Videos
|
National

Gokarna Sea Beach Karnataka / କର୍ଣ୍ଣାଟକର ଗୋକର୍ଣ୍ଣ ବେଳାଭୂମିରେ ଅଘଟଣ; ସମୁଦ୍ରରେ ବୁଡ଼ି ୩ ପର୍ଯ୍ୟଟକ ମୃତ

Subhramjit Ray
Browse all articles by Subhramjit Ray
·1 hour ago·1 min read
କର୍ଣ୍ଣାଟକର ଗୋକର୍ଣ୍ଣ ବେଳାଭୂମିରେ ଅଘଟଣ; ସମୁଦ୍ରରେ ବୁଡ଼ି ୩ ପର୍ଯ୍ୟଟକ ମୃତ
Gokarna Sea Beach Karnataka

Key Points

ଏହି ଦଳରେ ବେଙ୍ଗାଲୁରୁ ସ୍ଥିତ ବେଲାଣ୍ଡୁର ଠାରେ ଥିବା ଏକ କମ୍ପାନୀର ୧୬ ଜଣ କର୍ମଚାରୀ ଥିଲେ। ସେମାନେ ସୋମବାର ସନ୍ଧ୍ୟାରେ ଗୋକର୍ଣ୍ଣରେ ପହଞ୍ଚିଥିଲେ ଏବଂ ଦୁବ୍ବାନାଶାଶି ବିଚ୍ ନିକଟସ୍ଥ କୋଜେ ରିସର୍ଟରେ ରହିଥିଲେ।
କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର କୁମତା ତାଲୁକା ଅଧିନସ୍ଥ ଗୋକର୍ଣ୍ଣ ଡୁବାନାଶାଶି ବେଳାଭୂମିରେ ଅଘଟଣା। ଏଠାରେ ଏକ ପର୍ଯ୍ୟଟକ ଗୋଷ୍ଠୀର ୫ ଜଣ ସଦସ୍ୟ ପ୍ରବଳ ଲହଡ଼ୀରେ ଭାସି ଯାଇଥିଲେ। ସମୁଦ୍ର ଲହଡ଼ୀରେ ଭାସିଯିବାରୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ବେଙ୍ଗାଲୁରୁରୁ ଆସୁଥିବା ଏହି ପର୍ଯ୍ୟଟକଙ୍କ ଗୋଷ୍ଠୀ ଡୁବାନାଶାଶି ବେଳାଭୂମି ନିକଟରେ ସମୁଦ୍ରକୁ ଯାଇଥିଲେ। ସେମାନେ ପ୍ରବଳ ଲହଡ଼ୀରେ ଭାସି ଯିବାରୁ ବୁଡ଼ି ଯାଇଥିଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଲାଇଫଗାର୍ଡ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମାନେ ୫ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ତଥାପି ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ବାକି ୨ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିଲା। ନିଖୋଜ ରହିଥିବା ତୃତୀୟ ପର୍ଯ୍ୟଟକଙ୍କୁ ପରେ ମୃତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା।

ସମୁଦ୍ର ଲହଡ଼ୀରେ ଭାସି ଯାଇ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି ଝାଡ଼ଖଣ୍ଡର ଶୋଭା ଦାସ (୨୨), ବେଙ୍ଗାଲୁରୁର ମହମ୍ମଦ ଆକ୍ରମ ଏବଂ ବେଙ୍ଗାଲୁରୁର ବିଶ୍ୱା ଏ.କେ. (୨୪) ବୋଲି ଚିହ୍ନଟ କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଉଛନ୍ତି ନିଶାନ୍ତ ଡି.ଭି ଏବଂ ମହମ୍ମଦ କାସିମ। ଏହି ପର୍ଯ୍ୟଟକ ଗୋଷ୍ଠୀରେ ବେଙ୍ଗାଲୁରୁ ସ୍ଥିତ ବେଲାଣ୍ଡୁର ଠାରେ ଅବସ୍ଥିତ ଏକ କମ୍ପାନୀର ୧୬ ଜଣ କର୍ମଚାରୀ ରହିଥିଲେ। ସେମାନେ ସୋମବାର ସନ୍ଧ୍ୟାରେ ଗୋକର୍ଣ୍ଣ ଠାରେ ପହଞ୍ଚିଥିଲେ। ସେମାମେ ଡୁବାନାଶାଶି ସମୁଦ୍ରକୂଳ ନିକଟସ୍ଥ କୋଜେ ରିସର୍ଟ ଠାରେ ରହିଥିଲେ। ଗୋକର୍ଣ୍ଣ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଅଧିକ ତଦନ୍ତ ଆରମ୍ଭ କରିଛି।




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: