Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New GST Slab / GST ନୂଆ ସ୍ଲାବରେ ଶସ୍ତା ହେଲା ଗାଡ଼ି, ଏବେ ମାତ୍ର ୫୫ ହଜାରରେ ବାଇକ୍ ଓ ୩.୫ ଲକ୍ଷରେ ମିଳିବ କାର

Santosh Kumar Sahoo
Browse all articles by Santosh Kumar Sahoo
·9 months ago·4 min read
GST ନୂଆ ସ୍ଲାବରେ ଶସ୍ତା ହେଲା ଗାଡ଼ି, ଏବେ ମାତ୍ର ୫୫ ହଜାରରେ ବାଇକ୍ ଓ ୩.୫ ଲକ୍ଷରେ ମିଳିବ କାର

Key Points

ଆଜିଠୁ ଦେଶରେ ଲାଗୁ ହୋଇଛି ନୂଆ GST ସ୍ଲାବ୍ । ଶସ୍ତା ହୋଇଗଲା କାର ଓ ବାଇକ୍ ଦର । ଏବେ ମାତ୍ର ୩.୫ ଲକ୍ଷରେ ମିଳିବ କାର ।

ଆଜିଠୁ ଦେଶରେ ଲାଗୁ ହୋଇଛି ନୂଆ GST ସ୍ଲାବ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ GST ସଂସ୍କାର ନେଇ ଘୋଷଣା କରିଥିଲେ । ଆଉ ଏବେ ସାରା ଦେଶରେ କେବଳ ଦୁଇଟି GST ସ୍ଲାବ୍ ୫% ଏବଂ ୧୮% ଲାଗୁ ହେବ । ଏହା ସହିତ, ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% GST ଲାଗୁ ହେବ । ନୂତନ GST ସଂସ୍କାର ଦେଶର ଅଟୋମୋବାଇଲ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।
ନୂଆ ଜିଏସଟି ଲାଗୁ ହେବା ପରେ ଦେଶରେ ବିକ୍ରି ହେଉଥିବା ଯାନବାହାନର ମୂଲ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା, ହୁଣ୍ଡାଇ, ହିରୋ ମୋଟୋକର୍ପ, ହୋଣ୍ଡା ଏବଂ ରୟାଲ ଏନଫିଲ୍ଡ ସମେତ ସମସ୍ତ ଅଟୋମେକରମାନେ ସେମାନଙ୍କ ଯାନବାହାନର ନୂତନ ମୂଲ୍ୟ ଘୋଷଣା କରିଛନ୍ତି । ନୂଆ ଜିଏସଟି ଆସିବା ପରେ ବର୍ତ୍ତମାନ କାରର ମାତ୍ର ୩ ଲକ୍ଷ ୫୦ ହଜାରରୁ ଆରମ୍ଭ ହୋଇଥିବା ବେଳେ ବାଇକର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୫ ହଜାର ରହିଛି ।
ଗତକାଲି ନୂତନ GST ଗଠନ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂସ୍କାରକୁ ଐତିହାସିକ ବୋଲି କହିଥିଲେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ସମ୍ବୋଧନରେ ସେ କହିଛନ୍ତି, "ଏହି GST ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ, ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକ ଅଧିକ ସହଜରେ କିଣିପାରିବେ। ଏହି GST ସଂସ୍କାରର ଲାଭ ସିଧାସଳଖ ସାଧାରଣ ଲୋକଙ୍କୁ ମିଳିବ, ଏବଂ ବଜାର ସମୃଦ୍ଧ ହେବ।"
କାର ଉପରେ GST
ନୂତନ ନିୟମ ଅନୁଯାୟୀ, ୪ ମିଟରରୁ କମ୍ ଲମ୍ବ ଏବଂ ୧୨୦୦ ସିସିରୁ କମ୍ ପେଟ୍ରୋଲ କାର ଏବଂ ୧୫୦୦ ସିସିରୁ କମ୍ ଡିଜେଲ କାର ଉପରେ ଏବେ କେବଳ ୧୮% GST ଲାଗୁ ହେବ । ପୂର୍ବରୁ ଏହି ଯାନଗୁଡ଼ିକ ୨୮% GST ଅଧୀନରେ ଥିଲା । ଏହା ବ୍ୟତୀତ, ବିଳାସପୂର୍ଣ୍ଣ କାରଗୁଡ଼ିକ ଉପରେ ଏବେ କେବଳ ୪୦% GST ଲାଗୁ ହେବ, କୌଣସି ସେସ୍ ଲାଗୁ ହେବ ନାହିଁ ।
ପୂର୍ବରୁ, ବିଳାସପୂର୍ଣ୍ଣ କାରଗୁଡ଼ିକ ଉପରେ ୨୮% GST ଏବଂ ୨୨% ସେସ୍ ଲାଗୁ ହେଉଥିଲା । ଯାହାଫଳରେ ମୋଟ ଟିକସ ପ୍ରାୟ ୫୦ ପ୍ରତିଶତ ହୋଇଯାଉଥିଲା । ତେବେ ଆସନ୍ତୁ କିଛି ପ୍ରମୁଖ କାର୍ କମ୍ପାନୀ ଦ୍ୱାରା ଘୋଷଣା କରାଯାଇଥିବା ଯାନ ମୂଲ୍ୟ ହ୍ରାସ ତାଲିକା ଉପରେ ନଜର ପକାଇବା...
