Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New GST / ଲାଗୁ ହେଲା GST 2.O, ଶସ୍ତା ହୋଇଗଲା ଏହି ସବୁ ଜିନିଷ...

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଲାଗୁ ହେଲା GST 2.O, ଶସ୍ତା ହୋଇଗଲା ଏହି ସବୁ ଜିନିଷ...

Key Points

ଛେନା, ପନିର୍ ଓ ପାଉଁରୁଟି ପରି ଖାଦ୍ୟ ହେବ GST ମୁକ୍ତ । ୩୩ ଜରୁରୀ ଔଷଧ ସହ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ସମ୍ପୂର୍ଣ୍ଣ GST ମୁକ୍ତ । ଶିକ୍ଷା ସହ ଜଡ଼ିତ ସାମଗ୍ରୀ ମଧ୍ୟ ହେବ ଟିକସ ମୁକ୍ତ ।

ନବରାତ୍ରୀରୁ ଦେଶରେ ଲାଗୁ ହୋଇଛି GST 2.0 । ଏହି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ଦେଶବାସୀଙ୍କୁ ପାର୍ବଣ ଶୁଭେଚ୍ଛା ଜଣାଇବା ସହ ନେକ୍ସଟ୍-ଜେନେରେସନ ଜିଏସଟିକୁ ନୂତନ ସୂର୍ଯ୍ୟ ଉଦୟ ସହ ତୁଳନା କରିଛନ୍ତି ପିଏମ ମୋଦି । ତେବେ ନେକ୍ସଟ୍-ଜେନେରେସନ୍ ଜିଏସଟିରେ ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ, ଜୀବନ ବୀମା, ସ୍ବାସ୍ଥ୍ୟ ବୀମା ହେବ GST ମୁକ୍ତ ।
ସେହିପରି ଛେନା, ପନିର୍ ଓ ପାଉଁରୁଟି ପରି ଖାଦ୍ୟ, ୩୩ ଜରୁରୀ ଔଷଧ ସହ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମାକୁ ସମ୍ପୂର୍ଣ୍ଣ GST ମୁକ୍ତ କରାଯାଇଛି । ଶିକ୍ଷା ସହ ଜଡ଼ିତ ସାମଗ୍ରୀ ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ, ରବର, ବହି ଓ ନୋଟବୁକକୁ ମଧ୍ୟ ଟିକସ ମୁକ୍ତ କରାଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ବ୍ରସ୍, ସେଭିଙ୍ଗ କ୍ରିମ୍ ପରି ସାମଗ୍ରୀ ଉପରେ ଏଣିକି ୧୮% ବଦଳରେ ଲାଗୁ ହେବ ୫% GST ।

ଅଧିକ ପଢ଼ନ୍ତୁ: ଆଜିଠୁ GST ସଞ୍ଚୟ ଉତ୍ସବ, ଲାଭବାନ ହେବେ ଚାଷୀ ଓ ସାଧାରଣ ଲୋକ

ସେହିପରି ବଟର, ଘିଅ, ନମକୀନ, ଭୁଜିଆ, ମିକ୍ସର, ବାସନକୁସନ, ନାପକିନ୍, ସିଲେଇ ମେସନ୍ ଓ ଯନ୍ତ୍ରାଂଶ ଉପରେ GST ୧୨%ରୁ ୫%କୁ ହ୍ରାସ ପାଇଛି । ଏହି ନୂଆ ସ୍ଲାବ ମଧ୍ୟବିତ୍ତଙ୍କ କ୍ରୟ ଶକ୍ତି ବୃଦ୍ଧି କରିବା ସହ ଗରିବଙ୍କ ପାଇଁ ବଡ଼ ଉପହାର ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ବିଳାସମୟ ସାମଗ୍ରୀ ଓ ତମାଖୁ ଜାତ ସାମଗ୍ରୀକୁ ସ୍ବତନ୍ତ୍ର ୪୦% ସ୍ଲାବରେ ରଖାଯାଇଛି । ଟ୍ରାକ୍ଟର, ବାୟୋ ପେଷ୍ଟିସାଇଡ୍, ସ୍ପ୍ରଙ୍କଲର ଉପରେ ଜିଏସଟି ୫% କୁ କମିଥିବାରୁ ଲାଭବାନ ହେବେ ଚାଷୀ । ଏସି, ଟିଭି, ମନିଟର, ପ୍ରୋଜେକ୍ଟର ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୨୮%ରୁ ୧୮% କୁ ଖସିଛି ଜିଏସଟି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
GST 2.0 Cuts Prices: Food, Medicines, Insurance Now Tax-Free | Argus News