Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ଦିନରେ ଆଜି ତାମିଲନାଡୁ ଓ ଲାକ୍ଷାଦ୍ବୀପକୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ

National

ପ୍ରଥମ ଦିନରେ ଆଜି ତାମିଲନାଡୁ ଓ ଲାକ୍ଷାଦ୍ବୀପକୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଥମ ଦିନରେ ଆଜି ତାମିଲନାଡୁ ଓ ଲାକ୍ଷାଦ୍ବୀପକୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଗସ୍ତର ପ୍ରଥମ ଦିନରେ ଆଜି ତାମିଲନାଡୁ ଓ ଲାକ୍ଷାଦ୍ବୀପକୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ତାମିଲନାଡୁରେ ୧୯ ହଜାର ୮୫୦ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୧ଶହ କୋଟି ଟଙ୍କା ବ୍ୟୟରେ ନର୍ମିତ ଟର୍ମିନାଲକୁ ଲୋକାର୍ପଣ କରିବା ସହ କାମରାଜରା ବନ୍ଦରର ଜେନେରାଲ କାର୍ଗୋ ବର୍ଥର ଶିଳାନ୍ୟାସ କରିଛନ୍ତି ପିଏମ ମୋଦି । 

ଅଧିକ ପଢନ୍ତୁ ଭାରତ ଖବର

ଏହାସହ ଭାରତୀଦର୍ଶନ ୟୁନିଭରସିଟିରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତାମିଲନାଡୁ ପରେ ଲାକ୍ଷା ଦ୍ବୀପରେ କୋଚି-ଲାକ୍ଷାଦ୍ୱୀପ ଇଜଲାଣ୍ଡ ସବମେରାଇନ ଅପଟିକାଲ ଫାଇବର ପ୍ରକଳ୍ପର ଶୁଭାରମ ସମେତ ୧୧୫୦ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପିଏମ ମୋଦି । କାଦମତରେ ଲୋ ଟେମ୍ପରେଚର ଥର୍ମାଲ ଡେଷ୍ଟିଲେସନ ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି ପିଏମ ମୋଦି । ଯାହା ପ୍ରତିଦିନ ଦେଢ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇବ । ତାମିଲନାଡୁ ଓ ଲାକ୍ଷା ଦ୍ୱୀପ ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ କାର୍ଯ୍ୟକ୍ରମ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Govt committed for Lakshadweep's development, says Modi | Argus News