Ekana Cricket Stadium Lucknow / ଏକାନା ଷ୍ଟାଡିୟମ ପର୍ଯ୍ୟନ୍ତ ପହଞ୍ଚିଲା ଗୋମତୀ ନଦୀ ପାଣି; ଆଜି ମୁହାଁମୁହିଁ ହେବେ ଭାରତ-ୱେଷ୍ଟ ଇଣ୍ଡିଜ
·1 hour ago·2 min read

Key Points
ରାଜଧାନୀ ଲକ୍ଷ୍ନୌରେ, ଗୋମତୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଉଠିଛି। ଏକାନା ଷ୍ଟାଡିୟମ୍ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ପହଞ୍ଚିଛି।
ଗୋମତୀ ନଦୀରେ ବନ୍ୟା ଯୋଗୁଁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସହରର ଫୈଜୁଲ୍ଲାହଗଞ୍ଜ ଅଞ୍ଚଳର ଏକ ହସ୍ପିଟାଲ ବୁଡ଼ି ଯାଇଥିବାର ଖବର ଆସିଛି। ସ୍ଥାନୀୟ ଅଞ୍ଚଳର ସ୍କୁଲ୍ ବନ୍ଦ କରି ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୟଭୀତ ବାସିନ୍ଦା ସେମାନଙ୍କ ପରିବାରକୁ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଛନ୍ତି। ସେମାନେ ନିଜ ନିଜ ଘର ଜଗିବା ପାଇଁ ଏଠାରେ ରହିଛନ୍ତି। ଗୋମତୀ ନଦୀର ପାଣି ପ୍ରାୟ ୨୧ କିଲୋମିଟର ଦୂର ଏକାନା କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ମଧ୍ୟ ପହଞ୍ଚି ସାରିଛି। ଜଳବନ୍ଦୀ ଯୋଗୁଁ ଅଣ୍ଡରପାସ୍ ବନ୍ଦ କରିଦିଆଯାଇଛି।
ମଙ୍ଗଳବାର (୬ ଅକ୍ଟୋବର) ଏକାନା କ୍ରିକେଟ୍ ଷ୍ଟାଡିୟମ୍ ଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟଚ୍ ଦେଖିବା ପାଇଁ ପ୍ରାୟ ୩୦ ହଜାରରୁ ୩୫ ହଜାର ଦର୍ଶକ ଆସିବା ନେଇ ଆଶା କରାଯାଉଛି। ମ୍ୟାଚ୍ ପୂର୍ବରୁ ଲକ୍ଷ୍ନୌ ପ୍ରଶାସନ ସତର୍କ ହୋଇଉଠିଛି। ସର୍ଭିସ୍ ଲେନ୍ ଠାରେ ଜମା ହୋଇଥିବା ପାଣି ନିଷ୍କାସନ ପାଇଁ କାମ ଚାଲିଛି। ଷ୍ଟାଡିୟମ ପ୍ରଥମ ଗେଟ୍ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଗୋମତୀ ନଦୀ ପାଣି ପହଞ୍ଚିଛି।
କିଛି ଦିନ ପୂର୍ବରୁ ଷ୍ଟାଡିୟମ୍ ଠାରୁ ଅଳ୍ପ ଦୂରରେ ଏକ ସୀମା ପ୍ରାଚୀର (Boundary Wall) ନିର୍ମାଣ କରାଯାଇଥିଲା। ପାଣି ଏବେ ସେହି ସୀମାକୁ ଛୁଇଁବାରେ ଲାଗିଛି। ଯଦିଓ ଏକାନା କ୍ରିକେଟ୍ ଷ୍ଟାଡିୟମ୍ ଅଧିକ ଉଚ୍ଚତାରେ ଅବସ୍ଥିତ,ହେଲେ ତଥାପି ଏହି କ୍ରିକେଟ ଗ୍ରାଉଣ୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା କମ୍। ସାମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି, ନଦୀ କୂଳରେ ଏକ ସ୍ଥାୟୀ ଗଠନ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମ୍ ଗେଟ୍ ନମ୍ବର ୧ ପାଖରେ ବଡ଼ ବଡ଼ ପଥର ରଖାଯାଇଛି।
ସେକ୍ଟର ୭ ହୋଇଛି ସବୁଠାରୁ ଅଧିକ ପ୍ରଭାବିତ
ଗତ ସୋମବାର (୫ ଅକ୍ଟୋବର), ଗୋମତୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ, ନଦୀ ପାଣି କୂଳ ଭାଙ୍ଗି ଗୋମତୀ ନଗର ଏକ୍ସଟେନସନ ସ୍ଥିତ ନୂତନ ଆବାସିକ ଅଞ୍ଚଳରେ ପ୍ରବେଶ କରିଥିଲା। ବନ୍ୟା ଜଳ ସେକ୍ଟର-୭ ଠାରେ ଅବସ୍ଥିତ ରହିଥିବା ଘରେ ପ୍ରବେଶ କରିଥିଲା। ଯାହା ଫଳରେ ଏଠାରେ ରହୁଥିବା ପରିବାର ଫସି ଯାଇଥିଲା। ଅନେକ ବାସିନ୍ଦାଙ୍କୁ ସେମାନଙ୍କ ଘରୁ ପଳାଇ ହୋଟେଲ କିମ୍ବା ଅସ୍ଥାୟୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ଜଳ ନଦୀକୂଳ ଦେଇ ଦ୍ରୁତ ଗତିରେ ବ୍ୟାପିଗଲା। ଅହିମାମଉ କ୍ରସିଂ ଠାରୁ ସିଗ୍ନେଚର ବିଲଡିଂ, ଏକାନା ଷ୍ଟାଡିୟମ ଆଖପାଖ ଅଞ୍ଚଳ ଏବଂ ଜନେଶ୍ୱର ମିଶ୍ର ପାର୍କକୁ ସଂଯୋଗ କରୁଥିବା ମୁଖ୍ୟ ଅଣ୍ଡରପାସ୍ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇ ଉଠିଥିଲା।
Related Topics
Explore more stories