Videos
|
National

GSRTC Online Ticket Booking / ଟିକେଟ୍ ବୁକିଂରେ GSRTCର ନୂଆ ରେକର୍ଡ, ୨ ଦିନରେ ଆୟ କଲା ୭.୧ କୋଟି ଟଙ୍କା!

Subhramjit Ray
Browse all articles by Subhramjit Ray
·9 mins ago·2 min read
ଟିକେଟ୍ ବୁକିଂରେ GSRTCର ନୂଆ ରେକର୍ଡ, ୨ ଦିନରେ ଆୟ କଲା ୭.୧ କୋଟି ଟଙ୍କା!
GSRTC New Record (Photo Source: Social Media/AI)

Key Points

ଗୁଜରାଟ ରାଜ୍ୟ ସଡ଼କ ପରିବହନ ନିଗମ (GSRTC) ଅନଲାଇନ୍ ଟିକେଟ୍ ବୁକିଂରେ ନୂଆ ରେକର୍ଡ ସୃଷ୍ଟି କରିଛି। ନଭେମ୍ବର ୧୧ ଓ ୧୨ ତାରିଖରେ ପ୍ରାୟ ୨.୯୬ ଲକ୍ଷ ସିଟ୍ ବୁକ୍ ହୋଇଥିବାବେଳେ ୭.୧ କୋଟିରୁ ଅଧିକ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି। ମୋବାଇଲ୍ ଆପ୍‌ରେ ମଧ୍ୟ ରେକର୍ଡ ବୁକିଂ ହୋଇଛି।

ଗତ ସପ୍ତାହରେ ଟିକେଟ ବୁକିଂ କରିବାରେ ଏକ ନୂଆ ରେକର୍ଡ଼ ସ୍ଥାପନ କରିଛି ଗୁଜୁରାଟ ରାଜ୍ୟ ସଡ଼କ ପରିବହନ ନିଗମ (ଜିଏସଆରଟିସି)। ଲଗାତାର ଦୁଇ ଦିନ ନଭେମ୍ବର ୧୧-୧୨ ତାରିରେ ଅନଲାଇନ୍ ଟିକେଟ୍ ବୁକିଂ କରି ଜିଏସଆରଟିସି (GSRTC) ୭.୧ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ବୁକ୍ ହୋଇଥିବା ସିଟ୍ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୧୧ ତାରିଖ ଭାଇ ଦୂଜ୍ ଅବସରରେ GSRTC ୧ ଲକ୍ଷ ୪୬ ହଜାର ସିଟ୍ ଅନଲାଇନ୍ ବୁକିଂ କରି ରେକର୍ଡ଼ କରିଛି। ଯାହା ଦ୍ୱାର ପ୍ରାୟ ୩.୫୫ କୋଟି ରାଜସ୍ୱ ସଂଗ୍ରହ ହୋଇଛି।

ଏହା ପରଦିନ ନଭେମ୍ବର ୧୨ ତାରିଖ ଗୁରୁବାରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା ଯେତେବେଳେ ୧ ଲକ୍ଷ ୫୦ ହଜାର ୧୦ ସିଟ୍ ଅନଲାଇନ୍ ବୁକିଂ କରାଯାଇଥିଲା। ଯାହା ୩.୬୪ କୋଟି ରାଜସ୍ୱ ସଂଗ୍ରହ ହୋଇଥିଲା। ଏହା ପୂର୍ବ ଦିନର ରେକର୍ଡ଼ ତୁଳନାରେ ୩୧୩୫ ଅଧିକ ସିଟ୍ ବୁକିଂ ଏବଂ ୯.୩୮ ଲକ୍ଷରୁ ଅଧିକ ଅତିରିକ୍ତ ରାଜସ୍ୱ ସଂଗ୍ରହ କରାଯାଇଥିଲା। GSRTC ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବୁକିଂ ମଧ୍ୟ ଏକ ନୂତନ ମାଇଲଖୁଣ୍ଟରେ ପହଞ୍ଚିଛି। ଗତ ଗୁରୁବାର (୧୨ ନଭେମ୍ବର) ଏହି ପ୍ଲାଟଫର୍ମ ମାଧ୍ୟମରେ ୧ ଲକ୍ଷରୁ ଅଧିକ ସିଟ୍ ବୁକିଂ କରାଯାଇଥିଲା।

ଗତ ବୁଧବାର (୧୧ ନଭେମ୍ବର), ମୋବାଇଲ୍ ଆପ୍ ରେ ରେକର୍ଡ଼ ସଂଖ୍ୟକ ୯୯,୪୦୨ ସିଟ୍ ବୁକିଂ ହୋଇଥିଲା। ଯାହା ଦ୍ୱାରା ପ୍ରାୟ ୨.୨୬ କୋଟି ରାଜସ୍ୱ ସଂଗ୍ରହ ହୋଇଥିଲା। ଏହାର ପରଦିନ ସିଟ୍ ବୁକିଂ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୨୮୩ ହେବା ସହ ୨.୩୦ କୋଟି ରାଜସ୍ୱ ସଂଗ୍ରହ ହୋଇଥିଲା। ପାର୍ବଣ ଋତୁ ସମୟରେ ଯାତ୍ରୀଙ୍କ ଚାହିଦା ବୃଦ୍ଧି ମଧ୍ୟରେ, ଲଗାତାର ୨ ଦିନ ପାଇଁ ରେକର୍ଡ ସଂଖ୍ୟକ ସିଟ୍ ବୁକିଂ କରାଯାଇଥିଲା। ଏହି ସଂଖ୍ୟାସରକାରୀ ବସ୍‌ ରେ ଟିକେଟ୍ ବୁକିଂ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ବର୍ଦ୍ଧିତ ବ୍ୟବହାରକୁ ଦର୍ଶାଉଛି।

GSRTC (Gujarat State Road Transport Corporation) ଅନୁଯାୟୀ, ଗୁଜରାଟ ଲଗାତାର ସପ୍ତମ ବର୍ଷ ପାଇଁ ଦେଶର ଏକ ନମ୍ବର ରାଜ୍ୟ ପରିବହନ ସଂସ୍ଥା (State Transport Undertaking) ଭାବରେ ରହିଆସିଛି। ଏହା ଦେଶର ସମସ୍ତ ରାଜ୍ୟ ପରିବହନ ସଂସ୍ଥା ମଧ୍ୟରେ ସର୍ବାଧିକ ବୁକିଂ ଏବଂ ରାଜସ୍ୱ ସଂଗ୍ରହ କରିବାରେ ରେକର୍ଡ଼ କରିଛି। ନିଗମ କହିଛି ଯେ ଏହାର ମୋବାଇଲ୍ ଆପ୍ଲିକେସନ୍ (GSRTC Mobile App) ଏବଂ ଅନଲାଇନ୍ ଟିକେଟିଂ ବୁକିଂ (GSRTC Online Ticket Booking) ସୁବିଧା ଯାତ୍ରୀଙ୍କ ପାଇଁ ଆହୁରି ଅଧିକ ସହଜ ହୋଇଛି। ଆମେ ଯାତ୍ରୀଙ୍କୁ ସୁବିଧାଜନକ ଏବଂ ସ୍ୱଚ୍ଛ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ। ରେକର୍ଡ଼ ସଂଖ୍ୟକ ସିଟ୍ ବୁକିଂ କରିବାରେ ଅବଦାନ ଦେଇଥିବା ଯାତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: