Latte Spill in Atlantic Ocean / ନୀଳ ସମୁଦ୍ରରେ ଭାସୁଛି ବିଶାଳକାୟ ସାପ; ନେଇପାରେ ଅନେକ ଜୀବନ
·4 months ago·3 min read

Key Points
ଆଟଲାଣ୍ଟିକ ମହାସାଗରରେ ଯେଉଁ ମାଟିଆ ରଙ୍ଗର ସାପ ଭାସୁଥିବାର କଥା କୁହାଯାଉଛି ତାହାର ନାଁ ହେଉଛି "ଆଟଲାଣ୍ଟିକ ଗ୍ରେଟ୍ ସାର୍ଗାସମ୍ ବେଲ୍ଟ"।
Atlantic Great Sargassum Belt: ମନେ କରନ୍ତୁ ଆପଣ ନିଜେ ମହାକାଶରୁ ପୃଥିବୀକୁ ଦେଖୁଛନ୍ତି। ଆଉ ଆପଣଙ୍କ ନଜର ହଠାତ୍ ଏକ ବିଶାଳକାୟ ସାପ ଉପରେ ପଡ଼ିଯାଇଛି। ଯାହାର ରଙ୍ଗ ହେଉଛି ମାଟିଆ। ଆଉ ଏହି ସାପ ଆପଣଙ୍କୁ ଆଟଲାଣ୍ଟିକ ମହାସାଗରରେ ଭାସୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିଲା ପରେ ପ୍ରଥମ ଆପଣଙ୍କୁ ଲାଗିବ ଯେ ଆପଣ ହଲିଉଡ୍ ଚଳଚ୍ଚିତ୍ରର କୌଣସି ଏକ ଭୟାନକ ଦୃଶ୍ୟ ଦେଖୁଛନ୍ତି। ହେଲେ ବାସ୍ତବରେ ଏହା ହେଉଛି ବହୁତ ବିପଦଜ୍ଜନକ। କାରଣ ଏହି ସାପ କାରଣରୁ ଅନେକ ସାମୁଦ୍ରିକ ଜୀବ ଅକାଳରେ ପ୍ରାଣ ହରାଇ ପାରନ୍ତି।
ଆଟଲାଣ୍ଟିକ ମହାସାଗରରେ ଯେଉଁ ମାଟିଆ ରଙ୍ଗର ସାପ (Giant Brown Snake in Atlantic Ocean) ଭାସୁଥିବାର କଥା କୁହାଯାଉଛି ତାହା ବାସ୍ତବରେ କୌଣସି ସାପ କିମ୍ବା ଅନ୍ୟ କୌଣସି ସାମୁଦ୍ରିକ ଜୀବ ନୁହେଁ। ବରଂ ଏହି ସମୁଦ୍ରରେ ଭାସୁଥିବା ଏକ ଘାସ। ଯାହା "ଆଟଲାଣ୍ଟିକ ଗ୍ରେଟ୍ ସାର୍ଗାସମ୍ ବେଲ୍ଟ" (Atlantic Great Sargassum Belt) ନାମରେ ଜଣାଶୁଣା। ମହାକାଶରୁ ସାପ ଭଳି ଦେଖାଯାଉଥିବା ଏହି ଘାସ ସମୁଦ୍ରରେ ପ୍ରାୟ ୫୫୦୦ ମାଇଲ ଅର୍ଥାତ ୮୮୫୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି।
ମହାକାଶରୁ ଉଠାଯାଇଥିବା ପୃଥିବୀର ଫଟୋ ଏବେ ବୈଜ୍ଞାନିକଙ୍କ ଲାଗି ଚିନ୍ତା ବଢ଼ାଦେଇଛି। କେବେ ନୀଳ ରଙ୍ଗରେ ଦୃଶ୍ୟମାନ ହେଉଥିବା ଆଟଲାଣ୍ଟିକ ମହାସାଗର ଏବେ ଏକ ମାଟିଆ ରଙ୍ଗ ରଙ୍ଗାୟିତ ହୋଇଯାଇଛି। ଯାହା ଦ୍ୱାରା ଏହି ବିଶାଳକାୟ ସମୁଦ୍ରର ରୂପରେଖ ବଦଳି ଯାଇଛି। ଏହି ସାମୁଦ୍ରିକ ଘାସ ଆଟଲାଣ୍ଟିକ ଗ୍ରେଟ୍ ସାର୍ଗାସମ୍ ବେଲ୍ଟ ଆଫ୍ରିକା ଉପକୂଳରୁ ମେକ୍ସିକୋ ଉପସାଗର ପର୍ଯ୍ୟନ୍ତ ବ୍ୟାପିଯାଇଛି। ମହାକାଶରୁ ଦେଖିଲେ ଯାହା ସମୁଦ୍ରରେ ସାପ ଭାସୁଥିବା ଭଳି ଦେଖାଯାଉଛି। ମହାକାଶରୁ ଏହା ଏତେ ବଡ଼ ଦେଖାଯାଉଛି ଯେ ପାଇଲଟ ଏହାକୁ "ଲାଟେ ସ୍ପିଲ୍" (Latte Spill in Atlantic Ocean) ବୋଲି କହିଥାନ୍ତି।
୧୫ ବର୍ଷରେ କିପରି ବଦଳିଲା ସମୁଦ୍ରର ରଙ୍ଗ?
