Actress Incident case / ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ, ଛାନଭିନ ଆରମ୍ଭ କଲା ପୋଲିସ
·51 mins ago·1 min read

Key Points
ରାଜଧାନୀରେ ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ
ଡ୍ୟାନ୍ସ ଫ୍ଲୋରରେ ପ୍ରଥମେ କିଏ ବଚସା ଆରମ୍ଭ କରିଥିଲେ?
ଅଭିନେତ୍ରୀଙ୍କ ଆଣିଥିବା ଅସଦାଚରଣ ଅଭିଯୋଗର ସତ୍ୟତା କେତେ?
ସେ ଦିଗରେ ତଦନ୍ତ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ୍

ଭୁବନେଶ୍ୱର: ଟେଲି ଅଭିନେତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗକୁ ନେଇ ଆରମ୍ଭ ହୋଇଛି ପୋଲିସର ଛାନଭିନ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଘଟିଥିବା ଏହି ଘଟଣାର ଖୋଳତାଡ଼ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
ଡ୍ୟାନ୍ସ ଫ୍ଲୋରରେ ପ୍ରଥମେ କିଏ ବଚସା ଆରମ୍ଭ କରିଥିଲେ? ଅଭିନେତ୍ରୀଙ୍କ ଆଣିଥିବା ଅସଦାଚରଣ ଅଭିଯୋଗର ସତ୍ୟତା କେତେ? ଏହି ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ। ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା।
ସୂଚନା ଅନୁସାରେ, ଜଣେ ମହିଳା ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ ଦାୟିତ୍ୱରେ ଅଛନ୍ତି। ଅଭିଯୋଗରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ। ଅନ୍ୟପଟେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ କହିବା ଅନୁସାରେ, ଉଭୟ ପକ୍ଷ ସେହି ରେଷ୍ଟୁରାଣ୍ଟର ନିୟମିତ ଗ୍ରାହକ। ଉଭୟଙ୍କ ମଧ୍ୟରେ କୌଣସି ଭୁଲ୍ ବୁଝାମଣାକୁ ନେଇ ବଚସା ହେବା ପରେ ରେଷ୍ଟୁରାଣ୍ଟ କର୍ମଚାରୀ ହସ୍ତକ୍ଷେପ କରି ଉଭୟଙ୍କୁ ବୁଝାସୁଝା କରିଥିଲେ।
ପଢନ୍ତୁ ଏହି ଖବର: ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତ୍ରୀ, ବାର୍ ଓ ରେଷ୍ଟୁରାଣ୍ଟରେ ହେଲା ଅସଦାଚରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତରେ ରେଷ୍ଟୁରାଣ୍ଟ ପକ୍ଷରୁ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଥିବା ସୂଚନା ମିଳିଛି। ପୋଲିସ ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଛି। "ଡ୍ୟାନ୍ସ ଫ୍ଲୋରରେ ପ୍ରକୃତରେ କ'ଣ ଘଟିଥିଲା ଏବଂ ଅସଦାଚରଣ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା"। ଏବେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Related Topics
Explore more stories