Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gold Price Hike / ହୁ ହୁ ହୋଇ ବଢ଼ୁଛି ସୁନା ଦର, ଆଗାମୀ ୫ ବର୍ଷରେ ଛୁଇଁବ ୨ ଲକ୍ଷ !

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ହୁ ହୁ ହୋଇ ବଢ଼ୁଛି ସୁନା ଦର, ଆଗାମୀ ୫ ବର୍ଷରେ ଛୁଇଁବ ୨ ଲକ୍ଷ !

Key Points

ସୁନା ଦରରେ ଲାଗୁନି ବ୍ରେକ୍ । ନୂଆ ନୂଆ ରେକର୍ଡ କରୁଛି ଗୋଲ୍ଡ ରେଟ୍ । ଆଗାମୀ ୫ ବର୍ଷରେ ୨ ଲକ୍ଷ ଛୁଇଁବ ସୁନା ଦର !

ଗତ କିଛି ଦିନ ହେବ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ସୁନା ଦର । ଯାହାର କାରଣ ହେଉଛି ଭୂରାଜନୈତିକ ଉତ୍ତେଜନା, ଆର୍ଥିକ ଅନିଶ୍ଚିତତା ଏବଂ ଟ୍ରମ୍ପ ପ୍ରଶାସନର ଉଚ୍ଚ ଶୁଳ୍କ । ଏସବୁ କାରଣୁ ଦିନକୁ ଦିନ ସୁନା ଦର ବଢ଼ିବାରେ ଲାଗୁଛି ।


ଯଦି ପାଞ୍ଚ ବର୍ଷ ପୂର୍ବ କଥା କହିବା ତାହାଲେ, ସେପ୍ଟେମ୍ବର ୧୯, ୨୦୨୦ ରେ, MCX ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୫୧ ହଜାର ୬୧୦ ଥିଲା । ଯାହା ବର୍ତ୍ତମାନ ୧ ଲକ୍ଷ ୧୦ ହଜାରରେ ପହଞ୍ଚିଛି । ଯଦି ଗୋଟିଏ ବର୍ଷ ପୂର୍ବ କଥା କହିବା ତାହାଲେ, ସୁନା ଦର ପ୍ରତି ୧୦ ଗ୍ରାମ୍ ପିଛା ୭୧ ହଜାର ୮୭୪ ଟଙ୍କା ଥିଲା । ଏଭଳି ଭାବେ ଗତ ବର୍ଷ ସୁନାର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ଓ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୧୨ ପ୍ରତିଶତ ବୃଦ୍ଧି ପାଇଛି ।


ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସୁନା ଦର କେତେ ହେବ ?


ସୁନାର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ନିବେଶକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି । ଏହା ସୁନା ବିକ୍ରୟ କରିବା କିମ୍ବା ଏଥିରେ ଅଧିକ ନିବେଶ କରିବାର ସଠିକ୍ ସମୟ କି ? ଯେତେବେଳେ ଅନେକ ନିବେଶକ ବର୍ତ୍ତମାନର ମୂଲ୍ୟର ସୁଯୋଗ ନେଉଛନ୍ତି ଏବଂ ପ୍ରଫିଟ୍ ବୁକ୍ କରୁଛନ୍ତି । ଅନ୍ୟପଟେ ଅନ୍ୟମାନେ ଏବେ ବି ସୁନାରେ ନିବେଶ ପାଇଁ ଉପଯୁକ୍ତ ସୁଯୋଗ ଖୋଜୁଛନ୍ତି । ତେବେ ବର୍ତ୍ତମାନ ସମୟରେ ସେମାନଙ୍କର ପୋର୍ଟଫୋଲିଓର ପୁନଃମୂଲ୍ୟାୟନ କରିବା ଉଚିତ ଏବଂ ଭବିଷ୍ୟତ ରଣନୀତି ଉପରେ ଧ୍ୟାନ ଦେବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ପାର୍ବଣରେ କାହିଁକି ବଢୁଛି ସୁନା ଦର ?


ସୁନାର ସାମ୍ପ୍ରତିକ ବୃଦ୍ଧି ପଛରେ କୋଭିଡ-୧୯ ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ, ଭୂରାଜନୈତିକ ଉତ୍ତେଜନା ଏବଂ ଆମେରିକାର ଶୁଳ୍କ ଭଳି କାରଣଗୁଡ଼ିକ ପ୍ରମୁଖ କାରଣ ହୋଇଛି। ଏହା ବ୍ୟତୀତ, ଗତ ବର୍ଷ ଇକ୍ୱିଟି ବଜାର ଗୁରୁତ୍ୱପୂର୍ଣ୍ଣ ରିଟର୍ଣ୍ଣ ପ୍ରଦାନ କରିନଥିଲା । ନିଫ୍ଟି-୫୦ର ରିଟର୍ଣ୍ଣ ପ୍ରାୟ ନଗଣ୍ୟ ଥିଲା, ଯାହା ନିବେଶକମାନଙ୍କୁ ସୁନାକୁ ପ୍ରାଥମିକତା ଦେବାକୁ ବାଧ୍ୟ କରିଥିଲା । ମିଳିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ସୁନାରେ ନିବେଶ କରିଥିବା ନିବେଶକମାନଙ୍କୁ ପ୍ରାୟ ୪୭ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଥିଲା ।


ସୁନା ଚାହିଦା କାହିଁକି ବୃଦ୍ଧି ପାଇଛି?


ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ସୁନା ମୂଲ୍ୟ ସୁନା ଯୋଗାଣ, ବିଶ୍ୱ ଋଣ ସ୍ତର, ଚୀନ୍ ଏବଂ ଭାରତ ଭଳି ଦେଶରେ ରିଜର୍ଭ ପରିଚାଳନା ଏବଂ ଯୁଦ୍ଧ ପରି ପରିସ୍ଥିତି ସମେତ ଅନେକ ବିଶ୍ୱ କାରକ ଦ୍ୱାରା ନିର୍ଣ୍ଣୟ କରାଯିବ । ଏସବୁ ସୁନା ଚାହିଦାକୁ ଆହୁରି ବୃଦ୍ଧି କରିପାରେ । କିଛି ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି ଯେ ସୁନା ପରବର୍ତ୍ତୀ ବର୍ଷ ମଧ୍ୟରେ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୨୦ ହଜାରରେ ପହଞ୍ଚିବ । ସେହିପରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ପହଞ୍ଚିପାରେ ।


Related Topics

Explore more stories

Sponsored
Gold Price Soars: Experts Predict ₹2 Lakh in Next 5 Years | Argus News