Fertilizer Stocks in India / ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ସାର ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି
·6 months ago·2 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟକ ବେଳେ ସାର ଯୋଗାଣ ଏବଂ ଉତ୍ପାଦନକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।
GoI Big Decision for Fertilizer Plants: ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ଅନେକାଂଶରେ ଅନୁଭୂତ ହେବାଲଣି। ଯାହା ଦ୍ୱାରା ଦେଶର ଶକ୍ତି ଚାହିଦା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶବ୍ୟାପୀ ସାର କାରଖାନାକୁ ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିଖିଛନ୍ତି। ପ୍ରତିବର୍ଷ ଜୁନ୍ ମାସରୁ ଆରମ୍ଭ ହେଉଥିବା ଖରିଫ ଋତୁ ପାଇଁ ଦେଶରେ ପର୍ଯ୍ୟାପ୍ତ ସାର ମହଜୁଦ ରହିଥିବାର ସରକାର କହିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୧୩ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ୬୨ ଲକ୍ଷ ଟନ୍ ୟୁରିଆ (Urea Fertilizer) ମହଜୁଦ ରହିଥିଲା। ଯାହା ଗତ ବର୍ଷ ୧୩ ମାର୍ଚ୍ଚ ତୁଳନାରେ ୧୦ ଲକ୍ଷ ଟନ୍ ଅଧିକ। ସାର ଏବଂ ରସାୟନ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ଦେଶରେ ୨୫ ଲକ୍ଷ ଟନ୍ ଡାଏମୋନିୟମ୍ ଫସଫେଟ୍ (DAP Fertilizer) ମହଜୁଦ ରହିଛି। ଯାହା ଗତ ବର୍ଷ ତୁଳନାରେ ୨ ଗୁଣା ଅଧିକ। ସେହିପରି ୫୬ ଲକ୍ଷ ଟନ୍ ଏନପିକେ ସାର (NPK Fertilizer) ଚଳିତ ବର୍ଷ ମହଜୁଦ ରହିଛି। ଗତ ବର୍ଷ ଦେଶରେ ୩୧ ଲକ୍ଷ ଟନ୍ ଏନପିକେ ମହଜୁଦ ରହିଥିଲା।
ସରକାରୀ ଆକଳନ ଅନୁଯାୟୀ, ଅପ୍ରେଲ ମାସରେ ସାର ଚାହିଦା ସାଧାରଣତଃ କମ୍ ରହିଥାଏ। ଖରିଫ ଋତୁ ଆରମ୍ଭ ହେବା ପୂର୍ବରୁ ମେ ମାସରେ ଏହାର ବୃଦ୍ଧି ପାଏ। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ୟୁରିଆ ଉତ୍ପାଦନ ସାଧାରଣତଃ ପ୍ରତି ମାସରେ ୨୫ ଲକ୍ଷ ଟନ୍ ହୋଇଥାଏ। ହେଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧୭ ଲକ୍ଷ ଟନ୍ ୟୁରିଆ ଉତ୍ପାଦିତ ହେବା ନେଇ ଆଶା କରାଯାଉଛି।
ଚଳିତ ବର୍ଷ ଗ୍ୟାସ ଯୋଗାଣ ବାଧିତ ହେବା କାରଣରୁ ୟୁରିଆ ସାର ଉତ୍ପାଦିତ ହେଉଥିବା କାରଖାନାର ବାର୍ଷିକ ରକ୍ଷଣାବେକ୍ଷଣ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲା। ଯାହା ଦ୍ଵାରା ମହଜୁଦ ରହିଥିବା ଗ୍ୟାସ୍ ୟୁରିଆ ଉତ୍ପାଦନ ପାଇଁ ବ୍ୟବହୃତ ହୋଇପାରିବ। ଦେଶରେ ୟୁରିଆ ସାରର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ମଧ୍ୟ ପ୍ରାଚ୍ୟ ସଂଘର୍ଷ ଭଳି ବୈଶ୍ୱିକ ସଙ୍କଟର ସମ୍ଭାବନାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ତଥ୍ୟ ଅନୁଯାୟୀ ଫେବୃଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ୧୩ ଲକ୍ଷ ଟନ୍ ୟୁରିଆ ଆମଦାନୀ ପାଇଁ ଆଦେଶ ଜାରି ହୋଇଥିଲା। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହାର ପ୍ରାୟ ୯୦ ପ୍ରତିଶତ ଦେଶରେ ପହଞ୍ଚିବା ନେଇ ଆଶା କରାଯାଉଛି। ରସାୟନ ଏବଂ ସାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଋଷିଆ ଏବଂ ମରକ୍କୋରୁ ସାର ଯୋଗାଣ ସ୍ୱାଭାବିକ ଭାବେ ଜାରି ରହିଛି। ସେହିପରି ସାଉଦି ଆରବ ମଧ୍ୟ ୩୦ ଲକ୍ଷ ଟନ୍ ଡିଏପି ସାର ଯୋଗାଉଥିବା ବେଳେ, ଏ ପର୍ଯ୍ୟନ୍ତ ଏହାର ଯୋଗାଣରେ କୌଣସି ବୃଦ୍ଧି ହୋଇନାହିଁ। ଦେଶର ୬୫୨ ଜିଲ୍ଲାରେ ସାର ବିକ୍ରୟ ଉପରେ ସତର୍କ ନଜର ରଖାଯାଇଛି। କଳାବଜାରୀକୁ ରୋକିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Related Topics
Explore more stories