IndiGo Flight / କୋଲକାତାରେ Indigo ବିମାନ ଉପରେ ଖସିଲା ବିଜୁଳି; ଥିଲେ ୧୪୧ ଯାତ୍ରୀ
·1 hour ago·2 min read

Key Points
ହଠାତ୍ ବିମାନ ଉପରେ ଖସିଲା ବିଜୁଳି
ଅଳ୍ପକେ ବର୍ତ୍ତିଗଲେ ଶହ ଶହ ଯାତ୍ରୀ
ଅଳ୍ପକେ ବର୍ତ୍ତିଗଲେ ଶହ ଶହ ଯାତ୍ରୀ
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଶୁକ୍ରବାର ମାଡ଼ି ଆସିଥିଲା ଏକ ବଡ଼ ବିପଦ । ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ । ଅଗରତାଲା ଯାଉଥିବା ଏକ ଇଣ୍ଡିଗୋ ବିମାନ ରନୱେରେ ଥିବା ସମୟରେ ବିମାନ ଉପରେ ଖସିପଡ଼ିଥିଲା ବିଜୁଳି । ତେବେ ବିଜୁଳି ମାରିଲା ବେଳେ ବିମାନରେ ପ୍ରାୟ ୧୪୧ ଜଣ ଯାତ୍ରୀ ଥିଲେ, ଯେଉଁମାନେ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହାପରେ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀମାନଙ୍କ ଲାଗି ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା ।
ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଗ୍ରାଉଣ୍ଡରେ କାମ କରୁଥିବା ୨ଜଣ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ତେବେ କୌଣସି କର୍ମଚାରୀ କିମ୍ବା ଯାତ୍ରୀ ଆହତ ହୋଇନଥିବା ନେଇ ସୂଚନା ମିଳିଛି । ଶୁକ୍ରବାର କୋଲକାତା ଏୟାରପୋର୍ଟରେ ଝଡ଼ ତୋଫାନ ସମୟରେ ଇଣ୍ଡିଗୋର ଗୋଟିଏ ବିମାନ ଉପରେ ବିଜୁଳି ଖସିଥିବା ନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI) ମଧ୍ୟ ସ୍ପଷ୍ଟ କରିଛନ୍ତି ।
ପଢନ୍ତୁ ଏହି ଖବର: ଇମରଜେନ୍ସି ଗେଟ୍ ଖୋଲିଲେ; ଚଳନ୍ତା ବିମାନରୁ ଡେଇଁଲେ ଯାତ୍ରୀ
ଅଧିକାରୀମାନେ କହିଛନ୍ତି ଯେ, ଯେତେବେଳେ ବିଜୁଳି ଖସିଥିଲା ସେତେବେଳେ A320 ବିମାନରେ ୧୪୧ ଜଣ ଯାତ୍ରୀ ଥିଲେ ଓ ୬ଜଣ କ୍ରୁ ମେମ୍ବର ଥିଲେ । ସୁରକ୍ଷା ଦୃଷ୍ଟିରୁ, ଏୟାରଲାଇନ୍ ସମସ୍ତ ଯାତ୍ରୀଙ୍କୁ ବିମାନରୁ ତଳକୁ ଓହ୍ଲାଇଥିଲେ ଓ ପରେ A321 ବିମାନ (VT-ICD)ରେ ଅଗରତାଲାକୁ ଉଡ଼ାଣ ଭରିଥିଲେ । ଅଗରତାଲା ଯିବାକୁ ଥିବା ଇଣ୍ଡିଗୋ ବିମାନଟି ସକାଳ ୯.୨୦ଟାରେ ଉଡ଼ାଣ ଭରିବାର ଥିଲା, କିନ୍ତୁ ଯାତ୍ରୀମାନେ ୧୨.୫୦ଟାରେ ଟେକ୍ ଅଫ୍ କରିଥିଲା ।

- ଏମିତି ବିମାନ ଉପରେ ଖସିଲା ବିଜୁଳି

- ୨ କର୍ମଚାରୀଙ୍କୁ ଛୁଟି ଦେଲା ଏୟାରଲାଇନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories