଡ଼ିଓ ଦେଖିବା ପରେ ତାତି ଉଠିଲେ ଲୋକେ
ଲୋକେ ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଦେଖିୂବା ପରେ ତାତି ଉଠିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ଗୋଆର ପାରାସେଲିଂ ଅପରେଟରଙ୍କ ନଜର କେବଳ ଟଙ୍କା ଉପରେ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସେମାନେ ସେତେ ଗୁରୁତ୍ୱ ଦେଉନାହାଁନ୍ତି। ଏପରି ମାନସିକତା ଦୁଃସାହସିକ କ୍ରୀଡ଼ାକୁ ଏକ ପ୍ରକାର ମୃତ୍ୟୁର ଫାଶରେ ପରିଣତ କରିଦେଇଛି। ଦୁଃସାହସିକ କାର୍ଯ୍ୟ କରିବା ଏକ ଭଲ କଥା, ଯେକୌଣସି ଅପରେଟରଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା ଆପଣଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୋଇପାରେ। ଗୋଆ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ ରହିଛି। ଆପଣ ଆପଣଙ୍କ ଯାତ୍ରାର ଉପଭୋଗ କରନ୍ତୁ। ହେଲେ କୌଣସି ପାରାସେଲିଂ ଭଳି କୌଣସି ଦୁଃସାହସିକ କ୍ରୀଡ଼ାର ମଜା ନେବାକୁ ହେଲେ ପ୍ରଥମେ ଆପଣ ଏଥିପାଇଁ ବ୍ୟବହୃତ ହେଉଥିବା ଉପକରଣ ଏବଂ ଅପରେଟରଙ୍କ ବିଶ୍ୱସନୀୟତା ଯାଞ୍ଚ କରିବାକୁ କେବେ ଭୁଲନ୍ତୁ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Goa Parasailing Accident VideoBaga Beach Viral VideoGoa Baga BeachGoa Beach Viral VideoViral Video Goa Tourist FallBaga Beach parasailing accident 2026Viral video Goa water sports accidentTourist falls into sea Goa parasailingGoa adventure sports safety newsParasailing cable snaps mid-air GoaNarrow escape for tourist in GoaSafety of water sports in Goa 2026Baga Beach viral video today