Government Job / ମାଙ୍କଡ଼ ପରି ନକଲ କଲେ ମିଳିବ ସରକାରୀ ଚାକିରି, ଜାଣନ୍ତୁ କେମିତି...

Key Points
ଏହି ଜିନିଷ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି ।
ଦିଲ୍ଲୀ ବିଧାନସଭା ପରିସରରେ ମାଙ୍କଡ଼ଙ୍କ ଉପଦ୍ରବ ବଢ଼ି ଚାଲିଛି, ଯାହା ଫଳରେ ବିଧାନସଭା ପ୍ରଶାସନ ଏକ ଅନନ୍ୟ ପଦକ୍ଷେପ ଆରମ୍ଭ କରିଛି । ଦିଲ୍ଲୀ ବିଧାନସଭା ପରିସରରେ ବାରମ୍ବାର ମାଙ୍କଡ଼ଙ୍କ ପ୍ରବେଶ ଏବଂ ସେମାନେ ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି । ଏହି କାରଣ ପାଇଁ ପ୍ରଶାସନ ମାଙ୍କଡ଼ ପରି ଆବାଜ କରିପାରୁ ଥିବା ଲୋକକୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁଯାୟୀ ଦିଲ୍ଲୀ ବିଧାନସଭା ପରିସରରେ ମାଙ୍କଡ଼ଙ୍କ ଦୌରାତ୍ମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ବିଧାୟକ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ମାଙ୍କଡ଼ଙ୍କ ସ୍ୱରର ନକଲ କରିପାରୁଥିବା ଲୋକଙ୍କ ନିଯୁକ୍ତି ଲାଗି ଏକ ଟେଣ୍ଡର ବାହାର କରାଯାଇଛି ।
ଅଧିକାରୀମାନେ କହିଛନ୍ତି ଯେ ପରିସରରେ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ଏହି ପଦକ୍ଷେପ ଏବେ ଅତ୍ୟାବଶ୍ୟକ। ପବ୍ଲିକ୍ ୱର୍କସ୍ ଡିପାର୍ଟମେଣ୍ଟ (PWD) ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ କରିବା ପାଇଁ ଟେଣ୍ଡର ଜାରି କରାଯାଇଛି ଯେଉଁମାନେ ମାଙ୍କଡ଼ ଶବ୍ଦରେ ମାଙ୍କଡ଼ମାନଙ୍କୁ ଭୟଭୀତ କରିବା ପାଇଁ ଦାୟିତ୍ୱ ପାଇବେ।
ଏଥିସହ ପଢ଼ନ୍ତୁ: ହଜାରେ ବର୍ଷର ସଂଘର୍ଷ, ଅତୁଟ ଆସ୍ଥାର ବିଜୟ: ସୋମନାଥ ମନ୍ଦିର ନେଇ ମୋଦିଙ୍କ ଐତିହାସିକ ଆଲେଖ୍ୟ
ଏହି ପଦରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ସପ୍ତାହରେ ୬ ଦିନ ଡ୍ୟୁଟି କରିବାକୁ ହେବ । ମାଙ୍କଡ଼ଙ୍କ ସ୍ୱରର ନକଲ କରି ବିଧାନସଭା ପରିସର, ଶିକ୍ଷା ନିର୍ଦ୍ଦେଶାଳୟ, ସିଭିଲ୍ ଲାଇନ୍ସସ୍ଥିତ ବିକାଶ ଭବନକୁ ମାଙ୍କଡ଼ମୁକ୍ତ କରିବାକୁ ପଡି଼ବ । ଶିଫ୍ଟ ଅନୁସାରେ ସେମାନେ ୮ ଘଣ୍ଟା ଧରି କାମ କରିବେ । ସେମାନଙ୍କୁ ୧୮-୨୦ ହଜାର ଟଙ୍କା ଯାଏଁ ଦରମା ମିଳିବ ।
ପୂର୍ବରୁ ମାଙ୍କଡ଼ଙ୍କୁ ହଟାଇବା ଉଦ୍ଦେଶ୍ୟରେ ଦିଲ୍ଲୀ ବିଧାନସଭା ପରିସରରେ ସେମାନଙ୍କ କଟ୍-ଆଉଟ୍ ଲଗାଯାଇଥିଲା । କିନ୍ତୁ ମାଙ୍କଡ଼ ଆଉ ତାକୁ ଡରୁନାହାନ୍ତି । ସେହି କଟ୍-ଆଉଟ୍ ଉପରେ ବସିଯାଉଛନ୍ତି । ସେଥିଲାଗି ଏହି ଅଭିନବ ନିଯୁକ୍ତିର ବ୍ୟବସ୍ଥା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ସୂଚନାଥାଉକି, ଦିଲ୍ଲୀ ବିଧାନସଭା ଏବଂ ଆଖପାଖର ସରକାରୀ କୋଠା ପରିସରରେ ମାଙ୍କଡ଼ଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି । ଏହାଦ୍ୱାରା ସରକାରୀ କାର୍ଯ୍ୟ ପ୍ରଭାବିତ ମଧ୍ୟ ହେଉଛି ।
📱 Get Argus News App
✨Related Topics
Explore more stories