Gold / ଆର୍ଥିକ ସଂକଟରୁ ରକ୍ଷା କରି ଭବିଷ୍ୟତ ସୁଧାରିବ ସୁନା

Key Points
‘ସୁନା ମଧ୍ୟ ବଡ଼ ଚେତାବନୀର ସଂକେତ ଦେଉଛି। ମୁଁ ସୁନାକୁ ନିବେଶ ମନେ କରେନା, ବରଂ ଏହାକୁ ବୀମା ରୂପେ ଦେଖୁଛି ଯାହା ଆର୍ଥିକ ସଂକଟରୁ ରକ୍ଷା କରିଥାଏ’।
ସାରା ବିଶ୍ୱରେ ସୁନା ଦର ଲଗାତାର ନୂଆ ରେକର୍ଡ କରୁଛି, ଏଥିରେ ଜୋହ ସଂସ୍ଥାପକ ଶ୍ରୀଧର ଭେମ୍ବୁ ଚେତାବନୀ ଦେଇ କହିଛନ୍ତି ଯେ ସୁନାର ଏପରି ଦରବୃଦ୍ଧି ହୁଏତ ଗ୍ଲୋବାଲ ଫାଇନାନସିଆଲ ସିଷ୍ଟମରେ ଗମ୍ଭୀର ଅସ୍ଥିରତାର ସଂକେତ ହୋଇପାରେ। ସେ ଶନିବାର ଏନେଇ ଏକ୍ସ ରେ କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ସୁନା ମଧ୍ୟ ବଡ଼ ଚେତାବନୀର ସଂକେତ ଦେଉଛି। ମୁଁ ସୁନାକୁ ନିବେଶ ମନେ କରେନା, ବରଂ ଏହାକୁ ବୀମା ରୂପେ ଦେଖୁଛି ଯାହା ଆର୍ଥିକ ସଂକଟରୁ ରକ୍ଷା କରିଥାଏ’।
ସେ କହିଛନ୍ତି ଯେ ବର୍ତ୍ତମାନ ଆମେରିକା ସେୟାର ବଜାର ଏକ ‘ସ୍ପଷ୍ଟ ଓ ବଡ ବବଲ’ ପାଲଟିଛି ଓ ଏଥିରେ ଏବେକା ଉଚ୍ଚ ଲିଭରେଜେ (ଋଣରେ ନିବେଶ) ଏହା ଦର୍ଶାଉଛି ଯେ ସିଷ୍ଟମରେ ୨୦୦୮ ଭଳି ଆର୍ଥିକ ପ୍ରଳୟର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରିବନି। ଭେମ୍ବୁ କହିଛନ୍ତି ଯେ ‘ଯେତେବେଳେ କୌଣସି ଆର୍ଥିକ ପ୍ରଣାଳୀରେ ଋଣ ସ୍ତର ବହୁତ ଉଚ୍ଚା ହୋଇଯାଏ ସେତେବେଳେ ଏହା ଉପରେ ଥିବା ଭରସା ଧିରେ ଧିରେ ସମାପ୍ତ ହେବାରେ ଲାଗେ। ସେ ଲେଖିଛନ୍ତି ଯେ ଫାଇନାନ୍ସ ଭରସା ଉପରେ ଟିକି ରହିଥାଏ ଓ ଯେତେବେଳେ ଋଣ ବହୁତ ବଢିଯାଏ ସେତେବେଳେ ଭରସା ଭାଙ୍ଗି ଯାଇଏ’।
ଏଥିସହ ପଢ଼ନ୍ତୁ: ୫୬ଟି ଘାଟରେ ୩୦ ହଜାର ସ୍ୱେଚ୍ଛାସେବୀ ଲଗାଇବେ ୨୯ ଲକ୍ଷ ଦୀପ
ଭେମ୍ବୁ ପରିହାସ ଛଳରେ ଲେଖିଛନ୍ତି ଯେ ‘ମୋର ପୁରା ଭରସା ଯେ ଏଆଇ ସିଷ୍ଟମ ଏବେର ସବୁ ଋଣ ସୁଝିଦେବ’। ତାଙ୍କର ଏପରି ଟିପ୍ପଣୀ ଆମେରିକା ଅର୍ଥବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ)କୁ ନେଇ ସୃଷ୍ଟି ହୋଇଥିବା ଅତି ଉତ୍ସାହକୁ ନିବେଶ ସ୍ଥିତିରେ ଏକ ବ୍ୟଙ୍ଗ ରୂପେ ଦେଖାଯାଉଛି।
ଶ୍ରୀଧର ଭେମ୍ବୁ ପୂର୍ବତନ ଆଇଏମଏଫ ମୁଖ୍ୟ ଗୀତା ଗୋପିନାଥଙ୍କ ଏବେକା ବିଶ୍ଳେଷଣରେ ମଧ୍ୟ ମହମତି ପ୍ରକାଶ କରିଛନ୍ତି। ଗୋପିନାଥ ‘ଇୋକନମିଷ୍ଟ’ ରେ ପ୍ରକାଶିତ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି ଯେ ଆମେରିକା ସେୟାର ବଜାର, ଖାସ କରି ଟେକ୍ ସେକ୍ଟର ‘ଏଆଇ ପ୍ରତି ଉତ୍ସାହ’ କାରଣରୁ ଦୀର୍ଘ ସମୟ ହେଲା ରେକର୍ଡ ସ୍ତରରେ ରହିଛି। ସେ କହିଛନ୍ତିଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବାଣିଜ୍ୟ ନିତିଗୁଡିକ ଓ ଚୀନ୍ ସମେତ ଅନେକ ଦେଶ ଉପରେ ଲଗାଯାଉଥିବା ଅତ୍ୟଧିକ ଟାରିଫ ସତ୍ତ୍ୱେ ଆମେରିକୀୟ ନିବେଶକ ଏବେବି ଅତ୍ୟଧିକ ଉତ୍ସାହିତ ଅଛନ୍ତି, ଯାହା ୧୯୯୦ ଦଶକର ‘ଡଟ୍ କମ୍ ବବଲ’ ଭଳି ସ୍ଥିତିକୁ ମନେ ପକାଇ ଦେଉଛି।
I agree with Dr Gita Gopinath.
The US stock market is in a clear and massive bubble.
The degree of leverage in the system means that we cannot rule out a systemic event like the global financial crisis of 2008-9.
Gold is also flashing a big warning signal. I don't think of… https://t.co/7xVPL3FXDq
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories