Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା : ଧର୍ମେନ୍ଦ୍ର  ପ୍ରଧାନ 

National

ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା : ଧର୍ମେନ୍ଦ୍ର  ପ୍ରଧାନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା : ଧର୍ମେନ୍ଦ୍ର  ପ୍ରଧାନ 

ଭୁବନେଶ୍ୱର: ଆଜି ପବିତ୍ର ଦୀପାବଳୀ ଅମାବାସ୍ୟା। ଏହି ଅବସରରେ  ଶୁଭ ଦୀପାବଳୀର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଟୁଇଟ୍‌ କରି ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଟୁଇଟର ପେଜରେ ଉଲ୍ଲେଖ କରିଛନ୍ତି, ଦୀପାବଳୀର ପର୍ବ ଆପଣ ସମସ୍ତଙ୍କ ଘରେ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ଖୁସିର ଆଲୋକ ଆଣିଦେଉ।  
ଦୀପାବଳୀରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା।

ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଛନ୍ତି । କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି । ସେପଟେ ଘରେ ଘରେ ଆଜି ପିଠା ମିଠା ଖାଇ ବାଣ ଫୁଟାଇବେ ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Greetings to the people of the country and the people of the state on the festival of lights diwali : Dharmendra Pradhan | Argus News