ମାରୁତି ସୁଜୁକି: ୧.୨୯ ଲକ୍ଷ ପର୍ଯ୍ୟନ୍ତ ହ୍ରାସ
ମାରୁତି ସୁଜୁକି ଘୋଷଣା କରିଛି ଯେ ଏହା ନୂତନ GST ସଂସ୍କାରର ଲାଭ ସିଧାସଳଖ ତା'ର ଗ୍ରାହକମାନଙ୍କୁ ପ୍ରଦାନ କରିବ । S-Presso ଏବେ କମ୍ପାନୀର ପୋର୍ଟଫୋଲିଓରେ ସବୁଠାରୁ ସୁଲଭ କାର, ଯାହାର ମୂଲ୍ୟ ମାତ୍ର ୩ ଲକ୍ଷ ୪୯ ହଜାର ୯୦୦ ଟଙ୍କାରୁ ଆରମ୍ଭ ହେଉଛି । ମାରୁତି ସୁଜୁକି ଏହାର କାରଗୁଡ଼ିକ, ଯେଉଁଥିରେ ବ୍ରେଜା, ଅଲ୍ଟୋ, ୱାଗନଆର ଏବଂ ସ୍ୱିଫ୍ଟ ଅନ୍ତର୍ଭୁକ୍ତ, ଏହା ଉପରେ ୧ ଲକ୍ଷ ୨୯ ହଜାର ପର୍ଯ୍ୟନ୍ତ ଦର ହ୍ରାସ କରିଛି ।
ମହିନ୍ଦ୍ରା: ୨.୫୬ ଲକ୍ଷ ପର୍ଯ୍ୟନ୍ତ ସଞ୍ଚୟ
ମହିନ୍ଦ୍ରା XUV3XO ଉପରେ ସବୁଠାରୁ ବଡ଼ ମୂଲ୍ୟ ହ୍ରାସ କରିଛି । ୧ ଲକ୍ଷ ୫୬ ହଜାର ଟଙ୍କା ହ୍ରାସ ପରେ ଏହି କାରର ପ୍ରାରମ୍ଭିକ ମୂଲ୍ୟ ବର୍ତ୍ତମାନ ୭ ଲକ୍ଷ ୨୮ ହଜାର (ଏକ୍ସ-ସୋରୁମ୍) ହୋଇଛି । ତେବେ ମହିନ୍ଦ୍ରା GSTକୁ ଛାଡ଼ ସମେତ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରୁଛି, ଯାହା ଗ୍ରାହକମାନଙ୍କୁ ପାର୍ବଣ ଋତୁରେ କାର କିଣିବା ଉପରେ ୨ ଲକ୍ଷ ୫୬ ହଜାର ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏହା ସହିତ ମହିନ୍ଦ୍ରା SUV, Tharର ମୂଲ୍ୟ ମଧ୍ୟ ୧.୩୫ ଲକ୍ଷ ପର୍ଯ୍ୟନ୍ତ ହ୍ରାସ ପାଇଛି । ବର୍ତ୍ତମାନ ଏହି କାରର ପ୍ରାରମ୍ଭିକ ମୂଲ୍ୟ ୧୦.୩୨ ଲକ୍ଷ ହୋଇଛି ।
ଟାଟା ମୋଟର୍ସ: ୨ ଲକ୍ଷ ପର୍ଯ୍ୟନ୍ତ ସଞ୍ଚୟ
ଟାଟା ମୋଟର୍ସ ଏହାର ଶସ୍ତା କାର Tiago ର ମୂଲ୍ୟ ୭୫ ହଜାର ପର୍ଯ୍ୟନ୍ତ ହ୍ରାସ କରିଛି । ଏହାର ପ୍ରାରମ୍ଭିକ ମୂଲ ଏବେ ୪.୫୭ ଲକ୍ଷ ଲକ୍ଷ ହୋଇଛି । ସେହିପରି Nexonର ଦର ମଧ୍ୟ କମିଛି । ନେକ୍ସନ ମୂଲ୍ୟ ୧.୫୫ ଲକ୍ଷ ହ୍ରାସ ପାଇଛି । ସେହିପରି Harrier ଏବଂ Safari ଯଥାକ୍ରମେ ୧.୪୪ ଲକ୍ଷ ଏବଂ ୧.୪୮ ଲକ୍ଷ ମୂଲ୍ୟ ହ୍ରାସ ପାଇଛି। ସେମାନଙ୍କର ମୂଲ୍ୟ ବର୍ତ୍ତମାନ ଯଥାକ୍ରମେ ୧୩.୯୯ ଲକ୍ଷ ଏବଂ ୧୪.୬୬ ଲକ୍ଷରୁ ଆରମ୍ଭ ହେଉଛି।
ଦୁଇ ଚକିଆ ଯାନ ଉପରେ GST ଛାଡ଼
ଜିଏସଟି ପରିବର୍ତ୍ତନ ପରେ ବାଇକ୍ ଦରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ୩୫୦ cc ରୁ କମ୍ ଇଞ୍ଜିନ୍ କ୍ଷମତା ଥିବା ବାଇକ୍ ଉପରେ ଏବେ ୧୮% GST ଲାଗୁ ହେବ । ପୂର୍ବରୁ, ଏହି ଯାନଗୁଡ଼ିକ ୨୮% GST ଲାଗୁ ହେଉଥିଲା । ଅନ୍ୟପକ୍ଷରେ, ୩୫୦ ccରୁ ଅଧିକ ଦୁଇ ଚକିଆ ଯାନ ଉପରେ ୪୦% GST ଲାଗୁ ହେବ ।
