Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଉଣୀ ବାହାଘର ପାଇଁ ଧାର ଆଣିଥିଲେ ଟଙ୍କା; ୨ ବର୍ଷ ପରେ ଆସିଲା ୧୦୦ କୋଟିର ନୋଟିସ୍‌

National

Identity Misuse / ଭଉଣୀ ବାହାଘର ପାଇଁ ଧାର ଆଣିଥିଲେ ଟଙ୍କା; ୨ ବର୍ଷ ପରେ ଆସିଲା ୧୦୦ କୋଟିର ନୋଟିସ୍‌

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଭଉଣୀ ବାହାଘର ପାଇଁ ଧାର ଆଣିଥିଲେ ଟଙ୍କା; ୨ ବର୍ଷ ପରେ ଆସିଲା ୧୦୦ କୋଟିର ନୋଟିସ୍‌
Man Shocked by ₹100 Crore GST Notice

Key Points

ଡିଜିଟାଲ୍ ଯୁଗରେ ଠକେଇର ନୂଆ ତରିକା । କାହାରିକୁ ଆଧାର, ପାନ କାର୍ଡ ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ । ନହେଲେ ଆପଣଙ୍କୁ ବି ଆସିପାରେ ୧୦୦ କୋଟିର GST ନୋଟିସ୍ ।
ନୂଆଦିଲ୍ଲୀ: ଟଙ୍କା କରଜ ଆଣି ଝିଅ ବାହାଘର କରିଥିଲେ । ପଙ୍କଚର୍ ଦୋକାନରୁ ଯାହା ଆୟ ହେଉଥିଲା, ସେଥିରେ ପରିବାର ପୋଷୁଥିଲେ । ହେଲେ ହଠାତ୍ ତାଙ୍କ ପାଦ ତଳୁ ମାଟି ଖସିଗଲା । ଯେଉଁଦିନ ସେ ୧୦୦ କୋଟିର ଟର୍ଣ୍ଣଓଭର୍ ନେଇ GST ନୋଟିସ୍ ପାଇଲେ ।

ଏଭଳି ହତଚକିତ କଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁରରେ । ଏମ୍ସର ରାମପୁରରେ ପଙ୍କଚର୍ ଦୋକାନ କରିଥିବା ବୃଦ୍ଧଙ୍କୁ ୧୦୦ କୋଟି ଆୟ ନେଇ ମିଳିଛି ନୋଟିସ୍ । ଯାହା ପରେ ଦୋକାନୀ ରାଜ ପ୍ରଜାପତିଙ୍କ ହୋଶ୍ ଉଡ଼ି ଯାଇଛି । ତଦନ୍ତକାରୀ ଅଧିକାରୀ ଯାଞ୍ଚ କରିବାକୁ ଆସି ତାଜୁବ୍ ହୋଇ ଯାଇଛନ୍ତି । ଖବର ପାଇବା ପରେ ଗୋରଖପୁର ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ବନ୍ଧା ହେଲେ କୋଟିପତି ଯନ୍ତ୍ରୀ ସତ୍ୟନାରାୟଣ,ଗତକାଲି ଘରୁ ଭିଜିଲାନ୍ସ ଜବତ କରିଥିଲା କେଜିଏ ସୁନା 

ପୀଡ଼ିତ ରାଜ ପ୍ରଜାପତିଙ୍କ ଅନୁସାରେ, ୨୦୨୪ରେ ଭଉଣୀଙ୍କ ବିବାହ ପାଇଁ ଟଙ୍କାର ଆବଶ୍ୟକତା ଥିଲା । ଫଳରେ ସେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ ଆଣିଥିଲେ । ଧାର ଦେଇଥିବା ବ୍ୟକ୍ତି ଜଣଙ୍କ ରାଜ ପ୍ରଜାପତିଙ୍କ ଆଧାର କାର୍ଡ ପାନ କାର୍ଡ ନେବା ସହ ଦୁଇଥର ଭିଡିଓ କରି ଦସ୍ତଖତ ନେଇଥିଲେ ।

ଆଉ ସେହି ଦସ୍ତାବିଜ୍ ଆଧାରରେ ମେସର୍ସ ଗଡ଼ଜେଟ୍ରିକ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ନାମରେ ନକଲି କମ୍ପାନୀ ଖୋଲିଥିଲେ । ୟସ୍ ବ୍ଯାଙ୍କରେ ଆକାଉଣ୍ଟ ଖୋଲି କାରବାର କରିଥିଲେ । ହେଲେ ଜାଣି ପାରିନଥିଲେ ରାଜ ପ୍ରଜାପତି ।

୨୦୨୬ ଫେବ୍ରୁଆରୀରେ ବାରଣାସୀ GST ଅଧିକାରୀ ତଦନ୍ତ ବେଳେ ମେସର୍ସ ଗଡ଼ଜେଟ୍ରିକ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ନାମରେ ୧୦୦ କୋଟିର କାରବାର ହୋଇଥିବା ଜାଣିବାକୁ ପାଇଥିଲେ । ତଦନ୍ତରୁ ଜଣାପଡ଼ିଥିଲା ପ୍ରାୟ ୨୮ କୋଟିର GST ବକେୟା ରହିଛି । ଏତେବଡ଼ ଦେଣନେଣ ପରେ କମ୍ପାନୀ ବନ୍ଦ ହୋଇ ଯାଇଛି ।

ଏହାପରେ ମାର୍ଚ୍ଚ ମାସରେ GST ଟିମ୍ ତଦନ୍ତ ପାଇଁ ଆସି ରାମପୁରରେ ରାଜ ପ୍ରଜାପତିଙ୍କ ପଙ୍କଚର୍ ଦୋକାନରେ ପହଞ୍ଚିଥିଲେ । ସେଠାରେ ଅଧିକାରୀ ପହଞ୍ଚିବା ପରେ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଯାହାଙ୍କ ନାଁରେ କମ୍ପାନୀ ଖୋଲା ଯାଇଛି, ସେ ଜଣେ ସାଧାରଣ ପଙ୍କଚର୍ ଦୋକାନୀ । ଏହାପରେ ଅଧିକାରୀ ରାଜ ପ୍ରଜାପତିଙ୍କୁ ସମ୍ପୂର୍ଣ୍ଣ ମାମଲାର ବିବରଣୀ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: କୋଲକାତାରେ Indigo ବିମାନ ଉପରେ ଖସିଲା ବିଜୁଳି; ଥିଲେ ୧୪୧ ଯାତ୍ରୀ 

ଯାହା ପରେ ମେ ୨୭ରେ ରାଜ ପ୍ରଜାପତିଙ୍କ ନାଁରେ ବାରଣାସୀ GSTରୁ ନୋଟିସ୍ ଆସିଥିଲା । ମେ ୨୯ରେ ତାଙ୍କୁ GST କମିଶନର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଯାହା ପରେ ବୃଦ୍ଧଙ୍କ ହୋଶ୍ ଉଡ଼ି ଯାଇଥିଲା । ମେ ୩୦ରେ ରାଜ ପ୍ରଜାପତି ଏମ୍ସ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଦସ୍ତାବିଜର ଅପବ୍ୟବହାର କରି ନକଲି କମ୍ପାନୀ ଖୋଲା ଯାଇଛି । ମାମଲାର ଏବେ ପୋଲିସ ଯାଞ୍ଚ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored