Videos
|
National

16 Gold Bricks Found / ମନ୍ଦିର ନିର୍ମାଣ ପାଇଁ ଚାଲିଥିଲା ମାଟି ଖୋଳା, ହଠାତ୍ ମିଳିଲା ପୁଳା ପୁଳା ସୁନା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ମନ୍ଦିର ନିର୍ମାଣ ପାଇଁ ଚାଲିଥିଲା ମାଟି ଖୋଳା, ହଠାତ୍ ମିଳିଲା ପୁଳା ପୁଳା ସୁନା
Hidden Treasure

Key Points

ମନ୍ଦିର ନିର୍ମାଣ ପାଇଁ ମାଟି ଖୋଳା ଚାଲିଥିଲା । ଆଉ ମାଟି ଖୋଳିବା ବେଳେ ଦେଖା ଯାଇଥିଲା କିଛି ଚମକୁଥିବା ସାମଗ୍ରୀ । ଗ୍ରାମବାସୀଙ୍କ ଅନୁସାରେ, ଜମି ଖୋଳିବା ବେଳେ ୧୬ଟି ସୁନା ଇଟା ବାହାରିଛି ।
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଳିତପୁରରୁ ଏକ ଆଶ୍ଚର୍ଯ୍ୟକର ମାମଲା ଆସିଛି । ଯେଉଁଠି ମନ୍ଦିର ନିର୍ମାଣ ପାଇଁ ମାଟି ଖୋଳା ଚାଲିଥିଲା । ଆଉ ମାଟି ଖୋଳିବା ବେଳେ ଦେଖା ଯାଇଥିଲା କିଛି ଚମକୁଥିବା ସାମଗ୍ରୀ । ଉକ୍ତ ସାମଗ୍ରୀ ଉପରୁ ମାଟି ସମ୍ପୂର୍ଣ୍ଣ କାଢ଼ିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି ।

ଦେଖୁ ଦେଖୁ ଗାଁରେ ଖବର ବ୍ୟାପି ଯାଇଥିଲା ଯେ ମାଟି ତଳୁ ମିଳିଛି ସୁନା ଭଣ୍ଡାର । ଗ୍ରାମବାସୀଙ୍କ ଅନୁସାରେ, ସେହି ଜମି ଖୋଳିବା ବେଳେ ୧୬ଟି ସୁନା ଇଟା ବାହାରିଛି । ଯାହାକୁ ପୂଜାପାଠ ପରେ ପୁଣି ଥରେ ପୋତି ଦେଇଛନ୍ତି ଗାଁ ଲୋକେ । ତେବେ ଏନେଇ ସରକାରୀ ସୂତ୍ରରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।

ଏଥିସହ ପଢ଼ନ୍ତୁ: ମହାକୁମ୍ଭ ମୋନାଲିସା ଘଟଣାରେ ନୂଆ ମୋଡ଼; ମୁସଲିମ ସ୍ଵାମୀ ଆଣିଲେ ବଡ଼ ଅଭିଯୋଗ

ମାଟି ତଳେ ୧୬ଟି ସୁନା ଇଟା

ତାଲବେହଟ କୋତବାଲିର ସୁନେରିର ୱାଲଖିଆ ଗୌଡ଼ ବବ୍ବାରେ ମନ୍ଦିର ନିର୍ମାଣ ପାଇଁ ଖୋଳା ଚାଲିଛି । ଗ୍ରାମବାସୀଙ୍କ ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ମନ୍ଦିର ଲାଗି ଜେସିବି ସହାୟତାରେ ପିଲାର ଗାତ ଖୋଳା ଯାଉଥିଲା । ସେହି ସମୟରେ କପଡ଼ାରେ ବନ୍ଧା ଯାଇଥିବା ଏକ ପିତଳ ବକ୍ସି ମିଳିଥିଲା । ସେଠାରେ ଥିବା ଲୋକ ବକ୍ସ ଖୋଲି ଦେଖିଲା ବେଳକୁ ଥିଲା ୧୬ଟି ସୁନା ଇଟା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂଜାପାଠ ପରେ ପୋତିଦେଲେ

ମିଳିଥିବା ସୂଚନା ଅନୁସାରେ, ମାଟି ତଳୁ ବାହାରିଥିବା ସୁନା ଇଟାକୁ ପୁଣି ଥରେ ପୂଜାର୍ଚ୍ଚନା କରାଯାଇ ସେହି ସ୍ଥାନରେ ପୋତି ଦିଆଯାଇଛି । ତେବେ ରାତିରେ ରହସ୍ୟ ଜନକ ଭାବେ ଇଟା ଗାଏବ ହୋଇ ଯାଇଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ଜୁଲାଇ ୩ରୁ ଅମରନାଥ ଯାତ୍ରା, ୧୫ ଏପ୍ରିଲ୍‌ରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ୍‌

ଗ୍ରାମବାସୀଙ୍କ ଅନୁସାରେ, ଉକ୍ତ ସୁନା ଇଟାରା '୬୯୬୫' ଅଂକିତ ଥିଲା । ଏହି ଇଟା ତାନ୍ତ୍ରିକ ସହ ଜଡ଼଼ିତ ବୋଲି ବି ଚର୍ଚ୍ଚା ହେଉଛି । ସୁନା ଇଟାକୁ ନେଇ ବିଭିନ୍ନ ପ୍ରକାର ଅଟକଳ ହେଉଥିବା ବେଳେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ଏହା ପୂର୍ବରୁ ଫିରୋଜାବାଦ ଜିଲ୍ଲାର ଜସରାନାରେ ମାଟି ଖୋଳିବା ବେଳେ ଏକ ମାଠିଆ ମିଳିଥିଲା । ଜେସିବି ମାଠିଆ ଉଠାଇବା ବେଳେ ତାହା ଭାଙ୍ଗି ଯାଇଥିଲା । ଆଉ ଏଣେତେଣେ ପଡ଼ିଥିଲା ରୂପା କଏନ । ରୂପା କଏନ ପାଇଁ ଗ୍ରାମବାସୀ ପ୍ରବଳ ଭିଡ଼ ମଧ୍ୟ ଜମାଇଥିଲେ ।