ଦେଶର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ଯାନ ଉପରେ ୧୫,୭୪୩ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଘୋଷଣା କରିଛି । କମ୍ପାନୀର ସବୁଠାରୁ ଶସ୍ତା ବାଇକ୍ ହିରୋ HF ଡିଲକ୍ସର ମୂଲ୍ୟ ୫ ହଜାର ୮୦୫ ଟଙ୍କା ହ୍ରାସ ପାଇଛି । ଯାହା ଫଳରେ ଏହା ପ୍ରାରମ୍ଭିକ ମୂଲ୍ୟ ଏବେ ୫୪ ହଜାର ୯୩୩ ହୋଇଛି । ଯାହା ପୂର୍ବରୁ ୬୦ ହଜାର ୭୩୮ ଟଙ୍କା ଥିଲା । ସେହିପରି କମ୍ପାନୀ ଏହାର ସର୍ବାଧିକ ବିକ୍ରୟ ହେଉଥିବା ମଡେଲ ସ୍ପେଣ୍ଡର ପ୍ଲସର ମୂଲ୍ୟ ୬ ହଜାର ୮୨୦ ଟଙ୍କା ହ୍ରାସ କରିଛି । ଯାହା ଫଳରେ ଏହାର ପ୍ରାରମ୍ଭିକ ମୂଲ୍ୟ ଏବେ ୭୩ ହଜାର ୩୪୬କୁ ହ୍ରାସ ପାଇଛି ।
ଅନ୍ୟପକ୍ଷରେ ବାଜାଜ ଅଟୋ ଏହାର ଦୁଇଚକିଆ ଯାନ ଉପରେ ୨୦ ହଜାର ପର୍ଯ୍ୟନ୍ତ ଦର ହ୍ରାସ କରିଚି । କମ୍ପାନୀର ସବୁଠୁ ଶସ୍ତା ବାଇକ୍ CT 110X ମୂଲ୍ୟ ୬ ହଜାର ୫୦୦ ମୂଲ୍ୟ ହ୍ରାସ ପାଇଛି । ସେହିପରି ପଲସର୍ ୧୨୫ର ମୂଲ୍ୟ ମଧ୍ୟ ପ୍ରାୟ ୮ ହଜାର ହ୍ରାସ ପାଇଛି ।
Yamaha Motor India ମଧ୍ୟ ଏହାର ସ୍କୁଟର ଏବଂ ବାଇକରେ ୧୭ ହଜାର ୫୮୧ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଘୋଷଣା କରିଛି । କମ୍ପାନୀ କିଛି ମଡେଲ୍ ଉପରେ ବୀମା ସୁବିଧା ମଧ୍ୟ ପ୍ରଦାନ କରୁଛି । କମ୍ପାନୀର ଲୋକପ୍ରିୟ ସ୍ପୋର୍ଟସ୍ ବାଇକ୍, R15ର ମୂଲ୍ୟ ୧୫ ହଜାର ୭୬୧ ଟଙ୍କା ହ୍ରାସ ପାଇଛି । ସେହିପରି Ray ZR ସ୍କୁଟରର ମୂଲ୍ୟ ୭ ହଜାର ୭୫୯ ଟଙ୍କା ହ୍ରାସ ପାଇଛି ।
ଯାନବାହାନ କ୍ରେତାମାନଙ୍କ ପାଇଁ ଲାଭ
ପୂର୍ବରୁ ବାଇକ୍ ୭୦-୭୫ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା । କିନ୍ତୁ ଏବେ ବାଇକର ପ୍ରାରମ୍ଭିକ ମୂଲ୍ୟ ୫୫ ହଜାରରୁ ଆରମ୍ଭ ହେଉଛି । ସେହିପରି ଛୋଟ ହ୍ୟାଚବ୍ୟାକ୍ କାର, ଯାହା ପୂର୍ବରୁ ୪.୫-୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିଲା, ଏବେ ୩.୫୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ମଧ୍ୟମ ବର୍ଗର SUV ଗୁଡ଼ିକୁ ମଧ୍ୟ ୮୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
GST 2.0 Slashes Car & Bike Prices: Cars from ₹3.5 Lakh, Bikes from ₹55K | Argus News