Videos
|
National

Gold Smuggling / ସୁନା ଚୋରା ଚାଲାଣ: ଭୁବନେଶ୍ୱରରୁ ଚେର ଲମ୍ବିଛି ଆଫଗାନିସ୍ତାନ ଓ ପାକିସ୍ତାନ !

Bikash Mohanty
Browse all articles by Bikash Mohanty
·1 hour ago·2 min read
ସୁନା ଚୋରା ଚାଲାଣ: ଭୁବନେଶ୍ୱରରୁ ଚେର ଲମ୍ବିଛି ଆଫଗାନିସ୍ତାନ ଓ ପାକିସ୍ତାନ !
Gold

Key Points

ଜାତୀୟ ରାଜପଥ ପାଲଟିଛି ସୁନା ତସ୍କରିର ସେଫ ରୁଟ୍
ରାତା ରାତି କୋଟି କୋଟି ଟଙ୍କାର ସୁନା ହେଉଛି ଚୋରା ଚାଲାଣ
ସୁନା ଚୋରା ଚାଲାଣ ଭାୟା ଭୁବନେଶ୍ୱର !
ଚେର ଲମ୍ବିଛି ଆଫଗାନିସ୍ଥାନ ରୁ ପାକିସ୍ଥାନ
ଭୁବନେଶ୍ୱର: ସୁନା ଚୋରା ଚାଲାଣ ପାଇଁ ଏବେ ତସ୍କରଙ୍କ ନୂଆ ଟ୍ରିକ୍‌। ବିମାନ ବଦଳରେ କାର୍‌କୁ କରୁଛନ୍ତି ଚାଲାଣର ମାଧ୍ୟମ। ପୁଣି କାର୍‌ର ହେଡ୍‌ଲାଇଟ୍‌ ଭିତରେ ତିଆରି କରିଛନ୍ତି ଗୁପ୍ତ ଚାମ୍ବର। ଏହି ଚାମ୍ବରରେ ଲୁଚାଇ ନେଉଥିଲେ କୋଟି କୋଟି ଟଙ୍କାର ସୁନା ବିସ୍କୁଟ୍‌। ତେବେ ତସ୍କରଙ୍କ ଏହି ଚାଲ୍‌କୁ ଧରିପକାଇଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ଜବତ ହୋଇଛି ୩ କୋଟି ୮୩ ଲକ୍ଷ ଟଙ୍କାର ସୁନା। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କିଆ ସେଲ୍ଟୋସ୍‌ କାର୍‌ରେ ବିପୁଳ ପରିମାଣର ସୁନା ଚୋରା ଚାଲାଣ ହେଉଥିବା ନେଇ DRIକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଅଧିକାରୀମାନେ ଗାଡ଼ିଟିକୁ ଗୁପ୍ତ ଭାବେ ପିଛା କରିଥିଲେ। ବାଲେଶ୍ୱରରୁ ଆରମ୍ଭ ହୋଇଥିବା ଏହି ପିଛା କରିବା ଅଭିଯାନ ହାଇଦ୍ରାବାଦ ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ହାଇଦ୍ରାବାଦରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ଅଧିକାରୀ।

ଯାଞ୍ଚ ବେଳେ କାର୍‌ର ହେଡ୍‌ଲାଇଟ୍‌ ଭିତରେ ତିଆରି ହୋଇଥିବା ସ୍ୱତନ୍ତ୍ର ଗୁପ୍ତ ଚାମ୍ବରରୁ ମିଳିଥିଲା ୨୫ଟି ସୁନା ବିସ୍କୁଟ୍‌। ଏହାର ମୋଟ ଓଜନ ୨.୯୮ କିଲୋଗ୍ରାମ ଏବଂ ଶୁଦ୍ଧତା ୨୪ କ୍ୟାରେଟ୍‌ ବୋଲି ଜଣାପଡ଼ିଛି। ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ୩ କୋଟି ୮୩ ଲକ୍ଷ ଟଙ୍କା। ସୁନା ସହ କାର୍‌ଟିକୁ ମଧ୍ୟ କଷ୍ଟମ୍ସ ଆଇନ, ୧୯୬୨ ଅନୁଯାୟୀ ଜବତ କରାଯାଇଛି। ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି।

ପଢନ୍ତୁ ଏହି ଖବର: ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ, ଛାନଭିନ ଆରମ୍ଭ କଲା ପୋଲିସ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଏହା କୌଣସି ଗୋଟିଏ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ୯ କୋଟିରୁ ଅଧିକ ଟଙ୍କାର ସୁନା ଚୋରା ଚାଲାଣ ଧରାପଡ଼ିଥିବା ସୂଚନା ରହିଛି। ଏହାକୁ ନେଇ ଜାତୀୟ ରାଜପଥରେ ସକ୍ରିୟ ଥିବା ଚୋରା ଚାଲାଣକାରୀଙ୍କ ନେଟୱର୍କ ଉପରେ ସନ୍ଦେହ ବଢ଼ିଛି। ଭୁବନେଶ୍ୱରକୁ ଭାୟା କରି ସୁନା ଚାଲାଣ ହେଉଥିବା ଘଟଣା ତଦନ୍ତକାରୀ ସଂସ୍ଥା ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି।

କେବଳ ସୁନା ନୁହେଁ, NH-16 ଦେଇ ବ୍ରାଉନ୍‌ସୁଗାର ଭଳି ନିଶାଦ୍ରବ୍ୟ ମଧ୍ୟ ଚାଲାଣ ହେଉଥିବା ଅଭିଯୋଗ ରହିଛି। ତେଣୁ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ ଓ ଚେକିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

କାର୍‌ର ହେଡ୍‌ଲାଇଟ୍‌ ଭିତରେ ଗୁପ୍ତ ଚାମ୍ବର, ସେଥିରେ କୋଟି କୋଟି ଟଙ୍କାର ସୁନା। ତସ୍କରଙ୍କ ଏଭଳି କୌଶଳ ସୁରକ୍ଷା ଓ ଗୁଇନ୍ଦା ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ। ଏବେ ପ୍ରଶ୍ନ, ଏହି ଚୋରା ସୁନାର ଉତ୍ସ କେଉଁଠି? ଏହା ପଛରେ ଆଉ କେଉଁମାନଙ୍କ ହାତ ରହିଛି? ତଦନ୍ତ ଆଗକୁ ବଢ଼ିଲେ ଚୋରା ଚାଲାଣର ବଡ଼ ନେଟୱର୍କର ପର୍ଦ୍ଦାଫାସ ହୋଇପାରେ।