ଫ୍ଲୋରିଡା ଆଟଲାଣ୍ଟିକ୍ ବିଶ୍ୱବିଦ୍ୟାଳୟର ହାର୍ବର ଶାଖା ଓଶନୋଗ୍ରାଫିକ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏ ସମ୍ପର୍କରେ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ମିଳିଥିବା ରିପୋର୍ଟ ଏହି ସମୁଦ୍ର ଘାସର ୧୫ ବର୍ଷ ପୂର୍ବେ କୌଣସି ଅସ୍ତିତ୍ୱ ନଥିଲା। ପ୍ରାୟ ୪୦ ବର୍ଷର ସାଟେଲାଇଟ୍ ତଥ୍ୟକୁ ଅଧ୍ୟୟନ କରିବା ପରେ ବୈଜ୍ଞାନିକ କହିଛନ୍ତି ଯେ ପ୍ରଥମେ ଏହାର ବିଶାଳକାୟ ଆକାର ୨୦୧୧ରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ସୁଦ୍ଧା ଏହା ପ୍ରାୟ ୫୫୦୦ ମାଇଲ୍ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଯାହା ଆମେରିକାର ପ୍ରସ୍ଥ ଠାରୁ ୨ ଗୁଣ ଅଧିକ। ଗତ ବର୍ଷ ମେ ମାସରେ ସମୁଦ୍ରରେ ପ୍ରାୟ ୩.୭୫ କୋଟି ମେଟ୍ରିକ୍ ଟନ୍ ସାମୁଦ୍ରିକ ଘାସ ହୋଇଯାଇଥିଲ।
କାହିଁକି ସମୁଦ୍ରରେ ବ୍ୟାପିବାରେ ଲାଗିଛି ଏହି ବିଷାକ୍ତକାୟ ଘାସର ଜାଲ?
ସମୁଦ୍ରରେ ଏହି ବିଷାକ୍ତକାୟ ଘାସର ଜାଲ ବୃଦ୍ଧି ହେବା ପଛରେ ବୈଜ୍ଞାନିକ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି। କୃଷି କ୍ଷେତ୍ରରୁ ନାଇଟ୍ରୋଜେନ୍, ଫସଫରସ୍ ଏବଂ ନାଳ ନର୍ଦ୍ଦମାର ବର୍ଜ୍ୟବସ୍ତୁ ନଦୀ ମାଧ୍ୟମରେ ସମୁଦ୍ରରେ ପହଞ୍ଚୁଛି। ବନ୍ୟା ସମୟରେ ଆମାଜନ ନଦୀରୁ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ବୋହି ଯାଇ ଆଟଲାଣ୍ଟିକ୍ ମହାସାଗରରେ ମିଶାଥାଏ। ଯାହା ଏହି ଘାସର ବୃଦ୍ଧି ପାଇଁ ସାର ଭାବରେ କାର୍ଯ୍ୟ କରିଥାଏ।
ଅନୁକୂଳ ପରିସ୍ଥିତିରେ ଏହି ସାମୁଦ୍ରିକ ଘାସ ମାତ୍ର ୧୧ ଦିନ ମଧ୍ୟରେ ଏହାର ଆକାରକୁ ଦ୍ୱିଗୁଣିତ କରିପାରେ। ଯଦିଓ ଏହି ଘାସ ଗଭୀର ସମୁଦ୍ରରେ ମାଛ ଏବଂ କଇଁଛ ଭଳି ଜଳୀୟ ଜୀବଙ୍କ ପାଇଁ ଏକ ପ୍ରାକୃତିକ ବାସସ୍ଥାନ ଭଲି କାର୍ଯ୍ୟ କରିଥାଏ। ହେଲେ ଏହା ଉପକୂଳରେ ପହଞ୍ଚିବା ପରେ ବିପଜ୍ଜନକ ହୋଇଯାଏ। ଯେତେବେଳେ ଏହି ଘାସ ପଚି କିମ୍ବା ସଢି ଯାଏ ସେତେବେଳେ ଏହା ମଧ୍ୟରୁ ହାଇଡ୍ରୋଜେନ ସଲଫାଇଡ୍ ଏବଂ ମିଥେନ ନିର୍ଗତ ହୋଇଥାଏ। ଏଥିରୁ ଯେ କେବଳ ଦୁର୍ଗନ୍ଧ ବାହାରେ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଜ୍ଜନକ। ଏହା ଦ୍ୱାରା ସମୁଦ୍ରରେ ରହିଥିବା ପ୍ରବାଳ ଦ୍ୱୀପକୁ ଅମ୍ଳଜାନ ମୁକ୍ତ କରିଦିଏ। ଯାହା ଫଳରେ ଅନେକ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ହୋଇଥାଏ।
ସମୁଦ୍ର ବିଜ୍ଞାନୀଙ୍କ କହିବା ଅନୁସାରେ ଏହି ସମସ୍ୟା କେବଳ ଉପକୂଳ ଅଞ୍ଚଳରେ ସୀମିତ ରହିନାହିଁ। ବରଂ ଏହା ଖୋଲା ସମୁଦ୍ର ପାଇଁ ଏକ ସଙ୍କଟ ପାଲଟିଛି। ନଦୀରୁ ପୋଷକ ତତ୍ତ୍ୱ ପ୍ରବାହକୁ ରୋକିବା ପାଇଁ ଅନ୍ତର୍ଜାତୀୟ ତଦାରଖ କମିଟି ଗଠନ ସହ କଠୋର ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories